ଆତଙ୍କବାଦ ପୀଡିତଙ୍କ ପାଇଁ କେନ୍ଦ୍ରୀୟ କୋଟାରେ ମେଡିକାଲ ସିଟ୍ ସଂରକ୍ଷଣ

ଓଡ଼ିଆ ବାର୍ତ୍ତା/ ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଆତଙ୍କବାଦର ଶିକାର ମୃତ ବ୍ୟକ୍ତିଙ୍କ ପିଲାମାନଙ୍କ ପାଇଁ ମେଡିକାଲ ସିଟ୍ ସଂରକ୍ଷଣ ହେବ । ଦେଶର ସମସ୍ତ ସରକାରୀ ମେଡିକାଲ କଲେଜ ଗୁଡିକରେ ଏପରି ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ସିଟ୍ ସଂରକ୍ଷଣ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଯେଉଁମାନଙ୍କ ପିତା କିମ୍ୱା ମାତା ଆତଙ୍କବାଦୀଙ୍କ ଦ୍ୱାରା ମୃତ କିମ୍ୱା ସ୍ଥାୟୀ ଭାବେ ଅକ୍ଷମ ହୋଇଥିବେ ସେମାନଙ୍କ ପାଇଁ ସାରା ଦେଶରେ ଥିବା ସରକାରୀ ମେଡିକାଲ କଲେଜ ଗୁଡିକରେ ଏମବିବିଏସ୍ ଓ ବିଡିଏସ୍ ପାଇଁ ସ୍ଥାନ ସଂରକ୍ଷଣ ରହିବ । ୨୦୨୨-୨୩ ଶିକ୍ଷାବର୍ଷରୁ ଏହି ନିୟମ ଲାଗୁ ହେବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି । ଜମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଏହି ବିଜ୍ଞପ୍ତିରେ ସହମତି ପ୍ରକାଶ କରିଛନ୍ତି । ବିଜ୍ଞପ୍ତିରେ ଉଲ୍ଲେଖ ରହିଛିଯେ, ଯେଉଁମାନଙ୍କର ଉଭୟ ପିତାମାତା ଆତଙ୍କୀ ଦ୍ୱାରା ଜୀବନ ହରାଇଥିଲେ, ସେହି ଛାତ୍ରଛାତ୍ରୀଙ୍କୁ ପ୍ରଥମେ ଚୟନ କରାଯିବ ।ଏହାବାଦ୍ ଜମ୍ମୁ କାଶ୍ମୀରରେ ନିଯୁକ୍ତି ପାଇଥିବା ଅନ୍ୟ ରାଜ୍ୟ କିମ୍ୱା କେନ୍ଦ୍ରଶାସିତ ଅଞ୍ଚଳର କେନ୍ଦ୍ର ସରକାରୀ କର୍ମଚାରୀ  ଆତଙ୍କୀ ଆକ୍ରମଣରେ ମୃତ କିମ୍ୱା ଶାରିରୀକ ଅକ୍ଷମ ହୋଇଥିବେ, ସେମାନଙ୍କ ସନ୍ତାନମାନେ ମଧ୍ୟ ଏହି ନିୟମ ଦ୍ୱାରା ଉପକୃତ ହେବେ । ସେମାନେ ୫୦ ପ୍ରତିଶତ ମାର୍କ ସହିତ ଯୁକ୍ତ ୨ ବିଜ୍ଞାନ ପାସ୍ କରିଥିବା ଆବଶ୍ୟକ । ନିଟ୍ ପରୀକ୍ଷାର ୫୦ ପ୍ରତିଶତ ମାର୍କ ଓ ରାଙ୍କ ଅନୁସାରେ ସେମାନଙ୍କୁ ଏହି ସ୍ୱତନ୍ତ୍ର ସଂରକ୍ଷଣ ପାଇଁ ଚୟନ କରାଯିବ । ଜମ୍ମୁ କାଶ୍ମୀର ବୋର୍ଡ ଅଫ୍ ପ୍ରଫେସନାଲ ଏଣ୍ଟ୍ରାନ୍ସ ଏଗଜାମିନେସନ୍ ଏଥିପାଇଁ ଆବେଦନ ମାଗିଛି । ଏହି ଘୋଷଣା ପରେ ପୀଡିତ ପରିବାରଗୁଡିକ ଆଶ୍ୱସ୍ତ ହୋଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.