ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଶତ ବାର୍ଷିକ ମହୋତ୍ସବ ଉପଳକ୍ଷେ ଶ୍ରୀ ଶ୍ରୀ ଚଣ୍ଡୀ ସମଲାଇଙ୍କ ଭ୍ରାମ୍ୟମାଣ ରଥ ପରିକ୍ରମାର ଶୁଭାରମ୍ଭ

୪ ଗୋଟି ବ୍ଲକର ୧୦୪ ଗୋଟି ଗ୍ରାମ ଓ ପଡ଼ାକୁ ବୁଲିବ ରଥ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ଡିସେମ୍ବର ୪ ତାରିଖରେ କଳାହାଣ୍ଡି ଜିଲ୍ଲା ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଶତବାର୍ଷିକୀ ଉତ୍ସବ ପାଳନ ସହିତ ରୁପ୍ରା ଗ୍ରାମରେ ନିର୍ମିତ ହୋଇଥିବା ଇଷ୍ଟଦେବୀ ଶ୍ରୀ ଶ୍ରୀ ଚଣ୍ଡୀ ସମଲାଇଙ୍କ ମନ୍ଦିର ପ୍ରତିଷ୍ଠା କରାଯିବ । ଏନେଇ ଆୟୋଜକଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଜୋରସୋର ମଧ୍ୟରେ ଚାଲିଥିବା ଜଣାପଡିଛି । ଏହି ଉପଲକ୍ଷେ ଇଷ୍ଟଦେବୀ ମା ଶ୍ରୀ ଶ୍ରୀ ଚଣ୍ଡୀ ସମଲାଇଙ୍କ ଭ୍ରାମ୍ୟମାଣ ରଥ କେସିଙ୍ଗା, କର୍ଲାମୁଣ୍ଡା, ମ.ରାମପୁର ଓ ନର୍ଲା ବ୍ଲକର ୧୦୪ ଗୋଟି ଗ୍ରାମ ଓ ପଡ଼ାକୁ ପରିକ୍ରମା କରାଯିବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମ ଅନୁଯାୟୀ ଆଜିଠାରୁ ଇଷ୍ଟଦେବୀ ମା ଶ୍ରୀ ଶ୍ରୀ ଚଣ୍ଡୀ ସମଲାଇଙ୍କ ଭ୍ରାମ୍ୟମାଣ ସଚେତନତା ରଥ ପରିକ୍ରମା ଆରମ୍ଭ ହୋଇଛି । ପରିକ୍ରମା ରଥ ଚଳିତ ମାସ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଭିତରେ ୪ ଗୋଟି ବ୍ଲକର ୧୦୪ ଗୋଟି ଗାଁ ଓ ପଡ଼ାକୁ ଏହି ପରିକ୍ରମା ରଥ ବୁଲିବ ବୋଲି ଜିଲ୍ଲା ସାଧାରଣ ସମ୍ପାଦକ ନବୀନ କିଶୋର ସାହୁଙ୍କ ଠାରୁ ପ୍ରକାଶ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କାର୍ଯ୍ୟକ୍ରମ ଅନୁଯାୟୀ ଭ୍ରାମ୍ୟମାଣ ସଚେତନତା ରଥ ୯ ତାରିଖ ବୁଧବାର ସକାଳୁ ରୁପ୍ରା ଗ୍ରାମରୁ ବାହାରି ବଗାଡ ଗ୍ରାମକୁ ପହଞ୍ଚିଥିଲା । ବଗାଡ ଗ୍ରାମକୁ ପହଞ୍ଚିବା ପରେ ବେହେରା ଜିତେନ୍ଦ୍ର ସାହୁଙ୍କ ଘରେ ଇଷ୍ଟଦେବୀ ମା ଶ୍ରୀ ଶ୍ରୀ ଚଣ୍ଡୀ ସମଲାଇଙ୍କୁ ପୂଜାର୍ଚ୍ଚନା କରାଯାଇ ରଥାରୂଢ଼ କରାଯାଇଥିଲା । ବଗାଡ ମଣ୍ଡଳ ସଭାପତି ଯୁବରାଜ ସାହୁଙ୍କ ତତ୍ବାବଧାନରେ ଅନୁଷ୍ଠିତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ନେଗୀ କୈ।ଦଣ୍ଡ ସାହୁ, ଜିଲ୍ଲା ଉପସଭାପତି ଭରତ ସାହୁ, ଅକୃର ସାହୁ, ଜିଲ୍ଲା ସାଧାରଣ ସଂପାଦକ ନବୀନ କିଶୋର ସାହୁ, ଗଣମାଧ୍ୟମ ସଂଯୋଜକ ଗଜିନ୍ଦ୍ର ସାହୁ, ଶିବପ୍ରସାଦ ସାହୁ, କାର୍ଜି ବିରଞ୍ଚି ସାହୁ, କେସିଙ୍ଗା ବ୍ଲକ ସଭାପତି ଚକ୍ରଧର ସାହୁ, ସଂପାଦକ ସୁଲପାଣି ସାହୁ, ନର୍ଲା ବ୍ଲକ ସଭାପତି ରବିନ୍ଦ୍ରନାଥ ସାହୁ,କିଶନଲାଲ ସାହୁ,ବଗାଡ ମଣ୍ଡଳ ସଂପାଦକ ହେମନ୍ତ ସାହୁ,ବଗାଡ ଗ୍ରାମ୍ୟ କମିଟିର ସଭାପତି ନର ସାହୁ, ସଂପାଦକ ବିଭୀଷଣ ସାହୁ, ବାଲସି ମଣ୍ଡଳୀରୁ ଫକୀର ସାହୁ, ଅଶ୍ବିନୀ ସାହୁ, ରୁପ୍ରା ମଣ୍ଡଳରୁ ବନମାଳୀ ସାହୁ, ଦଧି ସାହୁ, ସଞ୍ଜୟ ସାହୁ,ଉଚ୍ଚବ ସାହୁ, କେସିଙ୍ଗାରୁ ସୁଧାଂଶୁ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

Udyog Nursery
Udyogi Nursery

ଶୁଭାରମ୍ଭ କାର୍ଯ୍ୟକ୍ରମ ଆରମ୍ଭ ସମୟରେ ପ୍ରମୋଦ ସାହୁ, ଚୂଲେଶ୍ବର ସାହୁ, ମୋତି ସାହୁ, କାଉନସିଲର ମଞ୍ଜୂଲା ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଭ୍ରାମ୍ୟମାଣ ରଥ ପରିକ୍ରମାର ଶୁଭାରମ୍ଭ କେସିଙ୍ଗା ବ୍ଲକ ବଗାଡ ଗ୍ରାମରୁ ବାହାରିଥିବା ବେଳେ ବିପୁଳ ସଂଖ୍ୟାରେ ମହିଳା ଓ ପୁରୁଷ ଉପସ୍ଥିତ ରହି ସ୍ବାଗତ କରିଥିଲେ । ପ୍ରଥମ ଦିନରେ ରଥଟି ବଗାଡ ମଣ୍ଡଳର ସମସ୍ତ ଗ୍ରାମ ସହିତ ବାଲସି ମଣ୍ଡଳ ଗ୍ରାମ ଗୁଡ଼ିକ ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି । ପବିତ୍ର ମାର୍ଗଶିର ପ୍ରଥମ ପାଳି ପଡୁଥିବା ଯୋଗୁଁ ୧୦ ତାରିଖ ଦିନ ରଥ ପରିକ୍ରମା ସ୍ଥଗିତ ରଖାଯାଇଛି ଓ ୧୧ ତାରିଖରୁ ୧୬ ତାରିଖ ମଧ୍ୟରେ ସମସ୍ତ ଗ୍ରାମ ଓ ପଡ଼ାକୁ ଭ୍ରାମ୍ୟମାଣ ରଥ ପରିକ୍ରମା କରି ଶେଷରେ ରୁପ୍ରା ଗ୍ରାମକୁ ପହଞ୍ଚିବ ବୋଲି ଖବର ସଂଗ୍ରହରୁ ପ୍ରକାଶ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.