ମହମ୍ମଦ ଅସଲମ୍ ସ୍ମୃତି ସମ୍ମାନ ପାଇବେ ଯୁବ ସାମ୍ବାଦିକ ହେମନ୍ତ ସାହୁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: କଳାହାଣ୍ଡି ଜିଲ୍ଳା ସାମ୍ବାଦିକ ୟୁନିଅନ (ଓଡ଼ିଶା ସାମ୍ବାଦିକ ୟୁନିଅନ ସହବନ୍ଧିତ) ତରଫରୁ ଘୋଷଣା କରାଯାଇଥିବା ପ୍ରଥମ ମହମ୍ମଦ ଅସଲମ୍ ସ୍ମୃତି ସମ୍ମାନ ପାଇବେ ଯୁବ ସାମ୍ବାଦିକ ହେମନ୍ତ ସାହୁ । ସ୍ୱର୍ଗତ ମହମ୍ମଦ ଅସଲମ୍ ଥିଲେ କଳାହାଣ୍ଡିରେ ସାମ୍ବାଦିକଙ୍କ ପାଇଁ ଜଣେ ଆଦର୍ଶ ତଥା ଅନନ୍ୟ ପ୍ରତିଭାର ଅଧିକାରୀ । ତେବେ ତାଙ୍କରି ଅକାଳ ବିୟୋଗ ଓଡ଼ିଶା ସାମ୍ବାଦିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ହୋଇ ରହିଥିବାବେଳେ ତାଙ୍କରି ପ୍ରତିଭା ପ୍ରତି ସମ୍ମାନ ପୂର୍ବକ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନ ତରଫରୁ ତାଙ୍କରି ନାମରେ ଏକ ସ୍ମୃତିି ସମ୍ମାନ ଗତବର୍ଷ ଘୋଷଣା କରାଯାଇଥିଲା । ଚଳିତ ବର୍ଷ ଆଗାମୀ ନଭେମ୍ବର ୧୬ ତାରିଖରେ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନ ତରଫରୁ ଜିଲ୍ଲାର ମ.ରାମପୁର ସ୍ଥିତ ବିଜୁ କଲ୍ୟାଣ ମଣ୍ଡପଠାରେ ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ଶ୍ରୀ ସାହୁଙ୍କୁ ଅତିଥିମାନଙ୍କ‌ ଦ୍ୱାରା ଏହି ମର୍ଯ୍ୟାଦାଜନକ ମହମ୍ମଦ ଅସଲମ୍ ସ୍ମୃତି ସମ୍ମାନ ପ୍ରଦାନ କରାଯିବ । ଏହି ଜାତୀୟ ପ୍ରେସ୍ ଦିବସ ଅବସରରେ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ କୃତିତ୍ୱ ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯିବ ବୋଲି କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନ ର ସଭାପତି କମ୍ବୁପାଣି ମିଶ୍ର ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.