ଜୋନାଲ ସ୍ତରୀୟ କଳା ଉତ୍ସବରେ କଳାହାଣ୍ଡି ଛାତ୍ରଛାତ୍ରୀଙ୍କ ସଫଳତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବଲାଙ୍ଗୀରରେ ଆୟୋଜିତ ଜୋନାଲସ୍ତରୀୟ କଳା ଉତ୍ସବରେ କଳାହାଣ୍ଡିର ଛାତ୍ରଛାତ୍ରୀମାନେ ସର୍ବାଧିକ ୧୭ଟି ପୁରସ୍କାର ପାଇ କଳାହାଣ୍ଡି ପାଇଁ ଗୌରବ ଆଣିଛନ୍ତି। ଛାତ୍ରଛାତ୍ରୀଙ୍କ ଭିତରେ ଥିବା କଳାର ପରିସ୍ଫୁଟନ ପାଇଁ ଭାରତ ସରକାରଙ୍କ ଦ୍ୱାରା କଳା ଉତ୍ସବ ଆୟୋଜିତ ହେଉଛି। ଏହି କାର୍ଯ୍ୟକ୍ରମରେ ପ୍ରଥମ ମନୋନୀତ ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ କଳା ଉତ୍ସବରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି। ଆୟୋଜିତ ୧୦ଟି ପ୍ରତିଯୋଗିତାର ବାଳକ ଓ ବାଳିକା ବିଭାଗରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ୧୭ଟି ପୁରସ୍କାର ମଧ୍ୟରୁ ପ୍ରଥମ ୮, ଦ୍ଵିତୀୟ ୭ ଓ ତୃତୀୟ ୩ଟି ପୁରସ୍କାର ରହିଛି। ଉଭୟ ବାଳକ ଓ ବାଳିକା ବିଭାଗର ଶାସ୍ତ୍ରୀୟ ସଙ୍ଗୀତରେ ହର୍ଶିତ ଚାନ୍ଦ ଓ ଅନିନ୍ଦିତା ଠାକୁର ପ୍ରଥମ, ଲୋକସଙ୍ଗୀତରେ ବିନିତ୍ ମେହେର ପ୍ରଥମ, ଚିନ୍ମୟୀ ଛୁରା ଦ୍ଵିତୀୟ, ଶାସ୍ତ୍ରୀୟ ବାଦନ ପ୍ରତ୍ୟୁଷ ଠାକୁର ତୃତୀୟ, ମେଲୋଡିରେ ଡେଭିଡ ନାଏକ ଦ୍ଵିତୀୟ, ଆସ୍ଥା ଜୈନ ପ୍ରଥମ, ଶାସ୍ତ୍ରୀୟ ନୃତ୍ୟରେ ପଙ୍କଜରାଜ ପୁରୋହିତ ପ୍ରଥମ, ଜାଗୃତି କୁମାର ପ୍ରଥମ, ଲୋକନୃତ୍ୟରେ ବିଭୂତି ମଲ୍ଲିକ ପ୍ରଥମ, ଲୋପାମୁଦ୍ରା ବାଗ ତୃତୀୟ, ଚିତ୍ରକଳା ୨ଡିରେ ଜ୍ୟୋତିମୟୀ ବେଣୁପାନି, ୩ଡିରେ ଟଙ୍କଧର ହରିଜନ ପ୍ରଥମ, ନିର୍ଝରା ସୁନାନି ଦ୍ଵିତୀୟ, ପାରମ୍ପରିକ ଖେଳ ଓ ଖେଳନାରେ ମୃତ୍ୟୁଞ୍ଜୟ ମାଝୀ ତୃତୀୟ, ଏକାକିଙ୍କାରେ ସୌମ୍ୟରଞ୍ଜନ ମାଝୀ ତୃତୀୟ, ଲୋରିନା ବାଗ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ। ଏଥିରେ କେସିଙ୍ଗା ବିଦ୍ୟାପୀଠର ବେଣ୍ଡପାର୍ଟି ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ପକ୍ଷରୁ ଗାଇଡ ଭାବେ ଶିକ୍ଷକ ଡିଲେଶ୍ୱର ରଣା, ଜିତେନ୍ଦ୍ର ବିଶ୍ଵାଳ, ସନ୍ତୋଷ ଆଚାର୍ଯ୍ୟ, ଅମିତ ଜାଲ ଉପସ୍ଥିତ ଥିବାବେଳେ ବେଣ୍ଡର ଗାଇଡଶିକ୍ଷକ ଭାବେ ଆନ୍ତର୍ଜାତିକ ଫୁଟବଲ ରେଫରି ତଥା ଖେଳ ଶିକ୍ଷକ ନବୀନ ନାଏକ ଓ ବିଭୂତି ପ୍ରଧାନ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.