ଜୟପାଟଣା ବ୍ଳକ ଗାଁ ସାଥି ମେଟ୍ ମିଳିତ କ୍ରିୟାନୁଷ୍ଠାନ କମିଟିର ବୈଠକ ଏବଂ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଗାଁ ସାଥି ମେଟ୍ ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଜୟପାଟଣା ବ୍ଲକ ବଜାର ପଡିଆ ଠାରେ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ମୁନା କୁମାର ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସ୍ତରୀୟ ମିଳିତ କ୍ରିୟାନୁଷ୍ଠାନ କମିଟି ସଦସ୍ୟ ସରୋଜ କୁମାର ରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଂଘର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। କଳାହାଣ୍ଡି ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟିର ସାଧାରଣ ସମ୍ପାଦକ ତରୁଣ କୁମାର ନାଏକ ସଂଘରେ ଦେଖାଦେଇଥିବା ସମସ୍ୟା ବିଷୟରେ ମତବ୍ୟକ୍ତ କରିବା ସହିତ କିଭଳି ଭାବରେ ଗାଁ ସାଥି ମେଟ୍ ମାନଙ୍କର ବକେୟା ପାଉଣା ମିଳିବ ସେନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ କହିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକର ୨୨ ଗୋଟି ଗ୍ରାମ ପଞ୍ଚାୟତର ସମସ୍ତ ଗାଁ ସାଥି/ମେଟ୍ ଯୋଗ ଦେଇ ନିଜ ନିଜର ସମସ୍ୟା ସମ୍ପର୍କରେ ମତାମତ ଦେଇଥିଲେ।

Omkar Vasthu
Omkar Vasthu

ପରିଶେଷରେ ୬ ଦଫା ସମ୍ବଳିତ ଦାବିପତ୍ର ଜୟପାଟଣା ବିଡ଼ିଓ ସ୍ନିଗ୍ଧାରାଣୀ ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା। ଦାବି ଗୁଡ଼ିକ ହେଉଛି; ଶ୍ରମିକ ମାନଙ୍କ ମାଷ୍ଟର ରୁଲ ଏଫଟିଓ ସହିତ ଗାଁ ସାଥି ମେଟ୍ ମାନଙ୍କର ଇ ମାଷ୍ଟର ରୁଲ ବାହାର କରିବା ସହିତ ଏଫଟିଓ କରାଯାଉ। ଗାଁ ସାଥି ମେଟ୍ ମାନଙ୍କୁ ସରକାରଙ୍କ ପତ୍ର ସଂଖ୍ୟା ୧୫୫୩୪ ଅନୁଯାୟୀ ତିନୋଟି କାରଣ ଦର୍ଶାଅ ନୋଟିସ ନ ହେବା ପ୍ରର୍ଯନ୍ତ ପଦକ୍ଷେପ ନେଇ ପରିବେ ନାହିଁ ବୋଲି ଦର୍ଶାଯାଇଛି, ଏହା ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଗାଁ ସାଥି ମେଟ୍ ମାନଙ୍କର ବକେୟା ପାଉଣା ତୁରନ୍ତ ପ୍ରଦାନ କରାଯାଉ, ଗ୍ରାମ ପଞ୍ଚାୟତ ମାନଙ୍କରେ ଗାଁ ସାଥି ମାନଙ୍କୁ ଅବହେଳା କରୁଥିବାରୁ ଏଥିପ୍ରତି ଦୃଷ୍ଟି ଦେବାପାଇଁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିବା ସୁଚନା ମିଳିଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.