ଗଜବାହାଲରେ ମଣ୍ଡି ଖୋଲିବା ଦାବି: ଦ୍ବିତୀୟ ଦିନରେ ଆନ୍ଦୋଳନ, ଗଛ ପକେଇ ରାସ୍ତା ଅବରୋଧ, ଗମନାଗମନ ଠପ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ଗଜବାହଲ ପଞ୍ଚାୟତ ଠାରେ ଧାନ ମଣ୍ଡି ଖୋଲାଯିବାର ଦାବି ତିବ୍ରତର ହେବାରେ ଲାଗିଛି। କର୍ଲାମୁଣ୍ଡା ବ୍ଲକ ଗଜବାହଲ ଛକ ଠାରେ ଏନେଇ ଚାଲିଥିବା ରାସ୍ତା ରୋକୋ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ତେବେ ବର୍ତ୍ତମାନ ସୁଦ୍ଧା ପ୍ରଶାସନ ଓ ଆନ୍ଦୋଳନ କାରୀଙ୍କ ମଧ୍ୟରେ ବୁଝାମଣା ହୋଇପାରିନାହିଁ। ଆନ୍ଦୋଳନକାରୀ ମାନେ ରିଷିଡା -ତୁଷୁରା -ବଲାଙ୍ଗୀର, ମ.ରାମପୁର -ରିଷିଡା -କର୍ଲାମୁଣ୍ଡା ରାସ୍ତାରେ ଗଛ ପକେଇ ଅବରୋଧ କରି ଧାରଣା ଦେଉଥିବାରୁ ଯାତାୟାତ ଠପ୍ ହୋଇଯାଇଛି। ଫଳରେ ଜନ ସାଧାରଣ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଜି ଧାରଣା ସ୍ଥଳରେ ବ୍ଲକ ଅଧକ୍ଷ୍ୟା କୁନି ସାହୁ, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ସରପଞ୍ଚ ଅରବିନ୍ଦ ଗହୀର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପବିତ୍ର ଭୋଇ, ପୂର୍ବତନ ସରପଞ୍ଚ ଭୀମସେନ ସାହୁ, ପୂର୍ବତନ ସମିତି ସଭ୍ୟ ବୀଣାପାଣି ସା, ନାଏବ ସରପଞ୍ଚ ଦେବକୀ ମହାନନ୍ଦ, ୱାର୍ଡ ମେମ୍ବର ସନ୍ତୋଷ ଦାଶ, ଅବନ୍ତି ମାଝୀ, ଚାଷୀ ନୃପ ମଣୀ ଗହୀର, ଉତ୍ତମ ଭୋଇ, ମକୁନ୍ଦ ମାଝୀ, ପ୍ରଫୁଲ୍ଲ କୁମାର ସାହୁ, ବୈକୁଣ୍ଠ ବିହାରୀ ପଧାନ, ପୂର୍ଣ୍ଣଚନ୍ଦ୍ର ମାଝୀ, ତ୍ରିଲୋଚନ ଗହୀର, ଦାମୋଦର ପଧାନ, ଅଶ୍ୱିନୀ ବେହେରା, ସୁବଳ ପଧାନ, ରଶ୍ମିରଞ୍ଜନ ମିଶ୍ର, ଅଖିଳ ମିଶ୍ରଙ୍କ ସମେତ ଅନେକ ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଧାରଣାରେ ସାମିଲ ହୋଇଛନ୍ତି। ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ରିଷିଡା ଫାଣ୍ଡି ପୋଲିସ ମୁତୟନ ଅଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.