‘ବାପା ପାଇଁ କିଡନୀ ଦେଉନି ବରଂ ନିଜ ଶରୀରର ମାଂସ ଖଣ୍ଡିଏ ଦେଉଛି’

Omkar Vasthu
Omkar Vasthu


Pearl dental clinic
Near Ashish Medical Store, Bhawanipatna

ନୂଆଦିଲ୍ଲୀ: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କର ହେବ କିଡନୀ ପ୍ରତିରୋପଣ। ଏଥିପାଇଁ ଆବଶ୍ୟକ ରହିଛି କିଡନୀ। ଆଉ କିଡନୀ ଦେବେ ବୋଲି କହିଛନ୍ତି ତାଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ। ଯିଏକି ସିଙ୍ଗାପୁରରେ ରୁହନ୍ତି।

Udyog Nursery
Udyogi Nursery

ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ବଡ଼ ଭଉଣୀ ତାଙ୍କ ଅସୁସ୍ଥ ବାପାଙ୍କୁ କିଡନୀ ଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିବା ନେଇ ଶୁକ୍ରବାର ଟ୍ବିଟ୍ କରି କହିଥିଲେ। ଏହାପରେ ତେଜସ୍ବୀ ଯାଦବ ସୂଚନା ଦେଇଛନ୍ତି।

ଝିଅ ରୋହିଣୀ ଅସୁସ୍ଥ ବାପାକୁ କିଡନୀ ଦେବା ନେଇ କହିଛନ୍ତି, ସେ ତାଙ୍କ ଶରୀରର ମାଂସର ଏକ ଛୋଟ ଅଂଶ ତାଙ୍କ ବାପାଙ୍କୁ ଚାହୁଁଛନ୍ତି। ସେ ତାଙ୍କ ବାପା ପାଇଁ କିଛି ବି କରିପାରିବେ ବୋଲି କହିଛନ୍ତି। ତାଙ୍କ ବାପା ସୁସ୍ଥ ହୋଇଯାଆନ୍ତୁ ବୋଲି ପ୍ରାର୍ଥନା କରିବାକୁ ଟ୍ବିଟ୍ କରି ଅନୁରୋଧ କରିଛନ୍ତି ରୋହିଣୀ।

୭୪ ବର୍ଷୀୟ ଆରଜେଡି ସୁପ୍ରିମୋଙ୍କ କିଡନୀ ପ୍ରତିରୋପଣ ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ଏବେ ପତ୍ନୀ ରାବ୍ରି ଦେବୀଙ୍କ ସହ ଦିଲ୍ଲୀରେ ଥିବା ଝିଅ ମୀସା ଭାରତୀଙ୍କଠାରେ ରହୁଥିବା ସୂଚନା ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଝିଅ କିଡନୀ ଦେବା ନେଇ ଲାଲୁ ଜାଣିବା ପରେ କ୍ଷୁବ୍ଧ ହୋଇଯାଇଥିଲେ। ପରେ ପରିବାରର ଅନ୍ୟ ସଦସ୍ୟ ଚାପ ପକାଇବା ପରେ ଲାଲୁ ଯାଦବ ରାଜି ହୋଇଥିବା ସୂଚନା ରହିଛି।

ଲାଲୁ ପ୍ରସାଦ ଯାଦବ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସହିତ ଦେଶର ପୂର୍ବତନ ରେଳମନ୍ତ୍ରୀ। ବିହାରରେ କ୍ଷମତାରେ ଥିବା ବେଳେ ଗୋଖାଦ୍ୟ ସହିତ ଅନ୍ୟାନ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅସୁସ୍ଥତା ହେବା ପରେ ସେ ଜେଲରୁ ଜାମିନରେ ମୁକୁଳିଛନ୍ତି।



Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.