କୋକସରା ବ୍ଲକ ଯାଦବ ସମିତିର ସାଙ୍ଗଠନିକ ବୈଠକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଯାଦବ ମହାସଭାର ଏକ ସାଙ୍ଗଠନିକ ବୈଠକ ଚିଲିଗୁଡା ସ୍ଥିତ ଯାଦବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ସଭାପତି ବିନୋଦ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସଭାରେ ଧର୍ମଗଡ଼ ବିଧାୟକ ମୌଷଧି ବାଗ ଯୋଗଦେଇ ଯାଦବଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରି ସାମାଜିକ ସଂଗଠନକୁ ସୁଦୃଢ କରିବା ପାଇଁ ମତବ୍ୟକ୍ତ କରିଥିଲେ। ଏହି ସଭାରେ ଚିଲିଗୁଡା ଠାରେ ଥିବା ଯାଦବ ଭବନ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଓ ନୁଆଁଖାଇ ଭେଟଘାଟର ଆୟବ୍ୟୟ, ଯାଦବ ଜନଗଣନା, ସମାଜ ସଂକ୍ରାନ୍ତୀୟ ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା । ଏଥିରେ କୋକସରା ବ୍ଲକର ବିଭିନ୍ନ ଅଞ୍ଚଳର କର୍ମକର୍ତା ଓ ଯାଦବ ପ୍ରେମୀ ଉପସ୍ଥିତ ଥିଲେ । ବ୍ଲକ ଯାଦବ ସମିତି ସାଧାରଣ ସମ୍ପାଦକ ଅଲେଖ ରାଉତ ସଭା ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ମଙ୍ଗଳୁ ଭାଟି, ସହସମ୍ପାଦକ ଧନସିଂ ବାଗ, କୋଷାଧକ୍ଷ ପ୍ରହଲ୍ଲାଦ ଚଣ୍ଡୀ, ଭୂମିଦାତା ପାର୍ଥ ଗୋପାଳ, ସାମ୍ବାଦିକ ଶରତ ଚନ୍ଦ୍ର ରାଉତ, କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସାଧାରଣ ସମ୍ପାଦକ ଲିଙ୍ଗରାଜ ବେହେରା, ଜୋନ ୨ ଜିଲ୍ଲା ପରିଷଦ ସଦସ୍ୟ ତ୍ରିନାଥ ବାଗ, ପଞ୍ଚକ ପୋଡ଼, ଅର୍ଜୁନ ଭାଟି, ମଦନ ବେମାଲ, ସୁରେଶ ନାଗ, ଧବଳେଶ୍ୱର ଗହୀର, ଧନେଶ୍ୱର ଗୋପାଳ, ସୁଦର୍ଶନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ବ୍ଲକ ଯାଦବ ସମିତି ସହ ସମ୍ପାଦକ ଅଭିମନ୍ୟୁ ଗୋପାଳ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.