ଅନାଥ ଆଶ୍ରମରେ ଥଇଥାନ ହେଲେ ୨ ଅସହାୟ ମହିଳା 

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): କଳାହାଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପ୍ରାୟ ଦୁଇମାସ ହେଲା ପଡି ରହିଥିବା ଚୁମକିଙ୍କୁ ଜିଲ୍ଲା ପ୍ରଶାସନ ଓ ସ୍ବେଛାସେବୀ ସଂଗଠନମାନଙ୍କ ସହଯୋଗରେ ଧର୍ମଗଡ଼ ସ୍ଥିତ ଯଶୋଦା ଅନାଥ ଆଶ୍ରମରେ ଥଇଥାନ କରାଯାଇଛି। ତାଙ୍କୁ ଭବାନୀପାଟଣା ୱାରିଅରର ସ୍ବେଛାସେବୀମାନେ ଜିଲ୍ଲା ପ୍ରଶାସନଙ୍କ ସହଯୋଗରେ ଏକ ଆମ୍ବୁଲାନ୍ସ ସହାୟତାରେ ନେଇ ଆଶ୍ରମର ମୁଖ୍ୟଙ୍କୁ ହସ୍ତାନ୍ତର କରିଥିଲେ।

Omkar Vasthu
Omkar Vasthu

ସୂଚନା ଅନୁସାରେ ଦୀର୍ଘ ଦୁଇମାସ ଧରି ଭବାନୀପାଟଣା ମୁଖ୍ୟ ଡକ୍ଟରଖାନା ବେଡ଼ ନମ୍ବର ୭୬ ମହିଳା ୱାର୍ଡରେ ରହି ଆସୁଥିଲେ ଚୁମକି। ସେ ପୂର୍ବରୁ ମାଣିକେଶ୍ବରୀ ମନ୍ଦିର ପାଖରେ ରହି ଭିକ୍ଷା ବୃତ୍ତି କରୁଥିଲେ। ହେଲେ ଏକ ଅଜଣା ଗାଡି ଧକ୍କାରେ ଆହତ ହୋଇ ମୁଖ୍ୟ ଚିିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ଦୁର୍ଘଟଣାରେ ତାଙ୍କର ଜଙ୍ଘର ହାଡ଼ ଭାଙ୍ଗି ଯାଇଥିଲା। ପ୍ଳାଷ୍ଟର ପରେ ସେ ସେହିଠାରେ ହିଁ ରହି ଆସୁଥିଲେ। ଏହା ଜାଣିବା ପରେ ଭବାନୀପାଟଣା ୱାରିଅରର ସ୍ବେଛାସେବୀମାନେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ଏଡିଏମଓ ଙ୍କ ସହ କଥା ହୋଇ ତାଙ୍କୁ ଧର୍ମଗଡ଼ ସ୍ଥିତ ଆଶ୍ରମରେ ଥଇଥାନ କରିବାପାଇଁ ସ୍ଥିର କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ସେହିପରି ଜୁନାଗଡ଼ର ଏକ ବୃଦ୍ଧା ମହିଳା ମଧ୍ୟ ଏକ ଅଜଣା ଗାଡି ଧକ୍କାରେ ଆହତ ହୋଇଥିବା ଖବର କାଳିଆକୁଣ୍ଡଳ ସରପଞ୍ଚ ଭବାନୀପାଟଣା ୱାରିଅରକୁ ଜଣେଇଥିଲେ। ତାଙ୍କୁ ମଧ୍ୟ ଭବାନୀପାଟଣା ମୁଖ୍ୟ ଚିକିତ୍ସାଲୟ ଠାରେ ଭର୍ତ୍ତି କରି ଗୋଡ଼ର ପ୍ଳାଷ୍ଟର ସରିଲା ପରେ ଧର୍ମଗଡ଼ ଅନାଥ ଆଶ୍ରମ ଠାରେ ଥଇଥାନ କରାଯାଇଛି। ଦୁଇଜଣଙ୍କୁ ନେବାରେ ଭବାନୀପାଟଣା ୱାରିଅରର ସ୍ବେଛାସେବୀ ଭକ୍ତ ଗୌଡ଼ ପ୍ରମୁଖ ଭୂମିକା ତୁଲାଇଥିଲେ। ସେହିପରି ସଂଗଠନର ଯୁଗେସ ଅଗ୍ରୱାଲ, ସନ୍ତୋଷ ସାହୁ, ସ୍ବେଛାସେବୀ ଯଶୋବନ୍ତ ରଣା, ସୁଶାନ୍ତ ପଟ୍ଟନାୟକ, ପ୍ରତାପ ସାହୁ ପ୍ରମୁଖ ସହଯୋଗ କରିଥିଲେ। ସ୍ବେଛାସେବୀ ମାନଙ୍କ ଏହିପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.