ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ଦୁଇଲକ୍ଷ ଟଙ୍କାର ବୀମାରାଶୀ ପ୍ରଦାନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଜାତୀୟ ଗ୍ରାମୀଣ କୃଷି ବିକାଶ ବ୍ୟାଙ୍କ ନାବାର୍ଡ ସହାୟତାରେ ତଥା ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ଆନୁକୁଲ୍ୟରେ ମ.ରାମପୁର ବ୍ଳକ ସମ୍ମିଳନୀ କକ୍ଷରେ ତୃଣମୂଳ ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ନାବାର୍ଡ କଳାହାଣ୍ଡି ଡ଼ିଡ଼ିଏମ ମହେଶ୍ୱର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ତାଲିମ କାର୍ଯ୍ୟକ୍ରମରେ ମ.ରାମପୁର ସରପଞ୍ଚ ବୀଣାପାଣି ସାହୁ, ଓଡିଶା ଜୀବିକା ମିଶନର ପ୍ରତିନିଧି ସୁଧୀର କୁମାର ଦାସ, ଆଦିତ୍ୟ କୁମାର ମହାକୁଡ଼, ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ମାନଭଞ୍ଜନ ସ୍ୱାଇଁ , ମହାଶକ୍ତି ଫାଉଣ୍ଡେସନ ତରଫରୁ ଜଗଦୀଶ ଦାସ, ଦେବେନ୍ଦ୍ର ମିଶ୍ର , ହୃଷିକେଶ ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ୱୟଂ ସହାୟକ ଦଳର ମହିଳା ମାନଙ୍କୁ ବିଭିନ୍ନ ବିଷୟରେ ତାଲିମ ପ୍ରଦାନ କରିଥିଲେ । ସାମ୍ପ୍ରତିକ ସମାଜରେ ସ୍ୱୟଂ ସହାୟକ ଦଳର ଗୁରୁତ୍ୱ ଓ ଭୂମିକା ଓ ସେମାନେ କିପରି ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବେ ସେ ବିଷୟରେ ସମସ୍ତଙ୍କୁ କହିଥିଲେ । ଏହି ଅବସରରେ ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ସାମିଲ ହୋଇ ଗତବର୍ଷ ମୃତ୍ୟୁବରଣ କରିଥିବା ମଟୋଗଣ୍ଡା ଗ୍ରାମର ସୁଶୀଲା କରୁଆଁଙ୍କ ସ୍ୱାମୀ ସତମନ କରୁଆଁ ଙ୍କୁ ଦୁଇଲକ୍ଷ ଟଙ୍କାର ବୀମାରାଶି ପ୍ରଦାନ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ମହାଶକ୍ତି ଫାଉଣ୍ଡେସନ ତରଫରୁ ସରକାରଙ୍କ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହେବା ପାଇଁ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଅଠର ଜଣ ହିତାଧିକାରୀଙ୍କୁ ଏହି ଯୋଜନାରେ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଲାଭ ମିଳିଥିବା ଅନୁଷ୍ଠାନର ହୃଷିକେଶ ସାହୁ ଓ ପ୍ରକାଶ ଚନ୍ଦ୍ର ସାହୁ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦେବେନ୍ଦ୍ର ମିଶ୍ର ପରିଚାଳନା କରିଥିବା ବେଳେ ଜ୍ୟୋତିଷ ନାଏକ, ମମିତା ପୂଝାରୀ ପ୍ରମୁଖ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.