୫ କୋଟି ଟଙ୍କା ଲୁଟି ଆତ୍ମହତ୍ୟାର ଭିଡିଓ ଭାଇରାଲ କରିଥିଲା, ଏବେ ଜୀବିତ ଭାବେ ଠାବ

ଓଡ଼ିଆ ବାର୍ତ୍ତା/ ଖଣ୍ଡଓ୍ୱା: ଲୋକଙ୍କୁ ଠକିବା ପରେ ଆତ୍ମହତ୍ୟାର ଭିଡିଓ କରି ନିଖୋଜ ଥିବା ଜଣେ ଯୁବକ ଠାବ। ୧୫୦ ଜଣଙ୍କଠୁ ଲୁଟିଥିଲା ୫ କୋଟି ଟଙ୍କା। ହୋଟେଲରେ ଅଏସ୍ କରୁଥିବା ଫଟୋ ପାଇଲା ପୋଲିସ। ବ୍ୟକ୍ତି ଜଣକ ହେଉଛନ୍ତି ମଧ୍ୟପ୍ରଦେଶ ଖଣ୍ଡଓ୍ୱାର ଶେଖ୍ ଜୁନୈଦ। ଏପଟେ ତାଙ୍କ ଶବକୁ ନର୍ମଦା ନଦୀରେ ଖୋଜୁଛି ପୋଲିସ। ସେପଟେ ଠକ ଶେଖ୍ ହୋଟେଲରେ ମଜା ମାରୁଛି। ଶେଖ୍ ଜୀବିତ ଥିବା ଜାଣିବାକୁ ପାଇଛି ପୋଲିସ। ଖଣ୍ଡଓ୍ୱା ବନ ବିଭାଗରେ କଣ୍ଟାକ୍ଟ କରାଇଦେବା ନାଁରେ ସେ ସେଠାକାର ଅନେକ ଲୋକଙ୍କଠାରୁ ଟଙ୍କା ଲୁଟିନେଇ କେଉଁ ଆଡେ ପଳାଇଥିଲା। କିଛି ଦିନ ପରେ ସେ ଏକ ଭିଡିଓ କରି ସେମାନଙ୍କୁ ପଠାଇଥିଲା। ଲୋକଙ୍କ ଟଙ୍କା ସୁଝିନପାରି ନର୍ମଦା ନଦୀରେ ଆତ୍ମହତ୍ୟା କରୁଛି ବୋଲି କହିଥିଲା। ପରେ ପୋଲିସ ମଧ୍ୟ ନଦୀରେ ତାଙ୍କ ଶବ ସନ୍ଧାନ କରିଥିଲା, ହେଲେ ଶବ ମିଳିନଥିଲା। ଶେଖ ଜୁନୈଦଙ୍କ ବାପା ଶେଖ୍ ଫରିଦ୍ ବନ ବିଭାଗରେ ଉଚ୍ଚ ପଦରେ ଥିଲେ। ରୋଗାଗ୍ରସ୍ତ ହେବାରୁ ଜୁନୈଦଙ୍କୁ ଚାକିରି ମିଳିଥିଲା। ପୂର୍ବରୁ ପ୍ରପର୍ଟି କିଣାବିକା କାମ କରୁଥିଲା। ହେଲେ କରୋନା କାଳରେ ସବୁ ବୁଡିଗଲା। ତେଣୁ ଟଙ୍କା ରୋଜଗାର କରିବାର ଅଲଗା ଉପାୟ ଚିନ୍ତା କରି ସେ ଲୋକଙ୍କୁ ବନ ବିଭାଗର କାଠ କଣ୍ଟ୍ରାକ୍ଟ କରାଇଦେବ କହି ୧୫୦ ଜଣଙ୍କଠୁ ପ୍ରାୟ ୫ କୋଟି ଟଙ୍କା ନେଇଥିଲା। ଏପରିକି ବନବିଭାଗର ଅଧିକାରୀମାନଙ୍କ ସହିତ ଉଠାଇଥିବା ଫଟୋକୁ ଦେଖାଇ ଲୋକଙ୍କୁ ଲୋଭାନ୍ୱିତ କରିଥିଲା। ତେବେ ଲୋକଙ୍କୁ କଣ୍ଟ୍ରାକ୍ଟ ଦେବାରେ ବିଫଳ ହେବା ପରେ ସେ ଆତ୍ମହତ୍ୟାର ନାଟକ କରିଥିଲା। ଜାନୁଆରୀରେ ନିଜର ମୃତ୍ୟୁ ନାଟକ ରଚିଥିଲେ ଜୁନୈଦ। ନର୍ମଦା ନଦୀ ଉପରେ ଠିଆ ହୋଇ କରିଥିଲା ଡ୍ରାମା। ତାପରେ ସେହି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କଲା। ପୋଲିସକୁ ଚକମା ଦେବା ପାଇଁ ଫିଲ୍ମି ନାଟକ କରି ଫେରାର ରହିଲା। ହେଲେ ପୋଲିସ ଓ ଠକାମୀର ଶିକାର ଲୋକେ ଜୁନୈଦକୁ ଖୋଜିବା ପ୍ରୟାସ ବନ୍ଦ କରିନଥିଲେ। ସେ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିବା ପୋଲିସ ସନ୍ଦେହ କରିଥିଲା। ସତକୁ ସତ ସେ ବଞ୍ଚିଥିବା ଓ ଏକ ହୋଟେଲ ଅଏସ୍ କରୁଥିବା ଏକ ଫଟୋ ପୋଲିସ ହାତରେ ଲାଗିଛି। ଏବେ ପୋଲିସ ଜୁନୈଦକୁ ଗିରଫ କରିବାକୁ ଉଦ୍ୟମ ଜାରି ରଖିଛି।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.