କଳାହାଣ୍ଡି ଇଣ୍ଟର କଲେଜ ଟି-୨୦ କ୍ରୀକେଟ ଟୁର୍ଣ୍ଣାମେଣ୍ଟ ପ୍ରସଙ୍ଗ: ରାଜ୍ୟ ସ୍ତରୀୟ କ୍ରୀକେଟ ପାଇଁ ଯିବେ ନର୍ଲାରୁ ୪ ଜଣ ଛାତ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପିଏସ୍ ଡିଗ୍ରୀ କଲେଜ କ୍ରୀକେଟ ଟିମ୍ ରୁ ୪ ଜଣ ଛାତ୍ର ରାଜ୍ୟ ସ୍ତରୀୟ ଇଣ୍ଟର କଲେକ କ୍ରୀକେଟ ଖେଳିବା ପାଇଁ ଭୁବନେଶ୍ୱର ଯିବେ ବୋଲି ଜଣାପଡିଛି । ଗତ ୧୯/୧୧ ରୁ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ଅଧିନରେ ଜିଲ୍ଲା ସ୍ତରୀୟ ଟି-୨୦ ଇଣ୍ଟର କଲେଜ କ୍ରୀକେଟ ଟୁର୍ଣ୍ଣାମେଣ୍ଟ ଭବାନୀପାଟଣା କଲେଜ ପଡିଆରେ ଚାଲିଥିଲା । ଗତକାଲି ଗୁରୁବାର ୨୪/୧୧ ଦ୍ୱିତୀୟ ସେମି ଫାଇନାଲ ଓ ଅପରାହ୍ନରେ ଫାଇନାଲ ମ୍ୟଚ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ଅବିଭକ୍ତ କଳାହାଣ୍ଡି ଜିଲ୍ଲାରୁ ୧୮ ଗୋଟି କଲେକ ସ୍ତରୀୟ କ୍ରୀକେଟ ଟିମ୍ ଯୋଗଦାନ କରିଥିଲେ । ଶୁକ୍ରବାର ପ୍ରଥମାର୍ଦ୍ଧରେ ନେସନାଲ କଲେଜ ନୂଆପଡା ଓ କଳାହାଣ୍ଡି ୟୁନିଭର୍ସିଟି କଲେଜ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏଥିରେ କଳାହାଣ୍ଡି ଏକାଦଶ ଫାଇନାଲକୁ ଉତୀର୍ଣ୍ଣ ହୋଇଥିଲା । ଦ୍ୱିତୀୟାର୍ଦ୍ଧ ଅପରାହ୍ନରେ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ଏକାଦଶ ସହିତ ନର୍ଲା ପଞ୍ଚାୟତ ସମିତି ଡିଗ୍ରୀ କଲେଜ ଏକାଦଶ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏହି ଟି-୨୦ ମ୍ୟାଚ୍ ରେ ନର୍ଲା ଏକାଦଶ ଟସ୍ ଜିଣି ପ୍ରଥମେ ଫିଲଡିଂ ନିଷ୍ପତି ନେଇଥିଲେ । ପ୍ରଥମ ଇନିଙ୍ଗସ ରେ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ୨୦ ଓଭର ରେ ୧୭୯ ରନ ସଂଗ୍ରହ କରିଥିଲା । ଜବାବ୍ ରେ ନର୍ଲା ଡିଗ୍ରୀ କଲେଜ ଏକାଦଶ ୨୦ ଓଭରରେ ୧୫୩ ରନ ସଗ୍ରହ କରି ଉପ ବିଜେତା ରହିଥିଲେ । ସଂଧ୍ୟା ୫ ଘଣ୍ଟା ସମୟରେ ପୁରସ୍କାର ବିତରଣୀ ଉସôବ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟର ଭାଇସ୍ ଚାନ୍ସେଲର ସଞ୍ଜୟ ଶତପଥି ଓ ସମ୍ମାନୀତ ଅତିଥି ଭାବରେ ରଣଜୀ ଟ୍ରଫି କ୍ରୀକେଟ ଖେଳାଲୀ ୩ ଜଣ କ୍ରୀଡାବିତ୍ତ ଯୋଗଦାନ କରିଥିଲେ । ଚମ୍ପିଆନ ଦଳ ଭାବରେ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟକୁ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଉପ ବିଜେତା ଭାବରେ ନର୍ଲା ପିଏସ ଡିଗ୍ରୀ କଲେଜ କୁ ଟ୍ରଫି ପ୍ରଦାନ କରାଯାଇଥିଲା । ବେଷ୍ଟ ବେଟ୍ସ ମ୍ୟାନ ଭାବରେ ନର୍ଲା ଏକାଦଶର ଭେଟେରାନ ଖେଳାଳୀ ଯଶୋବନ୍ତ ମାଝୀଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା । ଆସନ୍ତା ସପ୍ତାହରେ ରାଜ୍ୟ ସ୍ତରୀୟ ଇଣ୍ଟର କଲେଜ କ୍ରୀକେଟ ଟୁର୍ଣ୍ଣାମେଣ୍ଟ ଭୂବନେଶ୍ୱରରେ ଅନୁଷ୍ଠିତ ହେବ । ଏଥିପାଇଁ କଳାହାଣ୍ଡି ଟିମ୍ ଚୟନ କରାଯାଇଛି । କଳାହାଣ୍ଡି ଇଣ୍ଟର କଲେଜରେ ଅଂଶ ଗ୍ରହଣ କରିଥିବା ୧୮ ଗୋଟି ଟିମ୍ ମଧ୍ୟରୁ ୧୩ ଜଣ ଖେଳାଳୀ ଙ୍କୁ କଳାହାଣ୍ଡି ଟିମ୍ ପାଇଁ ଚୟନ କରାଯାଇଥିବା ବେଳେ ନର୍ଲା ରୁ ଡିଗ୍ରୀ କଲେଜର କ୍ୟାପଟେନ ରହିଥିବା ଥବିର ସେନାପତି, ଯଶୋବନ୍ତ ମାଝୀ, ଦୀପନ ମାଝୀ ଓ ଖଗେଶ୍ୱର ଗହୀରଙ୍କୁ କଳାହାଣ୍ଡି ଏକାଦଶ ଟିମ୍ ପାଇଁ ଚୟନ କରାଯାଇଥିବାରୁ ନର୍ଲାରେ ଖୁସିର ଲହରୀ ଖେଳି ଯାଇଛି । ଏଥିପାଇଁ ଆଜି ନର୍ଲା ପିଏସ୍ ଡିଗ୍ରୀ କଲେଜ ତରଫରୁ ନର୍ଲାରେ ଉପ ବିଜେତା ଟ୍ରଫି ଧରି ଶୋଭାଯାତ୍ରା କରି ପିଏସ୍ ଡିଗ୍ରି କଲେଜ କ୍ରୀକେଟ ଟିମ୍ କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇବା ସହ ରାଜ୍ୟ ସ୍ତରୀୟ ଇଣ୍ଟର କଲେଜ ଟୁର୍ଣ୍ଣାମେଣ୍ଟ ପାଇଁ ନର୍ଲା ଏକାଦଶରୁ ମନୋନିତ ହୋଇଥିବା ୪ ଜଣ ଖେଲାଳୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶୋଭାଯାତ୍ରାକାରୀ ନର୍ଲା ପିଏସ୍ ଡିଗ୍ରୀ କଲେଜର ଛାତ୍ରଛାତ୍ରୀ ମାନେ ନର୍ଲା ପରିକ୍ରମା ଓ ନାରାବାଜୀ କରି କଲେଜ କୁ ପ୍ରତ୍ୟାବର୍ତ୍ତନ କରିଥିଲେ । ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟ ପାଇଁ କଳାହାଣ୍ଡି ଟିମ୍ ରେ ସ୍ଥାନ ପାଇଥିବା ନର୍ଲା ଡିଗ୍ରି କଲେଜରୁ ୪ ଜଣ ଛାତ୍ରଙ୍କୁ ନର୍ଲାର ବିଭିନ୍ନ ଅନୁଷ୍ଠାନ ଓ କ୍ରୀଡା ପ୍ରେମୀଙ୍କ ତରଫରୁ ଶୁଭେଚ୍ଛାର ସୁଅ ଛୁଟୁଥିବା ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.