ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ନିର୍ଦ୍ଦେଶକ୍ରମେ କଳିଙ୍ଗ କୁସୁମ ଓ ଭାରତୀୟ ଷ୍ଟେଟବ୍ୟାଙ୍କର ସହଯୋଗରେ ରିଷିଡା ସ୍ଥିତ ଜେକେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୩୫୦ଟି ବୃକ୍ଷ ଲଗାଇବାର ଯୋଜନା ରହିଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମ ଳରେ ରିଷିଡା ସରପଞ୍ଚ ସେବତୀ ରଣା, ସମିତି ସଭ୍ୟ ନିମାଇଁ ଚରଣ ବେହେରା(ସିନୁ), ଏସବିଆଇ କର୍ଲାମୁଣ୍ଡା ଶାଖାର ଚୈତନ୍ୟ ପ୍ରଧାନ, ଜିଲ୍ଲା ଯୁବ ବିଜେଡ଼ି କାର୍ଯ୍ୟକାରୀ ସଦସ୍ୟ ଚିନ୍ମୟ ମିଶ୍ର, ନାଏବ ସରପଞ୍ଚ ନରେଶ ଦାଶ, କଲେଜ ଲାଇବ୍ରେରୀଆନ ଚିନ୍ମୟ ରଣା, ଯୁବ ବିଜେଡ଼ି ଡିଜିଟାଲ ସଂଯୋଜକ ତ୍ରିଶଙ୍କ ରଣା (ସୋନୁ), ବ୍ଲକ ଛାତ୍ର ସଭାପତି ସଲିମ ଶେଖର ରଣା, ମନୋଜ ରଣା, ତାରାଚନ ପୋଡ଼, ଚିତ୍ତ ରଣା ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ।