ଲାଞ୍ଜିଗଡରୋଡ଼ ଜୁନିୟର କଲେଜ ଠାରେ ସମ୍ବିଧାନ ଦିବସ ଓ ଚୁନାବ ପାଠଶାଳା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ସିଟି ପ୍ରାଥମିକ ଶିକ୍ଷକ ସଂଗଠନର ଉପସଭାପତି ବିଭୁତି ଭୂଷଣ ତାଣ୍ଡିଙ୍କ ନେତୃତ୍ବରେ ଲାଞ୍ଜିଗଡରୋଡ଼ ଜୁନିୟର କଲେଜ ଠାରେ ସମ୍ବିଧାନ ଦିବସ ଓ ଚୁନାବ ପାଠଶାଳା ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ରୋଡ଼ କଲେଜ ଅଧ୍ୟକ୍ଷ ଜୟକୃଷ୍ଣ ପ୍ରଧାନ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଲାଞ୍ଜିଗଡରୋଡର ପୂର୍ବତନ ସରପଞ୍ଚ ଟଙ୍କଧର ମାଝୀ ଯୋଗ ଦେଇଥିଲେ। ଇଂରାଜୀ ଅଧ୍ୟାପକ ନିକୁଞ୍ଜ ବିହାରୀ ଭୋଇ ମଞ୍ଚ ପରିଚାଳନା ସହ ସ୍ୱାଗତ ସମ୍ବର୍ଦ୍ଧନା ଓ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରାଜନୀତି ଅଧ୍ୟାପକ କିଶୋର ଚନ୍ଦ୍ର ସାହା ସ୍ୱାଧୀନ ପୂର୍ବ ଭାରତ ଓ ସ୍ୱାଧୀନତା ପରବର୍ତ୍ତୀ ଭାରତର ତଥା ସମ୍ବିଧାନ ନିର୍ମାଣର ଇତିହାସ ଉପସ୍ଥାପନା କରିଥିଲେ। ଅତିଥି ଟଙ୍କଧର ମାଝୀ ସମୟର ସତ ବିନିଯୋଗ କରି ନିଜକୁ ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱରେ ପରିଣତ କରିବାକୁ ସମସ୍ତ ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଅଧ୍ୟକ୍ଷ ପ୍ରଧାନ ସମ୍ବିଧାନ ନିର୍ମାଣ ଉପରେ ବିଶେଷ ଉପସ୍ଥାପନା କରିଥିବା ବେଳେ ବିଭୁତି ଭୂଷଣ ତାଣ୍ଡି ଭାରତୀୟ ସମ୍ବିଧାନର ନିର୍ମାଣର ଆବଶ୍ୟକତା, ଏହାର ମହତ୍ୱ ଉପରେ ଆଲୋଚନା କରି କିପରି ଭାବରେ ଭାରତ ପରିଚାଳନାରେ ସମ୍ବିଧାନର ମହତ୍ୱ ଉପରେ ଆଲୋକପାତ କରିଥିଲେ।

Udyog Nursery
Udyogi Nursery

ସମ୍ବିଧାନ ଦ୍ୱାରା ଦଳିତ, ନିଷ୍ପେସିତ ତଥା ନାରୀ ଜାତିର ଉତ୍ପନ ହୋଇଛି ଏବଂ ଭାରତର ଜଣେ ନାଗରିକ ହିସାବରେ ଆମେ ସମସ୍ତେ ସମ୍ବିଧାନକୁ ଜାଣିବା ଓ ବୁଝିବାର ଆବଶ୍ୟକକତା ଅଛି ବୋଲି ଛାତ୍ର ଛାତ୍ରୀଙ୍କୁ ଅବଗତ କରେଇ ଥିଲେ। ଏଥିରେ କଲେଜର ସମସ୍ତ ଅଧ୍ୟାପକଙ୍କ ସମେତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.