ବିଶ୍ୱନାଥପୁରଠାରେ ବ୍ଲକସ୍ତରୀୟ ସମ୍ବିଧାନ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ନିଲେଶ କୁମାର ନାଗ): ବିଶ୍ୱର ସର୍ବବୃହତ ଲିଖିତ ସମ୍ବିଧାନର ମାନ୍ୟତା ବହନ କରୁଥିବା ଭାରତୀୟ ସମ୍ବିଧାନ ଏ ଦେଶକୁ ସୁପରିଚାଳିତ କରିବାର ଏକ ସର୍ବୋତ୍ତମ ମାଧ୍ୟମ ଅଟେ । ସମ୍ବିଧାନ ବିନା ଭାରତର ବିଧିବ୍ୟବସ୍ଥା, ନାଗରିକ ଅଧିକାର ଓ କର୍ତ୍ତବ୍ୟ ସମେତ ଦେଶ ଶାସନର ପରିକଳ୍ପନା ଅସମ୍ଭବ । ଭାରତକୁ ସଂଘୀୟ ରାଷ୍ଟ୍ର ଓ ଜନମଙ୍ଗଳ ରାଷ୍ଟ୍ର ଭାବେ ଗଢି ତୋଳିବାକୁ ଭାରତୀୟ ସମ୍ବିଧାନ ହିଁ ଦିଶା ନିର୍ଦ୍ଦେଶ କରିଥାଏ । ସେଇଥିପାଇଁ ତ ସମ୍ବିଧାନକୁ ଭାରତୀୟ ଗଣତନ୍ତ୍ର ଆତ୍ମା ବୋଲି ଅଭିହିତ କରାଯାଏ । ତେବେ ଦେଶର ସମ୍ବିଧାନକୁ ଲାଗୁ କରାଇବାରେ ଆଜି ବି ଅନେକ ସମସ୍ୟା ବାଟଓଗାଳି ଛିଡ଼ା ହୋଇଥିବାବେଳେ ସେଗୁଡ଼ିକୁ ହଟାଇ ଦେଶବ୍ୟାପି ସମ୍ବିଧାନକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରାଇବାର ସମୟ ଆସିଛି ବୋଲି ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରଠାରେ ଆୟୋଜିତ ବ୍ଲକସ୍ତରୀୟ ସମ୍ବିଧାନ ଦିବସର ଭବ୍ୟ ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ବିଶ୍ୱନାଥପୁର ବ୍ଲକ ଛକରେ ଥିବା ବିଶ୍ୱରତ୍ନ ବାବାସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ପୂର୍ଣ୍ଣାବୟବ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହିତ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଥିରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ଲାଞ୍ଜିଗଡ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ଘଡେଇ, ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ଲାଞ୍ଜିଗଡ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ସଭାପତି ଧନଞ୍ଜୟ ଦୀପ,ସଂପାଦକ ଶ୍ରୀବତ୍ସ ତାଣ୍ଡି, ଫେଡେରେସନର ବ୍ଲକ ସଭାପତି ତଥା ଲାଞ୍ଜିଗଡ ବ୍ଲକ ସମିତିସଭ୍ୟ ସଂଘର ସଭାପତି ଜଗଦୀଶ ବେନିଆଁ, ଲାଞ୍ଜିଗଡ ବ୍ଲକ କଂଗ୍ରେସ ସଭାପତି ହରିହର କୁମାର, ତ୍ରିନାଥ ମନ୍ଦିର ପରିଚାଳନା କମିଟିର ସଭାପତି ମନରଞ୍ଜନ ବିଶି, ସମାଜସେବୀ ହରିଶଙ୍କର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ତଥା ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସାମ୍ବାଦିକ ଗୋପାଳଦାସ ମହାନନ୍ଦ । ବିଶ୍ୱନାଥପୁର ଶିଶୁ ମନ୍ଦିରର ଗୁରୁଜୀ, ଗୁରୁମା ଓ ଛାତ୍ରଛାତ୍ରୀଙ୍କ ସମେତ ପଞ୍ଚାୟତ ପ୍ରତିନିଧି, ବ୍ଲକସ୍ତରୀୟ ଅଧିକାରୀ ଓ କର୍ମଚାରୀ, ବିଶ୍ୱନାଥପୁର ବଣିକ ସଂଘ, ବିଭିନ୍ନ ସଂଗଠନର କର୍ମକର୍ତ୍ତା ପ୍ରମୁଖ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ । ସେହିପରି ବ୍ଲକର ୨୬ଗୋଟି ପଞ୍ଚାୟତ କାର୍ଯ୍ୟାଳୟରେ ସମ୍ବିଧାନ ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଥିବାବେଳେ ଚମ୍ପାଦେଇପୁର ପଞ୍ଚାୟତରେ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ସରପଞ୍ଚ ନରେନ୍ଦ୍ର ବେହେରା, ଲାଞ୍ଜି ପଞ୍ଚାୟତରେ ସରପଞ୍ଚ ଯମୁନା ମାଝୀ, ବାତେଲିମାରେ ସରପଞ୍ଚ କରୁଣା ମାଝୀ, ସମିତିସଭ୍ୟ ଗୋବିନ୍ଦ ନାଏକ, କମର୍ଦ୍ଧାରେ ସରପଞ୍ଚ ସୁଶୀଳା ନାଏକ ପ୍ରମୁଖଙ୍କ ନେତୃତ୍ୱରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ସେହିପରି ଛତ୍ରପୁର ପଞ୍ଚାୟତ ପତ୍ରାପଡା ଓ ନିୟମଗିରି ବେଦାନ୍ତ ନଗରଠାରେ ମଧ୍ୟ ଯୁବଗୋଷ୍ଠୀଙ୍କ ଦ୍ୱାରା ସମ୍ବିଧାନ ଦିବସ ପାଳିତ ହୋଇଯାଇଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.