ବୃଦ୍ଧ ବାପା, ମାଙ୍କୁ କରିପାରିବେନି ହତାଦାର: ମୋଦୀ ସରକାର ଆଣୁଛନ୍ତି ଭରଣ ପୋଷଣ ବିଧେୟକ!

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପୁଅ, ବୋହୂ ଚାକିରିଆ, ନାତି ନାତୁଣୀ ରେସିଡେନସିଆଲ ସ୍କୁଲରେ ନହେଲେ ଅନ୍ ଲାଇନ୍ ପାଠ ପଢୁଛନ୍ତି । ଏପରି ସ୍ଥିତିରେ ଅଧିକାଂଶ ଏବେ ନିଜ ବୃଦ୍ଧ ବାପା- ମାଙ୍କୁ ମଧ୍ୟ ସାଙ୍ଗରେ ରଖିବାକୁ ପସନ୍ଦ କରୁ ନାହାନ୍ତି । ତେଣୁ ପରିଣତ ସମୟରେ ଅନେକ ହଇରାଣ ହରକତ ହେଉଛନ୍ତି ଏମାନେ । ଆଇନ୍ ବ୍ୟବସ୍ଥାରେ କଠୋର ଦଣ୍ଡ ନଥିବାରୁ ଅନେକ ବୃଦ୍ଧ ବୟସରେ ହତାଦର କରୁଛନ୍ତି । ଏପରି ସ୍ଥିତିରେ ମୋଦୀ ସରକାର ସଂସଦର ଶୀତକାଳୀନ ଅଧିବେଶନରେ ଆଇନରେ ସଂଶୋଧନ କରିବାକୁ ଯୋଜନା କରିଥିବା ସୂଚନା ରହିଛି। ବାପା ମା’ ତଥା ବୃଦ୍ଧଙ୍କ ରକ୍ଷଣାବେକ୍ଷଣ ସହ ଜଡିତ ପୁରୁଣା ଆଇନରେ ଏକ ବଡ ପରିବର୍ତ୍ତନ ପାଇଁ ସରକାର ପ୍ରସ୍ତୁତି କରୁଛନ୍ତି, ଯାହାକୁ ଅଧିକ କଡାକଡି କରାଯିବ। ଏହା ଅଧୀନରେ କୌଣସି ବ୍ୟକ୍ତି ବୃଦ୍ଧମାନଙ୍କର ଯତ୍ନ ନେବାଠାରୁ ଦୂରେଇ ପାରିବେ ନାହିଁ। ଯଦି ଠିକ୍ ଭାବେ ଯତ୍ନ ନେବାରେ ବିଫଳ ହୁଅନ୍ତି ତେବେ ତାଙ୍କୁ ଜେଲଦଣ୍ଡ ସହ ଜୋରିମାନା କରାଯାଇପାରେ। ଏହା ସହିତ ବୃଦ୍ଧମାନଙ୍କୁ ଭତ୍ତା ମିଳିବାର ବ୍ୟବସ୍ଥା ମଧ୍ୟ ରହିଛି। ଏହି ଭତ୍ତା ପିଲାମାନଙ୍କର ସ୍ଥିତି ଏବଂ ଆୟ ଅନୁଯାୟୀ ନିର୍ଣ୍ଣୟ କରାଯିବ। ଏ ପର୍ଯ୍ୟନ୍ତ ଏହାର ସର୍ବାଧିକ ସୀମା କେବଳ ମାସକୁ ୧୦ ହଜାର ଟଙ୍କା ବୋଲି ପ୍ରସ୍ତାବ ଦିଆଯାଇଥିଲା। ପ୍ରାୟ ତିନିବର୍ଷର ଦୀର୍ଘ ଅପେକ୍ଷା ପରେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ବାପା ମାଆ ତଥା ବୃଦ୍ଧଙ୍କ ରକ୍ଷଣାବେକ୍ଷଣ ସହ ଜଡିତ ବିଲ୍‌ରେ ପରିବର୍ତ୍ତନକୁ ନେଇ ଆଗକୁ ବଢିବାକୁ ପ୍ରସ୍ତୁତ ହେଉଛି। ସଂସଦର ଶୀତକାଳୀନ ଅଧିବେଶନରେ ଏହାକୁ ଆଣିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି। ଯଦିଓ ଏହି ବିଲ୍ ପ୍ରଥମେ ସଂସଦରେ ୨୦୧୯ ରେ ଉପସ୍ଥାପିତ ହୋଇଥିଲା, କିନ୍ତୁ ପରେ ଏହାକୁ ସ୍ଥାୟୀ କମିଟି ନିକଟକୁ ପଠାଯାଇଥିଲା। ମନ୍ତ୍ରଣାଳୟ ସହ ଜଡିତ ଅଧିକାରୀଙ୍କ ଅନୁଯାୟୀ କମିଟିର ପରାମର୍ଶ ପରେ ଏହି ବିଲରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ଯେଉଁଥିରେ ବୃଦ୍ଧମାନେ ଆଉ କାହା ଦୟାର ପାତ୍ର ହେବେ ନାହିଁ। ଯଦି କେହି ସେମାନଙ୍କ ସେବା ନକରନ୍ତି ତେବେ ସରକାର ସେମାନଙ୍କର ଯତ୍ନ ନେବେ। ଏଥିପାଇଁ ଦେଶରେ ଏକ ଢାଞ୍ଚା ପ୍ରତିଷ୍ଠା କରାଯିବ। ଯେଉଁଥିରେ ପ୍ରତ୍ୟେକ ଜିଲ୍ଲାରେ ବୃଦ୍ଧଙ୍କୁ ଚିହ୍ନଟ କରାଯିବ । ଏହାପରେ ଜିଲ୍ଲା ସ୍ତରରେ ଚିକିତ୍ସା ସୁବିଧା ଏବଂ ଏକ ସେଲ୍ ଗଠନ କରାଯିବ। ଯାହା ଏହା ସହ ଜଡିତ ସୁବିଧାଗୁଡ଼ିକୁ ପରିଚାଳନା କରିବ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.