ପ୍ରେମ କରିବା ପଡ଼ିଲା ମହଙ୍ଗା, ଲାଠି ମାଡ଼ରେ ଚାଲିଗଲା ଯୁବକଙ୍କ ଜୀବନ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ : ପ୍ରେମ ଏଭଳି ଏକ ଶବ୍ଦ ଯାହାର ତୁଳନା ନାହିଁ  । ପ୍ରେମ କେବେ ଦେଖିନଥାଏ ସ୍ବାର୍ଥ ଟଙ୍କା କି କୌଣସି ଜାତି ଏବଂ ଧର୍ମ । ପ୍ରେମ ସର୍ବଦା ହୃଦୟର ଭାବାବେଗ ସହ ଜଡ଼ିତ ରହିଛି । ଯାହା ମଣିଷକୁ ବଶୀଭୂତ କରିଥାଏ  । ଏହି ପ୍ରେମରେ ଜାତି ଧର୍ମକୁ ନେଇ ମହାରାଷ୍ଟ୍ରର ନାନ୍ଦେଡରୁ ଆସିଛି ଚାଞ୍ଚଲ୍ୟକର ଘଟଣା । ଜଣେ ହିନ୍ଦୁ ପୁଅ ମୁସଲମାନ ଯୁବତୀଙ୍କୁ ପ୍ରେମ କରିବାରୁ ତାଙ୍କୁ ଠେଙ୍ଗାରେ ପିଟି ହତ୍ୟା କରାଯାଇଛି । ମୃତ ଯୁବକଙ୍କ ନାମ ହେଉଛି ସ୍ୱପ୍ନିଲ ନାଗେଶ୍ୱର । ସ୍ୱପ୍ନିଲ ତାଙ୍କ ପଡ଼ିଶାରେ ରହୁଥିବା ଜଣେ ମୁସଲମାନ ମହିଳାଙ୍କୁ ଭଲ ପାଉଥିଲେ। ଉଭୟ ସ୍ୱପ୍ନିଲ ଓ ତାଙ୍କ ପ୍ରେମିକା ପୂର୍ବରୁ ଦୁହେଁ ବିବାହ ମଧ୍ୟ କରିଥିଲେ । କିନ୍ତୁ ତାଙ୍କର ଏହି ସମ୍ପର୍କକୁ ଅନେକ ଲୋକ ବିରୋଧ କରୁଥିଲେ । ତେବେ ସ୍ବପ୍ନିଲଙ୍କୁ କିଛି ଲୋକ ହତ୍ୟା କରିବା ସମୟରୁ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା  । କିଭଳି ଜଣେ ବ୍ୟକ୍ତି ବୁର୍କାରେ ବସିଥିବା ମହିଳାଙ୍କୁ ଚାପୁଡ଼ା ମାରୁଥିବା ବେଳେ ପରେ ମହିଳାଙ୍କ ପ୍ରେମିକଙ୍କୁ ଅଭିଯୁକ୍ତମାନେ ବାଡ଼ି ଓ ଠେଙ୍ଗାରେ ପିଟି ପିଟୁଛନ୍ତି। ତେବେ ସବୁଠୁ ବଡ଼ କଥା ହେଲା ଅଭିଯୁକ୍ତମାନେ ସ୍ବପ୍ନିଲ ଏବଂ ତାଙ୍କ ପ୍ରମିକାଙ୍କୁ ଜାଣିନାହାଁନ୍ତି କି ଉଭୟଙ୍କ ପରିବାର ସଦସ୍ୟ ମଧ୍ୟ ନୁହଁନ୍ତି  । ଘଟଣା ପରେ ପୀଡ଼ିତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ହେଲେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ସ୍ୱପ୍ନିଲଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ  । ପୋଲିସ ମାମଲା ରୁଜୁ କରି ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ସମ୍ପୃକ୍ତ ଅଭିଯୁକ୍ତ ଫେରାର ରହିଥିବା ଜଣାପଡ଼ିଛି  ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.