ସେଲଫି ନେବା ପଡିଲା ମହଙ୍ଗା: ପାଣିରେ ଭାସି ୪ ଯୁବତୀ ମୃତ

ଓଡ଼ିଆ ବାର୍ତ୍ତା/ ମାଡ୍ରାସ: ସେଲଫି ନେବା ଯୁବତୀଙ୍କୁ ପଡ଼ିଲା ମହଙ୍ଗା  । ଫଟୋ ଉଠାଇବା ସମୟରେ ପାଣିରେ ଭାସିଗଲେ ୪ ଯୁବତୀ  । ଆଜିକାଲି ଫଟୋ ଉଠାଇବା ଗୋଟାଏ ଫେସନ ହୋଇଗଲାଣି  । ବର୍ତ୍ତମାନ ଏହି ଯୁବପିଢ଼ିଙ୍କୁ ସେଲଫି ଉଠାଇବାର ନିଶା ଘାରିଛି । ସେଲଫି ଉଠାଇବା ସମୟରେ ସେମାନେ ଭୁଲିଯାଉଛନ୍ତି ତାଙ୍କ ଜୀବନ ପ୍ରତି କେତେ ବିପଦ ରହିଛି । ସେଲଫି ପାଇଁ ନୀଜ ଜୀବନକୁ ବାଜି ଲଗାଇବାକୁ ମଧ୍ୟ ପଛାଉ ନାହଁନ୍ତି ଏହି ଯୁବପିଢ଼ି । ଏଭଳି ଏକ ଘଟଣା କର୍ଣ୍ଣାଟକରେ ଘଟିଛି । ଯେଉଁଠି ଏକ ଜଳପ୍ରପାତ ନିକଟରେ ସେଲଫି ନେବା ବେଳେ ୪ ଜଣ ଯୁବତୀ ପ୍ରାଣ ହରାଇଛନ୍ତି ।ରିପୋର୍ଟ ଅନୁଯାୟୀ, ୪୦ ଜଣ ଯୁବତୀ କର୍ଣ୍ଣାଟକର ବେଲଗାଭିରେ କିଟଓ୍ଵାଡ ଜଳପ୍ରପାତକୁ ପିକନିକ କରିବାକୁ ଯାଇଥିଲେ। ଏହି ଜଳ ପ୍ରପାତ ନିକଟରେ ୫ ଜଣ ଯୁବତୀ ସେଲଫି ନେବା ସମୟରେ ଅସାବଧାନତା ଯୋଗୁଁ ପାଦ ଖସିଯାଇଥିଲା। ଫଳରେ ସେମାନେ ତଳକୁ ଖସି ପଡିଥିଲେ। ସେମାନଙ୍କ ମଧ୍ୟରୁ ଜଣକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ହସପିଟାଲକୁ ପଠାଇଥିବା ବେଳେ ଅନ୍ୟ ୪ ଜଣଙ୍କ ପ୍ରାଣ ଚାଲିଯାଇଥିଲା। ମୃତ ୪ ଜଣ ଯୁବତୀ ମାଡ୍ରାସର ବେଲଗାଭିର କାମତ ଗଲିରେ ରହୁଥିଲେ। ଏନେଇ ପୋଲିସ ମାମଲା ରୁଜୁ କରିବା ସହ ୪ ଜଣ ଯୁବତୀଙ୍କ ମୃତଦେହକୁ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.