ଫୁଟବଲ ବିଶ୍ବକପ: ଲଜିୟମ ହାରିବା ସହ୍ୟ କରି ପାରିଲେନି ପ୍ରଶଂସକ, ବ୍ରୁସେଲ୍ସରେ ଦଙ୍ଗା ପରିସ୍ଥିତି

ଓଡ଼ିଆ ବାର୍ତ୍ତା/ ବ୍ରୁସେଲ୍ସ: କତାରରେ ଚାଲିଥିବା ଫୁଟବଲ ବିଶ୍ୱକପରେ ମରକ୍କୋ ନିକଟରୁ ବେଲଜିୟମର ପରାସ୍ତକୁ ପ୍ରଶଂସକମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି । ମ୍ୟାଚ ପରେ ରାଜଧାନୀ ବ୍ରୁସେଲ୍ସରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ କଡା ପଦକ୍ଷେପ ଗ୍ରହଣ କରିବାକୁ ପଡିଥିଲା । ୧୨ଜଣ ଲୋକ ଗିରଫ ହୋଇଛନ୍ତି । ଏପରିକି ବ୍ରୁସେଲ୍ସ ହିଂସାର ପ୍ରଭାବ ନେଦରଲାଣ୍ଡସ ମଧ୍ୟ ଦେଖିବାକୁ ମିଳିଥିଲା । ସେଠାରେ ଥିବା ବେଲଜିୟମ ସମର୍ଥକ ପୋଲିସ ଉପରକୁ ଟେକା ପଥର ଫିଙ୍ଗିଥିବା ଖବର ହସ୍ତଗତ ହୋଇଛି । ବିଶ୍ୱର ୨ ନମ୍ବର ଟିମ ବେଲଜିୟମକୁ ହରାଇବା ପରେ ମରକ୍କୋ ପ୍ରଶଂସକମାନେ ବ୍ରୁସେଲ୍ସରେ ବିଜୟ ଉତ୍ସବ ପାଳନ କରିଥିଲେ । ଏହା ପରେ ଉଭୟ ଦେଶର ସମର୍ଥକ ମୁହାଁମୁହିଁ ହୋଇଥିଲେ । ଶେଷରେ ଏହା ଏକପ୍ରକାର ଦଙ୍ଗାର ରୂପ ନେଇଥିଲା । ବେଲଜିୟମ ସମର୍ଥକମାନେ ଗାଡି ମୋଟରରେ ନିଆଁ ଲଗାଇବା ସହ ବ୍ୟାପକ କ୍ଷୟକ୍ଷତି କରାଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.