ରାୟ ପ୍ରକାଶ କଲେ ଜେଏମଏଫସି କୋକସରା: ମାରପିଟ୍ ମାମଲାର ଅଭିଯୁକ୍ତଙ୍କୁ ୧ବର୍ଷ କାରାଦଣ୍ଡ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଝାରକୁଣ୍ଡାମାଲ ଗ୍ରାମର ୨୦୧୭ ମସିହା ର ଏକ ମାରପିଟ୍ ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ମାନ୍ୟବର କୋକସରା ଜେଏମଏଫସି କୋର୍ଟ ଝାରକୁଣ୍ଡାମାଲ ଗ୍ରାମର ଅଭିଯୁକ୍ତଙ୍କୁ ୧ ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି।

Omkar Vasthu
Omkar Vasthu

ମାମଳାର ବିବରଣୀ ଅନୁଯାୟୀ, କୋକସରା ଥାନା ଝାରକୁଣ୍ଡାମାଲ ଗ୍ରାମର ଏକ ପାଇଖାନା ନିର୍ମାଣକୁ ନେଇ ଅଭିଯୁକ୍ତ ମଧୁଲାଲ ନାଏକ ଗ୍ରାମର ଥବିର ନାଏକଙ୍କୁ ଗାଲିଗୁଲଜ କରିବା ସହ ଏକ ପଥରରେ ମୁଣ୍ଡକୁ ମାରି ରକ୍ତାକ୍ତ କରିଦେଇଥିଲେ। ଏନେଇ ଥବିର ନାଏକ କୋକସରା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାର ରେ କୋକସରା ଥାନା କେଶ୍ ନଂ ୮୧/୧୭ ରେ ଏକ ମାମଲା ରୁଜୁ ହୋଇ ଅଭିଯୁକ୍ତଙ୍କ ବିରୋଧରେ ମାନ୍ୟବର କୋର୍ଟ ରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। କୋକସରା ମାନ୍ୟବର ଜେଏମ୍ଏଫସି ସମସ୍ତ ସାକ୍ଷ ପ୍ରମାଣ ଆଧାରରେ ମଙ୍ଗଳବାର ଅଭିଯୁକ୍ତ ମଧୁଲାଲ ନାଏକଙ୍କୁ ଆଇପିସି ଧାରା ୩୨୩ ଓ ୩୨୫ ଧାରାରେ ଦୋଷୀ ସାବ୍ୟସ୍ତ କରିବା ସହ ୩୨୩ ଧାରାରେ ୨ ମାସ ଓ ୩୨୫ ଧାରାରେ ୧୦ ମାସ କାରାଦଣ୍ଡାଦେଶ ଓ ଏକ ହଜାର ଟଙ୍କା ଜରିମାନା ପ୍ରଦାନ କରିଥିବାକୁ ଆଦେଶ କରିଛନ୍ତି। ଏହାର ଅନାଦେୟରେ ଆଉ ୨ମାସ କାରଦଣ୍ଡାଦେଶ ଦେଇଛନ୍ତି। ଏହାକୁ ସରକାରୀ ଓକିଲ ଅଜିତ୍ କୁମାର ପଟ୍ଟନାୟକ ପରିଚାଳନା କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.