ସୋସିଆଲ ୱେଲଫେୟାର ଅର୍ଗାନାଇଜେସନ ପକ୍ଷରୁ କମ୍ବଳ ବଣ୍ଟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାଠାରେ ସୋସିଆଲ ୱେଲଫେୟାର ଅର୍ଗାନାଇଜେସନ ପକ୍ଷରୁ ଆବଶ୍ୟକତା ଅନୁଭବ କରୁଥିବା ବ୍ୟକ୍ତିମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ୱେଲଫେୟାର ଅର୍ଗାନାଇଜେସନର ସଭାନେତ୍ରୀ ଶାନ୍ତି ମାଝୀଙ୍କ ତତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସମାଜସେବୀ ଶ୍ୟାମସୁନ୍ଦର ସେନାପତି, ଉଚ୍ଛବ ସାହୁ, ଦେବେନ୍ଦ୍ର ସାହୁ, ଜଗୁଲାଲ ମାଝୀ, ଶତ୍ରୁଘନ ମାଝୀ, ଶ୍ୟାମସୁନ୍ଦର ସାହୁ, ଯୋଗେନ୍ଦ୍ର ମାଝୀ, ଚୈତନ୍ୟ ମହାନନ୍ଦ, ଦେବଧି ମାଝୀ, ପରମାନନ୍ଦ ଗଉଡ଼, ଦିଲୀପ ଗଉଡ଼, କୈଳାଶ କରୁଆଁ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ୬୫ଜଣଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। ସଂଗଠନର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.