ଗଡିଲା ପୁରୁଷ ବନ୍ଧ୍ୟାକରଣ ସଚେତନତା ରଥ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ଲଡୁଗାଁ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରୁ ମଙ୍ଗଳବାର ପୁରୁଷ ବନ୍ଧ୍ୟାକରଣ ସଚେତନତା ରଥ ଗଡିଛି । ଏହି ସଚେତନତା ରଥ କୁ କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ତ୍ୱଦର୍ଶି ଦାସ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଆଗାମୀ ଦିନରେ ଏହି ରଥ କୋକସରା ବ୍ଲକ ରେ ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରି ପୁରୁଷ ବନ୍ଧ୍ୟାକରଣ ର ସହଜ ଫଳପ୍ରଦ ଓ ସୁରକ୍ଷିତ ଉପାୟ ର ବିଭିନ୍ନ ଦିଗ ପ୍ରତି ଲୋକଙ୍କୁ ସଚେତନତା ର ବାର୍ତ୍ତା ଦେବା ନେଇ ସୂଚନା ମିଳିଛି। ଏହି ଉଦଘାଟନ ସମୟରେ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଚିଦାନନ୍ଦ ପଣ୍ଡା, ବିପିଏମ ମାନସ ନୟନ ସ୍ୱାଇଁ, ସୁପରଭାଇଜର କେତନ ପାତ୍ର, ଆଶା କର୍ମି, ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମି ସମେତ ଲଡୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.