ଓଡ଼ିଆ ବାର୍ତ୍ତା/ ବାଙ୍ଗାଲୁରୁ: ବ୍ଳିଡର ଆସୋସିଏଟ୍ ଅଫ୍ ଇଣ୍ଡିଆ ଦ୍ବାରା ଆୟୋଜିତ ହୋଇଥିବା ବନ୍ଧୁମିଳନ ପର୍ବ ଉପଲକ୍ଷେ ପୂର୍ବତନ ସଭାପତି ବିଜୟ ରାଘବ ରେଡ୍ଡିଙ୍କ ଉଦ୍ଯମରେ ଭି.ଆର.ଆର ହୋଲିଷ୍ଟିକ୍ ପକ୍ଷରୁ ନିଃଶୁକ୍ଳ ଓଷଧ ବିତରଣ ଏବଂ ସ୍ଵାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ଜନସାଧାରଣ ଯୋଗଦେଇ ନିଜର ସ୍ଵାସ୍ଥ୍ୟ ପରିକ୍ଷା କରାଇଥିଲେ।

ଭି.ଆର.ଆର୍ ହୋଲିଷ୍ଟିକ୍ ପକ୍ଷରୁ ଆୟୋଜିତ ହୋଇଥିବା ଏହି ସ୍ଵାସ୍ଥ୍ୟ ସେବା ଶିବିରରେ ମୁଖ୍ୟ ଅତିଥି ଭାବେ ବେଙ୍ଗାଲୁରୁ ଲୋକ ସଭା ସାଂସଦ ତେଜ୍ଵସ୍ଵି ସୁରିୟା ଯୋଗଦେଇ ଅନୁଷ୍ଠାନର ଏହି ଅନନ୍ୟ ସେବାକାର୍ଯ୍ୟକୁ ପ୍ରଶଂସା କରିଥିଲେ। ଭି.ଆର୍.ଆର୍ ହୋଲିଷ୍ଟିକର ଆଭିଜ୍ଞ ଡାକ୍ତର ଡ. ସଜିନ୍, ଡ. ରେଣୁକା, ଡ. ଦିନକୃଷ୍ଣ ଦାସ, ଡ. ଆଶାରାଣୀ, ଡ. ନୀତୁ, ୟୋଗା ଥେରାପିଷ୍ଟ ଶୁଭମ କୁମାର, ଭି.ଆର୍.ଆର ର ମୁଖ୍ୟ ଉପଦେଷ୍ଟା ଆଜାହାର ବେଲଭାଙ୍କି ଓ ସମାଜସେବୀ ପବିତ୍ର ବେହେରା ଏହି କାର୍ଯ୍ୟକ୍ରମ ପରିଚାଳନ କରିଥିଲେ।
