ଆମିରଖାନଙ୍କ ଜ୍ବାଇଁକୁ ନେଇ ପ୍ରଶଂସକଙ୍କ ମନରେ ଉଙ୍କିମାରୁଛି ଅନେକ ପ୍ରଶ୍ନ ?


ନୂଆଦିଲ୍ଲୀ : ବଲିଉଡ ଅଭିନେତା ଆମିର ଖାନଙ୍କ ଝିଅ ବିବାହକୁ ନେଇ ସୋଶିଆଲ ମିଡିଆରେ ଚାଲିଛି ଚର୍ଚ୍ଚା  । ନିକଟରେ ଅଭିନେତ୍ରୀ ଇରା ଖାନ୍ ଏବଂ ବୟଫ୍ରେଣ୍ଡ ନୁପୂର ଶିଖରଙ୍କ ସହ ନିର୍ବନ୍ଧ ହୋଇଥିଲା  । ଖୁବ୍ ଶୀଘ୍ର ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି  । ତେବେ ଇରାଙ୍କ ବିବାହକୁ ନେଇ ପ୍ରଶଂସକଙ୍କ ମନରେ ବହୁତ କିଛି ପ୍ରଶ୍ନ ସାମ୍ନାକୁ ଆସିଛି ।

ଫ୍ୟାନମାନେ ପ୍ରଶ୍ନ କରିଛନ୍ତି ଯେ, ଆମୀର ଖାନଙ୍କ ଭବିଷ୍ୟତର ଜ୍ବାଇଁ କିଏ ? ସେ କଣ କରନ୍ତି ? ବଲିଉଡ ସହିତ ତାଙ୍କର ସମ୍ପର୍କ ଅଛି କି ନାହିଁ ? ଇରା ଏବଂ ନୁପୁର ପରସ୍ପର କିପରି ଭେଟିଲେ? ଯଦି ଆପଣ ମଧ୍ୟ ଆମୀର ଖାନ ଏବଂ ତାଙ୍କ ପରିବାରର ଜଣେ ପ୍ରଶଂସକ ଅଟନ୍ତି ଏବଂ ଆପଣଙ୍କ ମନରେ ମଧ୍ୟ ଏପରି କିଛି ପ୍ରଶ୍ନ ଅଛି, ତେବେ ଏହି ଖବର ଜାଣିଲେ ଆପଣଙ୍କ ସମସ୍ତ ଦ୍ୱନ୍ଦ ଦୂର ହୋଇଯିବ  । ଆସନ୍ତୁ ନୁପୁର ଶିଖାରେଙ୍କ ବିଷୟରେ କିଛି ବିଶେଷ କଥା ଜାଣିବା  ।

ନୁପୁର ଶିଖର ଏକ ହିନ୍ଦୁ ପରିବାରର । ସେ ୧୭ ଅକ୍ଟୋବର ୧୯୮୫ ରେ ପୁଣେରେ ଜନ୍ମଗ୍ରହଣ କରିଛନ୍ତି  ।  ନୁପୁର ଶିଖରଙ୍କ ମା ହେଉଛନ୍ତି  ପ୍ରୀତମ ଶିଖର ସେ ଜଣେ ନୃତ୍ୟ ଶିକ୍ଷକ । ନୁପୁର ଶିଖର ମୁମ୍ବାଇର ଆର ଏ ପୋଦ୍ଦାର କଲେଜ ଅଫ୍ କମର୍ସ ଆଣ୍ଡ ଇକୋନୋମିକ୍ସରୁ ସ୍ନାତକ ହାସଲ କରିଥିବା ବେଳେ  । ସେ ନୃତ୍ୟକୁ ବହୁତ ପସନ୍ଦ କରିଥାନ୍ତି  । ସେ ତାଙ୍କ ନୃତ୍ୟ ପାଇଁ ବି-ଟାଉନରେ ବେଶ୍‌ ଜଣାଶୁଣା  । ନୃତ୍ୟ ବ୍ୟତୀତ ନୁପୁର ଶିଖର ମଧ୍ୟ ଟେନିସ୍ ଖେଳିବାକୁ ପସନ୍ଦ କରନ୍ତି । ସେ ରାଜ୍ୟ ସ୍ତରରେ ଟେନିସ୍ ଖେଳୁଥିବା କୁହାଯାଉଛି । ଅନେକ ପ୍ରତିଯୋଗିତାରେ ଭାଗ ନେଇ ସେ ମଧ୍ୟ ବିଜେତା ହୋଇଛନ୍ତି  ।

ବଲିଉଡର ପ୍ରସିଦ୍ଧ ଫିଟନେସ୍ ପ୍ରଶିକ୍ଷକମାନଙ୍କ ମଧ୍ୟରୁ ନୁପୁର ଶିଖର ଅନ୍ୟତମ  । ସେ ବଲିଉଡର ଅନେକ ନାମୀ ତାରକାଙ୍କୁ ଫିଟନେସ୍ ଟ୍ରେନିଂ ଦେଇଥାଆନ୍ତି  । ସେହି ତାରକା ମାନଙ୍କ ମଧ୍ୟରେ ସୁସ୍ମିତା ସେନଙ୍କ ନାଁ ରହିଛି  । ଯିଏ ନିଜ ଫିଟନେସ୍‌କୁ ନେି ସୋଶିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି  ।

ତେବେ ଆସନ୍ତୁ ନୁପୁର ଶିଖର ଏବଂ ଆୟାରଙ୍କ ପ୍ରେମ କାହାଣୀ ବିଷୟରେ ଜାଣିବା, ତେବେ ଦୁହେଁ ପ୍ରଥମେ ଜିମ୍ ରେ ପରସ୍ପରକୁ ଭେଟିଥିଲେ ଏବଂ ଲକ୍-ଡାଉନ୍ ସମୟରେ ସେମାନଙ୍କର ପ୍ରେମ କାହାଣୀ ଆରମ୍ଭ ହୋଇଥିଲା  । ଫେବୃଆରୀ ୨୦୨୧ ରେ ଉଭୟ ନିଜ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଶେୟାର କରିଥିଲେ  । ତେବେ ୧୮ ନଭେମ୍ବରରେ ଇରା ଖାନ ଏବଂ ନୁପୁର ଶିଖର ନିର୍ବନ୍ଧ କରିଥିଲେ । ଏହି ନିର୍ବନ୍ଧରେ ତାଙ୍କ ପରିବାର ସମେତ ବଲିଉଡର କିଛି ବିଶେଷ ସେଲିବ୍ରିଟି ଯୋଗଦାନ କରି ଉଭୟଙ୍କୁ ଆଶୀର୍ବାଦ ଦେଇଥିଲେ ।




Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.