ମମିତା ମେହେର ହତ୍ୟା ମାମଲା: ମହାଲିଙ୍ଗ +୨ କଲେଜ ଅଧ୍ୟକ୍ଷ ଓ ସାନଚେରଗାଁ କର୍ଲାପଡା ୟୁପି ସ୍କୁଲ ଶିକ୍ଷକ ଗିରଫ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ମହାଲିଙ୍ଗ +୨ କଲେଜ ଅଧ୍ୟକ୍ଷଙ୍କୁ ଗିରଫ କରାଯାଇଛି। ଏହାସହ ସାନଚେରଗାଁ କର୍ଲାପଡା ପ୍ରାଥମିକ ବିଦ୍ୟାଳୟର ସହ ଶିକ୍ଷକ ମଧ୍ୟ ଗିରଫ ହୋଇଛନ୍ତି। ଗିରଫ ଦ୍ୱୟ ହେଲେ କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁ ଓ  ସରକାରୀ ଶିକ୍ଷକ କୃତି ଚନ୍ଦନ। ସାକ୍ଷୀଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଉଭୟେ ଗିରଫ ହୋଇଛନ୍ତି। ଉଭୟଙ୍କୁ ଗିରଫ କରି କଣ୍ଟାବାଞ୍ଜି ପୋଲିସ୍‌ କୋର୍ଟ ଚାଲାଣ କରିଛି। ଗତକାଲି ରାତିରେ ବଲାଙ୍ଗିର ପୋଲିସ କଳାହାଣ୍ଡି ପୋଲିସର ସହଯୋଗରେ ରଞ୍ଜିତ ଓ କୃତିଙ୍କୁ ଉଠାଇ ଆଣି ପଚରାଉଚରା କରୁଥିଲା। ସୂଚନାଥାଉ କି ଗତ ୨୦୨୧ ଅକ୍ଟୋବର ୮ ତାରିଖରୁ ନିଖୋଜ ଥିବା ଝରଣୀ ଗାଁର ମମିତା ମେହେରଙ୍କ ପୋଡ଼ା ଶବ ମିଳିଥିଲା। ମମିତା ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇ ଗୋବିନ୍ଦ ସାହୁ ଜେଲ୍‌ରେ ଅଛନ୍ତି। ଏହାସହ ତାଙ୍କ ସାଥି ରାଧେଶ୍ୟାମ ଚଣ୍ଡି ମଧ୍ୟ ଜେଲ୍‌ରେ ଅଛନ୍ତି। କଣ୍ଟାବାଞ୍ଜି କୋର୍ଟରେ ମାମଲାର ବିଚାର ପ୍ରକ୍ରିୟା ଜାରି ରହିଛି। ସାକ୍ଷୀଙ୍କୁ ପ୍ରଭାବିତ କରିବା ସହ ଗିରଫ ୨ ଜଣ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.