ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): କଟକ ସଦର ବ୍ଲକ୍ ଅନ୍ତର୍ଗତ ୪୨ମୌଜା ସ୍ଥିତ କୁଳ ସରିଚୁଆଁ ନିବାସୀ ଅଧିର ବେହେରାଙ୍କ ଧର୍ମପତ୍ନୀ ସାବିତ୍ରୀ ଦେବୀଙ୍କର ୬୧ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଗତ କିଛି ଦିନ ହେବ ସ୍ବାସ୍ଥ୍ୟଗତ କାରଣରୁ କଟକ ଏସ.ସି.ବି. ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ। ସେ ଜଣେ ସରଳ, ବନ୍ଧୁ ବତ୍ସଳ, ପରୋପକାରୀ ତଥା ଆଦର୍ଶ ଗୃହିଣୀ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ପରିବାରର ସମସ୍ତ ସଦସ୍ୟ, ଜ୍ଞାତି କୁଟୁମ୍ବ, ଭାଇ ବନ୍ଧୁ, ଆତ୍ମୀୟ ସ୍ୱଜନ ପ୍ରମୁଖ ଉପସ୍ଥିତ ଥିଲେ। ଗ୍ରାମ ଶ୍ମଶାନରେ ପୂର୍ଣ୍ଣ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହୋଇଅଛି। ଶବ ଶୋଭାଯାତ୍ରାରେ ସୁଧୀର ବେହେରା, ଗୌରାଙ୍ଗ ବେହେରା, ନିତ୍ୟାନନ୍ଦ ବେହେରା, ନବକୃଷ୍ଣ ବେହେରା, ନରେନ୍ଦ୍ର ବେହେରା, ଚିତ୍ତରଞ୍ଜନ ବେହେରା, ଲକ୍ଷ୍ମୀଧର ବେହେରା, ବିଶନୀ ବେହେରା, ସାଗର ବେହେରା, ଫକିର ବେହେରା, ନକୁଳ ବେହେରା, ରମେଶ ବେହେରା, ବିଜୟ ବେହେରା, ତାପସ ବେହେରା, ପ୍ରିୟଜିତ୍ ବେହେରା, ଲକ୍ଷ୍ମୀଧର ମହାପାତ୍ର, ଅଜିତ୍ କୁମାର ପ୍ରଧାନ, ଛଞ୍ଚାଣ ବାରିକ, ବୁଲେଇ ସେଠୀ, ରବୀନ୍ଦ୍ର ବେହେରା, ବାମଦେବ ବେହେରା, ବିକ୍ରମ ବେହେରା, ଯାଦବ ମହାସଭା ସଭାପତି ବୁଲେଇ ବେହେରା ଓ ଗ୍ରାମର ମାନ୍ୟଗଣ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଜ୍ୟେଷ୍ଠ ପୁତ୍ର ସଞ୍ଜୟ ବେହେରା ମୁଖାଗ୍ନି ଦେଇଥିଲେ। ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।