ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ୧୮ ଗୋଟି ଧାମ ମଣ୍ଡି ମଧ୍ୟରୁ ବୁଧବାର ନର୍ଲା, ରୁପ୍ରା ଓ ପଲମ ମଣ୍ଡି ଉଦ୍ଘାଟିତ ହୋଇଥିଲା । ଶୁକ୍ରବାର ଅଧିକାଂଶ ମଣ୍ଡି ଆରମ୍ଭ ହୋଇଥିବା ଜଣାପଡିଛି । ଏହି କ୍ରମରେ ଆଜି ଶୁକ୍ରବାର ଭାନପୁର ମଣ୍ଡି ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ପ୍ୟାକ୍ସ ପାର୍ଶ୍ୱସ୍ଥ ବାଲିପଡା- ଭାନପୁର ମୁଖ୍ୟ ରାସ୍ତା କଡରେ ଅନୁଷ୍ଠିତ ହୋଇଛି । ଗତ ଦୁଇ ବର୍ଷ ହେଲା ନର୍ଲାର ଶାନ୍ତପୁର, ଭାନପୁର ଓ ତୁଳାପଡା ପ୍ୟାକ୍ସରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମାନେ ଧାନ କିଣୁଛନ୍ତି । ଏହିକ୍ରମରେ ଭାନପୁର ପ୍ୟାକ୍ସରେ ମଧ୍ୟ ମା ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠି ଧାନ କିଣୁଛି । ୨୦୨୦ ରେ ନୂଆ ଭାବରେ କଳାହାଣ୍ଡି ଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କୁ ଧାନ କିଣିବା ନିମନ୍ତେ ସରକାର ଦାଇତ୍ୱ ଦେଇଥିଲେ । ଚଳିବ ବର୍ଷ ମଧ୍ୟ ଏହି ଗୋଷ୍ଠି ଭାନପୁର ପ୍ୟାକ୍ସରେ ଧାନ କିଣୁଛନ୍ତି । ଶୁକ୍ରବାର ଦିବା ୧୦ ଘଣ୍ଟା ସମୟରେ ଭାନପୁର ମିଶନ ଶକ୍ତି ଭବନ ପରିସରରେ ଧାନ ମଣ୍ଡିକୁ ନର୍ଲା ତହସିଲଦାର ଶଙ୍କର ବାଗ ମହାଲକ୍ଷ୍ମୀଙ୍କ ଫଟୋଚିତ୍ର, ଆଦ୍ରତା ମାପକ ଯନ୍ତ୍ର ଓଜନ ପରିମାପକ ମେସିନ ଓ ଧାନବସ୍ତାରେ ଧୂପ, ଦୀପ ଦେଇ ନାରୀକେଳ ଭାଙ୍ଗି ପୂଜାର୍ଚ୍ଚନା କରି ଧାନମଣ୍ଡି ଉଦ୍ଘାଟନ କରିଥିଲେ । ଇତ୍ୟବସରରେ ନର୍ଲା ସରପଞ୍ଚ ସଂଘ ସଭାପତି ତଥା ଭାନପୁର ସରପଞ୍ଚ ଅନନ୍ତରାମ ମାଝୀ, ନର୍ଲା ସିଡିପିଓ ନିବାସିନୀ ବିଶ୍ୱାଳ, ମିଶନ ଶକ୍ତି ନର୍ଲା ସଂଯୋଜକ ରୋହିତ ବିଶ୍ୱାଳ, ଭାନପୁର ସମବାୟ ସମିତି ସଭାପତି ଜତୀନ୍ଦ୍ର ପଧାନ, ଭାନପୁର ଗ୍ରାମ୍ୟ କୃଷି କର୍ମଚାରୀ ଜ୍ୟୋତ୍ସ୍ନା ମହାପାତ୍ର, ଆରଏମସି କର୍ମଚାରୀ, ଓଏଲଏମ କର୍ମଚାରୀ, ସିଆରପି ଓ ଭାନପୁରର ଅନ୍ୟାନ୍ୟ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମନେ, ଚାଷୀ ମାନଙ୍କ ମଧ୍ୟରେ ତେଜରାଜ ସାହୁ, ଆଦିକନ୍ଦ ପଧାନ, ପୂର୍ବତନ ସମିତି ସଦସ୍ୟ ତପନ ପଧାନ ପ୍ରମୁଖ ଉପସ୍ଥିତ ଥିଲେ । ମା ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠିର ସଭାନେତ୍ରୀ ସୁନୀତା ବେହେରା ଓ ଧର୍ମିଷ୍ଟା ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଇତ୍ୟବସରରେ ମିଶନ ଶକ୍ତିର ମହାଲକ୍ଷ୍ମୀ ଗୋଷ୍ଠି ଧାନ କିଣାରେ ଆଗରୁ କାମ କରି ଆସୁଥିବା ଶ୍ରମିକ ଓ ସ୍ଥାନୀୟ ଭାନପୁରର ଶ୍ରମିକ ମାନଙ୍କୁ ନେଇ ଧାନ ମଣ୍ଡିରେ କାମ କରେଇବା ନିମନ୍ତେ ଉପସ୍ଥିତ ଶ୍ରମିକ, ଚାଷୀ, ଗୋଷ୍ଠୀର ମହିଳା ମାନେ ଓ ମିଲର୍ସ କିଭଳି ଉତ୍ତମ ସମନ୍ୱୟ ରଖି କାମ କରିବେ । ଚାଷୀଙ୍କ ତରଫରୁ ଧାନ ନଉଠିବା ନେଇ ଯେମିତି ପ୍ରଶ୍ନ ଆସିବ ନାହିଁ ସେ ଦିଗରେ ସମସ୍ତଙ୍କ ପ୍ରୟାସ ରହୁ ବୋଲି ଭାନପୁର ସରପଞ୍ଚ ତାଙ୍କ ବକ୍ତବ୍ୟରେ କହିଥିଲେ । କାର୍ଯକ୍ରମ ଶେଷରେ ମା ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଶ୍ରୀମତୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।