ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା ତୈଲିକ ବୈଶ୍ୟ ହଳଦିଆ ସାହୁ ସମାଜର ଶତ ବାର୍ଷିକ ଉତ୍ସବ ନର୍ଲା ବ୍ଲକ ରୁପ୍ରାଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ଜିଲ୍ଲା ସଭାପତି ନୀଳମଣି ସାହୁ, ସାଧାରଣ ସମ୍ପାଦକ ନବୀନ କିଶୋର ସାହୁ ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ଉପସ୍ଥିତରେ କର୍ଲାମୁଣ୍ଡାର ଯୁବ ସାମ୍ବାଦିକ ପ୍ରଦୀପ କୁମାର ସାହୁଙ୍କୁ ଦେବର୍ଷି ନାରଦ ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତି ବିଶେଷମାନଙ୍କୁ ସମ୍ମାନିତ କରାଯାଇଥିଲା।





