ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଶତବାର୍ଷିକୀ ଉତ୍ସବ -୨୦୨୨ ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ନୀଳମଣି ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଶତ ବାର୍ଷିକ ଉତ୍ସବ ପାଳନରେ ଜିଲ୍ଲା ସାଧାରଣ ସଂପାଦକ ନବୀନ କିଶୋର ସାହୁଙ୍କ ସମେତ ସମସ୍ତ ଜିଲ୍ଲା କମିଟି ସଦସ୍ୟ, ବ୍ଲକ ଓ ମଣ୍ଡଳ କମିଟି ତଥା ଗ୍ରାମ୍ୟ କମିଟିର କର୍ମକର୍ତ୍ତାଙ୍କ ସମେତ ହଜାର ହଜାର ସଂଖ୍ୟାରେ ସମାଜର ମହିଳା ଓ ଉତ୍ସବରେ ଯୋଗଦାନ କରିଥିଲେ । ଶତ ବାର୍ଷିକ ଉତ୍ସବର ପ୍ରଥମ ଓ ଦ୍ବିତୀୟ ଅଧିବେଶନରେ ସାଧାରଣ ସଭାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଅତିଥି ଗଣ ଯୋଗଦାନ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାମ୍ବାଦିକ, ଛାତ୍ରଛାତ୍ରୀ ଏବଂ ସମାଜର ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ସହିତ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଦୈନିକ ଓଡ଼ିଆ ଖବରକାଗଜ ‘ପ୍ରମେୟ’ ର କେସିଙ୍ଗା ବ୍ଲକ ପ୍ରତିନିଧି ଭାବେ କାର୍ଯ୍ୟରତ ସାମ୍ବାଦିକ ଗଜିନ୍ଦ୍ର ସାହୁଙ୍କୁ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ଦେବର୍ଷି ନାରଦ ସମ୍ମାନ -୨୦୨୨’ ରେ ମାନପତ୍ର ଓ ଉପଢ଼ୌକନ ଦେଇ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ସାମ୍ବାଦିକ ଶିବପ୍ରସାଦ ସାହୁଙ୍କୁ ମଧ୍ୟ ସାମ୍ବାଦିକତା କ୍ଷେତ୍ରରେ ସମ୍ବର୍ଦ୍ଧିତ ହୋଇଥିଲେ । ତେବେ କେସିଙ୍ଗା ବ୍ଲକ ରେ କାର୍ଯ୍ୟରତ ଦୁଇ ଜଣ ସାମ୍ବାଦିକ ଗଜିନ୍ଦ୍ର ସାହୁ ଓ ଶିବପ୍ରସାଦ ସାହୁ କଳାହାଣ୍ଡି ଜିଲ୍ଲା ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଶତବାର୍ଷିକୀ ଉତ୍ସବରେ ସମ୍ବର୍ଦ୍ଧିତ ହୋଇଥିବାରୁ ଦୁଇ ଜଣ ସାମ୍ବାଦିକ ଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛା ବାର୍ତ୍ତାର ସୂଅ ଛୁଟିଛି ।