ବିଭିନ୍ନ ପଞ୍ଚାୟତରେ ଗ୍ରାମ ସଭା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ସୋମବାର ଦିନ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି |ସେହି ଭଲି ମୋଟେର ପଞ୍ଚାୟତ ଠାରେ ମଧ୍ୟ ଗ୍ରାମ ସଭା ଅ ନୁଷ୍ଠିତ ହୋଇଯାଇଛି | ସରପଞ୍ଚ ବାସନ୍ତୀ ନାଏକ ଙ୍କ ଅଧ୍ୟକ୍ଷତାରେ ଗ୍ରାମ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ମୋଟେର ପଞ୍ଚାୟତ ର ବିକାଶ ନିମନ୍ତେ ଏହି ବୈଠକରେ ଆଲୋଚନା କରାଯାଇଥିଲା |ରାସ୍ତା ଘାଟ, ପାନୀୟ ଜଳ ବ୍ୟବସ୍ଥା, ଗାଈ ଗୁହାଳ, ମଶାଣି ଗୃହ ତିଆରି, ଜମି ମରାମତି, ସ୍ଵଚ୍ଛତା ପରିବେଶ, ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ |ଗ୍ରାମବାସୀ ମାନେ ମଧ୍ୟ ଉପସ୍ଥିତ ରହି ସମସ୍ତ ଆଲୋଚନା କୁ ଶୁଣି ନିଜ ଗ୍ରାମରେ ଥିବା ସମସ୍ୟା ଉପରେ ପ୍ରକାଶ କରିବା ସହିତ ଗ୍ରାମସଭା ରେ ସମସ୍ୟା ଗୁଡିକ ର ତାଲିକା ଦେଇ ଥିଲେ |ଏହି ଗ୍ରାମ ସଭା ରେ ନୋଡାଲ ଅଫିସର ଭାବେ ସମାଜ ମଙ୍ଗଳ ଅଧିକାରୀ ଦାମୋଦର ବିଶ୍ୱାଳ,ରୋଜଗାର ସେବକ ଦିଶାନ୍ତ କୁମାର ବାଗ,ସମିତି ସଭ୍ୟ ଉଆଁସୀ ପାନ, ନାଏବ ସରପଞ୍ଚ ପଲ୍ଲବୀ ପାଳ,ୱାର୍ଡ ମେମ୍ବର,ସ୍କୁଲ ଶିକ୍ଷକ,ଏମ୍. ବି. କେ. ଓ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ |

ସେହିପରି ବ୍ଲକ ର ଡାଲଗୁମା ଠାରେ ସରପଞ୍ଚ ଯୋଗେନ୍ଦ୍ର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ହୋଇଥିବା ଗ୍ରାମ ସଭା ରେ ସମିତି ସଭ୍ୟ ଚିନ୍ତାମଣି ଚଣ୍ଡୀ, ନାଏବ ସରପଞ୍ଚ ରିତାଞ୍ଜଳୀ ଖରସେଲ, ରୋଜଗାର ସେବକ ଉପେନ୍ଦ୍ର ବାଗ, ଶ୍ରୀଧର ମାଝୀ, ଜୋସନା କଟା, ଉପସ୍ଥିତ ରହି ଲୋକଙ୍କ ଆବେଦନ ର ତାଲିକା ପଞ୍ଜିକୃତ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.