ରୁପ୍ରାରୋଡ ହାଇସ୍କୁଲ ୧୯୯୭ ମାଟ୍ରିକ ବ୍ୟାଚର ପୁନର୍ଯୋଗ ସମାରୋହ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁମିତ କୁମାର ଅଗ୍ରୱାଲ): ନର୍ଲା ବ୍ଲକ ଦହଲ ସ୍ଥିତ ଡ଼. ସାଧୁରାମ ସୁନୀଲ କୁମାର ଅଗ୍ରୱାଲ ଫାର୍ମ ହାଉସ ଠାରେ ରୁପ୍ରାରୋଡ ହାଇସ୍କୁଲ ୧୯୯୭ ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ପୁନର୍ଯୋଗ ସମାରୋହ ଆଡ଼ମ୍ବର ସହକାରେ ପାଳିତ ହୋଇ ଯାଇଛି। ଦଳର ସମସ୍ତ ସଦସ୍ୟଙ୍କ ସହଭାଗିତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଅବସର ପ୍ରାପ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ସ୍କୁଲ କର୍ମଚାରୀମାନେ ଯୋଗ ଦେଇଥିଲେ। ଏବର୍ଷ ଏହି ବ୍ୟାଚ ରଜତ ଜୟନ୍ତୀ ପାଳନ କରୁଛି। କାର୍ଯ୍ୟକ୍ରମରେ ଏହି ବ୍ୟାଚର ସମସ୍ତ ଛାତ୍ର ଛାତ୍ରୀ ଦୂର ଦୁରାନ୍ତରରୁ ଆସି ନିଜ ପରିବାର ସହିତ ଯୋଗ ଦେଇ ନିଜ ନିଜ ମଧ୍ୟରେ ଭାବ ବିନିମୟ କରିଥିଲେ। ୧୯୯୭ ବ୍ୟାଚର ପୁରାତନ ଛାତ୍ର କମଲେଶ ପଧାନ ଅତିଥି ସ୍ୱାଗତ ଏବଂ ପରିଚୟ ପ୍ରଦାନ କରିଥିଲେ। ଜଗଦୀଶ ସାହୁ ଏବଂ ଘନଶ୍ୟାମ ବେହେରା ମଞ୍ଚ ପରିଚାଳନା କରିଥିବାବେଳେ ଅମିତ କୁମାର ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲାର ଅନ୍ୟତମ ସୁନାମଧନ୍ୟ ଉଚ୍ଚ ବିଦ୍ୟାଳୟ ହେଉଛି ରୁପ୍ରାରୋଡ ହାଇସ୍କୁଲ। ଏହି ବିଦ୍ୟାଳୟର ୧୯୯୭ ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀମାନେ ନିଜ ନିଜ କ୍ଷେତ୍ରରେ ସୁବ୍ୟବସ୍ଥିତ। ଏହାସହ ପରସ୍ପର ମଧ୍ୟରେ ସହଯୋଗୀ ମନୋଭାବ ଏବଂ ଉଦାରତା ଏମାନଙ୍କୁ ଅନ୍ୟମାନଙ୍କ ଠାରୁ ଭିନ୍ନ ଭାବେ ପ୍ରତୟମାନ କରାଇବାରେ ସହାୟକ ହୋଇଥାଏ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.