ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ରେ ମୋହନ ଚରଣ ବିଷିଙ୍କ ପୁସ୍ତକ “ତାରୁଣ୍ୟର ଅଭିଷେକ ଓ ଅନ୍ୟାନ୍ୟ ପ୍ରସଙ୍ଗ”

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଯୁବପିଢ଼ିମାନଙ୍କ ପାଇଁ “ତାରୁଣ୍ୟର ଅଭିଷେକ ଓ ଅନ୍ୟାନ୍ୟ ପ୍ରସଙ୍ଗ” ଏକ ଉପାଦେୟ ପୁସ୍ତକ। ଏହି ସଂକଳନରେ ସନ୍ନିବେଶିତ ସ୍ୱପ୍ନ ଯଦି କର୍ମ ହୁଏ, କାମନାର ଜୀବନ, କେତେ ରଂଗର ସଂପର୍କ, ଚେର ଉପାଡିଲେ ଗଛ ମରିବ, ହୃଦପିଣ୍ଡ ଅଛି ହୃଦୟ ନାହିଁ, ମିଛ ସଂପର୍କ, ବିଶ୍ବାସର ଆଖି ନାହିଁ, ତାରୁଣ୍ୟର ଅଭିଷେକ ପରି  ଅନେକ ପ୍ରବନ୍ଧ ଯୁବପିଢ଼ିମାନଙ୍କୁ ଆକର୍ଷିତ କରିବ।ଏହି ପୁସ୍ତକ ପଠନ ପରେ ତାରୁଣ୍ୟରେ ନୂତନ ଚମକ ଆସିବ।ଏହି ପୁସ୍ତକ ଯୁବପିଢ଼ିଙ୍କୁ ଉପଯୁକ୍ତ ମାର୍ଗଦର୍ଶନ କରିବ। ଯୁବପିଢ଼ି ସହ ପ୍ରତ୍ୟେକ ବର୍ଗର ବିଦ୍ୟାର୍ଥୀ ଓ ପାଠକ ଏହି ପୁସ୍ତକ ପଠନ କରି ନିରାଶ ହେବେ ନାହିଁ। ବଂର ପଠନ ପାଇଁ ଦେଇଥିବା ସମୟର ଉପଯୁକ୍ତ ବିନିଯୋଗ ହେବ ବୋଲି “ତାରୁଣ୍ୟର ଅଭିଷେକ ଓ ଅନ୍ୟାନ୍ୟ ପ୍ରସଙ୍ଗ”ର ପ୍ରାବନ୍ଧିକ ମୋହନ ଚରଣ ବିଷି କହିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୪ର୍ଥ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ “ଅକ୍ଷର” ତା୦୯.୧୨.୨୦୨୨ରିଖ ଠାରୁ ତା୧୮.୧୨.୨୦୨୨ରିଖ ପର୍ଯ୍ୟନ୍ତ ପ୍ରତ୍ୟହ ଅପରାହ୍ନ ୨.୦୦ଘଟିକା ଠାରୁ ରାତ୍ର ୯.୦୦ ଘଟିକା ପର୍ଯ୍ୟନ୍ତ ଭୁବନେଶ୍ୱର ୟୁନିଟ-୩ ସ୍ଥିତ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେଉଅଛି। ଏହି ଅବସରରେ ପଶ୍ଚିମା ପବ୍ଲିକେଶନ ଦ୍ବାରା ପ୍ରକାଶିତ ମୋହନ ଚରଣ ବିଷିଙ୍କ ଦ୍ବିତୀୟ ପ୍ରବନ୍ଧ ସଂକଳନ “ତାରୁଣ୍ୟର ଅଭିଷେକ ଓ ଅନ୍ୟାନ୍ୟ ପ୍ରସଙ୍ଗ” ସଦ୍ୟ ଆତ୍ମପ୍ରକାଶ କରିଛି। ଏହି ପୁସ୍ତକ ଅକ୍ଷର ପୁସ୍ତକମେଳା ପଶ୍ଚିମା ପବ୍ଲିକେଶନ ଷ୍ଟଲ ନଂ (୬)ରେ ଉପଲବ୍ଧ ଅଛି। ଆଗ୍ରହୀ ପାଠକ ଏହି ଉପାଦେୟ ବିଭିନ୍ନ ତଥ୍ୟରେ ଭରପୁର ପୁସ୍ତକ ସଂଗ୍ରହ କରିବା ପାଇଁ ପ୍ରକାଶକ ଓ ଲେଖକ ଅନୁରୋଧ କରିଛନ୍ତି। କଳାହାଣ୍ଡି ଜିଲ୍ଲା କୋକସରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗଡରାମାଲ ଗ୍ରାମର ଭଗବାନ ବିଷି ଓ ବୈଦେହୀ ବିଷିଙ୍କ ସୁପୁତ୍ର ମୋହନ ଚରଣ ବିଷି ବୃତ୍ତିରେ ଅଧ୍ୟାପକ ହେଲେ ମଧ୍ୟ ପ୍ରବୃତ୍ତିରେ ଜଣେ ମାନବବାଦୀ। ସଂପ୍ରତି ସେ ଏକ ମାନବବାଦୀ ଅନୁଷ୍ଠାନ କାଳୀକୃଷ୍ଣ ସଂଘର ସାଧାରଣ ସଂପାଦକ ଭାବେ କାର୍ଯ୍ୟରତ।ରେଡକ୍ରସର ଆଜୀବନ ସଦସ୍ୟ ତଥା ଯୁବରେଡକ୍ରସର ପରାମର୍ଶଦାତା ଭାବରେ ସମାଜର ଉତ୍ଥାନ ପାଇଁ ସର୍ବଦା ବ୍ରତୀ ଅଛନ୍ତି। ରକ୍ତ ଅଭାବରେ କାହାର ଜୀବନ ନଯାଉ ଏହି ମହତ କଥାକୁ ଲକ୍ଷ୍ୟ ରଖି ୪୯ଥର ରକ୍ତଦାନ ମଧ୍ୟ କରିସାରିଛନ୍ତି। ଓଡିଶାରେ ପ୍ରକାଶିତ ବିଭିନ୍ନ ଖବର କାଗଜର ସଂପାଦକୀୟ ପୃଷ୍ଠାରେ ନିୟମିତ ଭାବରେ ସ୍ତମ୍ଭ ଲେଖି ଅନେକ ପାଠକଙ୍କ ଶ୍ରଦ୍ଧାଭାଜନ ହେଇପାରିଛନ୍ତି। ବର୍ତ୍ତମାନ ସେ କଳାହାଣ୍ଡିର ବିଭିନ୍ନ ବାଦ୍ୟ ଓ ନୃତ୍ୟ ଉପରେ ଗବେଷଣା ରତ, ନିକଟ ଭବିଷ୍ୟତରେ କଳାହାଣ୍ଡିର ଉପାନ୍ତ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଧାରିତ ଉପନ୍ୟାସ “ଫନ୍ଦି” ଅତ୍ମପ୍ରକାଶ ପାଇବ ବୋଲି ଲେଖକ ମୋହନ ଚରଣ ବିଷି କହିଛନ୍ତି।ତାଙ୍କର ପ୍ରବନ୍ଧ ପୁସ୍ତକ “ତାରୁଣ୍ୟର ଅଭିଷେକ ଓ ଅନ୍ୟାନ୍ୟ ପ୍ରସଙ୍ଗ” ଅକ୍ଷର ପୁସ୍ତକମେଳା ପଶ୍ଚିମା ପବ୍ଲିକେଶନ ଦ୍ବାରା ପ୍ରକାଶିତ ହୋଇଥିବାରୁ ବିଭିନ୍ନ ମହଲରେ ଅଭିନନ୍ଦନ ଜଣାଇଛନ୍ତି।

Omkar Vasthu
Omkar Vasthu

  

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.