ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): ଭବାନୀପାଟଣା ସ୍ଥିତ ହୋଟେଲ ମିଡ ଟାଉନଠାରେ ସାଇଟସେଭରସ୍ ଓ ସମଗ୍ର ଶିକ୍ଷା କଳାହାଣ୍ଡି ସହିତ ମିଳିତ ଭାବରେ ବ୍ଳକ ସମ୍ବଳ ଶିକ୍ଷକ ମାନଙ୍କୁ ତିନି ଦିନିଆ ପ୍ରଯୁକ୍ତିବିଦ୍ୟା ତାଲିମ ଆରମ୍ଭ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଟେମଲାଳ ଦୁବେ ଓ ଲିପିକା ଅପରାଜିତା ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମର ପ୍ରଶିକ୍ଷକ ବିଜୀଲି ଏକ୍କା ଦୃଷ୍ଟିବାଧିତ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ଭୁମିକା ବିଷୟରେ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସାଇଟ୍ ସେଭର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଯୋଗେଶ୍ୱର ବୁଦ୍ଧିଆ ପରିଚାଳନା କରିଥିଲେ ଓ ପ୍ରିୟବ୍ରତ ପାଢ଼ୀ, ଲିପନ୍ କୁମାର ସହଯୋଗ କରିଥିଲେ।





