ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): ଭବାନୀପାଟଣା ସ୍ଥିତ ହୋଟେଲ ମିଡଟାଉନଠାରେ ସାଇଟସେଭରସ୍ ଓ ସମଗ୍ର ଶିକ୍ଷା କଳାହାଣ୍ଡି ସହିତ ମିଳିତ ଭାବରେ ବ୍ଳକ ସମ୍ବଳ ଶିକ୍ଷକମାନଙ୍କୁ ତିନିଦିନିଆ ପ୍ରଯୁକ୍ତିବିଦ୍ୟା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ଓ ସମଗ୍ର ଶିକ୍ଷା କଳାହାଣ୍ଡିର ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜିକା ଲିପିକା ଅପରାଜିତା ଯୋଗଦାନ କରିଥିଲେ। ଏଥିରେ ଶିକ୍ଷକ-ପ୍ରଶିକ୍ଷକ ବିଜଲି ଏକ୍କା ଓ ସାଧନକର୍ମୀ ସୁଧୀର କୁମାର ଧଙ୍ଗଡାମାଝୀ ଦୃଷ୍ଟିବାଧିତ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ଭୁମିକା ତଥା ପ୍ଲସ ପାଠ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସାଇଟସେଭରସ୍ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଯୋଗେଶ୍ୱର ବୁଦ୍ଧିଆ ପରିଚାଳନା କରିଥିବା ବେଳେ ପ୍ରିୟବ୍ରତ ପାଢ଼ୀ ଓ ଲିପନ୍ କୁମାର ସହଯୋଗ କରିଥିଲେ।





