ଦିବଙ୍ଗତ କମ୍ୟୁନିଷ୍ଟ ନେତା ଜଗତରାମ ପଧାନଙ୍କ ୧୩ତମ ଶ୍ରାଦ୍ଧବାର୍ଷିକୀ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ବିଶିଷ୍ଟ ଲଢ଼ୁଆ କମ୍ୟୁନିଷ୍ଟ ନେତା ତଥା ସମାଜସେବୀ ସ୍ୱର୍ଗତ ଜଗତରାମ ପଧାନଙ୍କ ୧୩ତମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଘଣ୍ଟମାଳ ଗ୍ରାମ ପଞ୍ଚାୟତ ସମ୍ମୁଖସ୍ଥ ତାଙ୍କର ପ୍ରତିମୂର୍ତ୍ତି ନିକଟରେ ପାଳିତ ହୋଇଯାଇଛି । ଏହି ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ଉପଦେଷ୍ଟା ଓ କର୍ମୀ ଯୋଗଦାନ କରି ଏହି ବିଶିଷ୍ଟ ସମାଜସେବୀ ତଥା କମ୍ୟୁନିଷ୍ଟ ନେତା ଜଗତରାମ ପଧାନ କମ୍ୟୁନିଷ୍ଟ ପାର୍ଟିର ଜଣେ ଟାଣୁଆ ଓ ଲଢ଼ୁଆ ନେତା ଭାବରେ ନର୍ଲା କାହିଁକି ସାରା କଳାହାଣ୍ଡି ଜିଲ୍ଲାରେ ତାଙ୍କର ସୁଖ୍ୟାତି ରହିଥିଲା ବୋଲି ସେମାନଙ୍କର ବକ୍ତବ୍ୟରେ କହିଥିଲେ । ସେ ଜଣେ ନେତା ଭାବରେ କମ୍ ଜଣେ ସମାଜସେବୀ ଭାବରେ ଜନସାଧାରଣଙ୍କ ନିକଟରେ ତଥା ଘରେ ଘରେ ଅଧିକ ପରିଚୟ ସୃଷ୍ଟି କରିପାରିଥିଲେ ବୋଲି ସଭାରେ ମତପ୍ରକାଶ ପାଇଛି । ସ୍ୱର୍ଗତ ଏହି ମହା ନାୟକଙ୍କର ୧୩ ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ନର୍ଲା ବ୍ଲକ ଅଞ୍ଚଳର କମ୍ରେଡ଼ମାନେ ସମବେତ ହୋଇ ନେତାଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରିଥିଲେ । ସ୍ୱର୍ଗତ ନେତା ଶ୍ରୀ ପଧାନଙ୍କର ସୁପୁତ୍ର ସିପିଆଇ(ଏମ୍ଏଲ୍) ଜାଗ୍ରତ ସମିତିର କଳାହାଣ୍ଡି ଜିଲ୍ଲା ସାଧାରଣ ସମ୍ପାଦକ କେଶବ ପଧାନ ପ୍ରଥମେ ଉପସ୍ଥିତ ସମସ୍ତ ଜନସାଧାରଣ ଓ ଦଳୀୟ କର୍ମକର୍ତ୍ତାଙ୍କୁ ସ୍ୱାଗତ କରିଥିଲେ । ଏହାପରେ ଅତିଥିମାନେ ଦୀପ ପ୍ରଜ୍ୱଳନ କରି ପୁଷ୍ପମାଲ୍ୟ ଅର୍ପଣ କରିବାପରେ ଉପସ୍ଥିତ ସମସ୍ତ ଜନସାଧାରଣ ଓ କର୍ମୀ ପୁଷ୍ପାଞ୍ଜଳୀ ଅର୍ପଣ ପରେ ଦିବଙ୍ଗତ ନେତା ଶ୍ରୀ ପଧାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଅତିଥିବୃନ୍ଦ ତାଙ୍କର ସ୍ମୃତିଚରରଣ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିପିଆଇ(ଏମ୍ଏଲ୍) ଜାଗ୍ରତ ସମିତିର କଳାହାଣ୍ଡି ଜିଲ୍ଲା ସହ ସମ୍ପାଦକ ଦୟାସାଗର ନାଏକ, ଯୁଧିଷ୍ଠିର ସା, ବଲମ ଧରୁଆ, ପଦ୍ମନ ଦୋରା, ଖାଡିରାମ ଧରୁଆ, ଚନ୍ଦ୍ର ହରିଜନ, ବିପିନ ନାଏକ, କ୍ଷୀରସିନ୍ଧୁ ରଣା, ମୋହନଗିରି ର ଚନ୍ଦନ ମାଝୀ, ଆନନ୍ଦ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସମ୍ପାଦକ ଶ୍ରୀ ପଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.