କଳାହାଣ୍ଡି ଜିଲ୍ଲା କୋଶଳା ମାଳି ସମାଜର ବୈଠକ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲପାଲି ଠାରେ କଳାହାଣ୍ଡି କୋଶଳା ମାଳି ପଟେଲ ସମାଜର ଏକ ବୈଠକ ସମାଜର କୋଷାଧ୍ୟକ୍ଷ ଜଗଜୀବନ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଅଛି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା କୋଶଳା ସମାଜର ସଭାପତି ସଞ୍ଜୟ ପଟେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ସମାଜର କଳାହାଣ୍ଡି ସମ୍ପାଦକ ପବିତ୍ର ପଟେଲ, ଉପସଭାପତି ମୁକୁନ୍ଦ ପଟେଲ, ସହ ସମ୍ପାଦକ ଭୁବନେଶ୍ୱର ପଟେଲ, ଏବଂ ଉପଦେଷ୍ଟା ମଣ୍ଡଳୀ ର ସଭ୍ୟ ଲକ୍ଷ୍ମଣ ପଟେଲ, ଧର୍ମୁ ପଟେଲ, ଗଣେଶ ରାମ ପଟେଲ, ମଦନ ପଟେଲ, ଯୋଗିନ୍ଦ୍ର ପଟେଲ ପ୍ରମୁଖ ଉପସ୍ଥିତ ରହି ସମାଜ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଆଗାମୀ ୨୦୨୩ ମସିହାରେ ଏକ ଜିଲ୍ଲା ସ୍ତରୀୟ ବୈଠକ ଆୟୋଜନ କରିବା ପାଇଁ ନିଷ୍ପତ୍ତି ନିଆଯାବା ସହିତ ଆଗାମୀ ବର୍ଷରେ ପୁରୀ ମୁକ୍ତି ମଣ୍ଡପରୁ କୋଶଳା ମାଳି ସମାଜର ଇତିହାସ ସମ୍ବନ୍ଧିତ ଜ୍ଞାନ ଅର୍ଜନ କରିବା ପାଇଁ ବୈଠକରେ ବିଚାର ବିମର୍ଷ କରାଯାଇଥିଲା। ତରାପୁର ଠାରେ ନିର୍ମାଣ ହେଉଥିବା କୋଶଳା ମାଳି ସମାଜର ଗୃହ ପୂର୍ଣ୍ଣାଙ୍ଗ କରିବା ପାଇଁ ବିସ୍ତୃତ ଆଲୋଚନା କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.