ଉତ୍କଳ ଆଲୁମିନାର ସିଏସ୍‌ର ପ୍ରକଳ୍ପସମୂହକୁ ଫିକି, ସିଏସ୍‌ର ଟାଇମ୍ସ ଏବଂ ୟୁବିଏସ୍ ଫୋରମ୍ ପୁରସ୍କାର

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା|କାଶିପୁର (ଶିବ ନାରାୟଣ ଗୈାଡ ଓ ଆଲାରାମ ଭାତ୍ରାଙ୍କ ରିପୋର୍ଟ): ରାୟଗଡ଼ା ଓ କଳାହାଣ୍ଡିର ଆଦିବାସୀ ଅଧ୍ୟଷିତ ଆଭ୍ୟନ୍ତରୀଣ ଅଞ୍ଚଳରେ ଆଦିତ୍ୟ ବିର୍ଲା ଗୁପୁର ହିଣ୍ଡାଲୁକା ଇଣ୍ଡଷ୍ଟ୍ରିକ ଲିମିଟେଡ୍‌ର ୧୦୦ ପ୍ରତିଶତ ସହଯୋଗୀ କମ୍ପାନୀ ଉତ୍କଳ ଆଳୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ୍‌ ବିବିଧ ସାମାଜିକ ବିକାଶ ପ୍ରକଳ୍ପଗୁଡିକ ଅଧୀନରେ ଗୋଷ୍ଠୀଗୁଡିକ ନିମନ୍ତେ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟକରୁଛି। ଉତ୍କଳ ଆଲୁମିନା ଏହି ଦୁଇ ଆକାଂକ୍ଷୀ ଜିଲ୍ଲାର ଜନସାଧାରଣଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ନିମନ୍ତେ ତୃଣମୂଳ ସ୍ତରରେ କରୁଥିବା ପ୍ରୟାସ ପାଇଁ ଅଗଣିତ ପୁରସ୍କାର ଏବଂ ପ୍ରଶସ୍ତି ଲାଭ କରିସାରିଛି । ଗତ ଦୁଇମାସ ମଧ୍ୟରେ ଉତ୍କଳ ଆଲୁମିନା ନିଜର ସିଏସ୍‌ର, ସିଆର୍ ଏବଂ ଦୀର୍ଘସ୍ଥାୟୀ ପ୍ରୟାସସମୂହ ଜରିଆରେ ସମାଜ ପ୍ରତି ପ୍ରଶଂସନୀୟ ଅବଦାନ ରଖୁବା ନେଇ ଫିକି, ସିଏସ୍‌ର ଟାଇମ୍ସ ଏବଂ ୟୁବିଏସ୍ ଫୋରମ ଆଦି ଭଳି ପ୍ରମୁଖ ଜାତୀୟସ୍ତରର ଗ୍ରୁପ୍‌ଗୁଡିକ ନିକଟରୁ ଏହିସବୁ ସମ୍ମାନ ଲାଭ କରିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

୨୦୨୨ ଡିସେମ୍ବର ୧୨ ତାରିଖରେ ଫିକି ସିଏସଆର ପୁରସ୍କାର ୨୦୨୦-୨୧ ପକ୍ଷରୁ ଉତ୍କଳ ଆଲୁମିନାକୁ ବର୍ଗ-୫ ‘ଖାଦ୍ୟ ସୁରକ୍ଷା ଓ କୃଷି’ ଅଧୀନରେ ସ୍ବତନ୍ତ୍ର ଜୁରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ନୂଆଦିଲ୍ଲୀସ୍ଥିତ ଫିକି ଫେଡେରେସନ ହାଉସ ଠାରେ ଶ୍ରୀ ଅର୍ଜୁନ ମୁଣ୍ଡା, ସମ୍ମାନନୀୟ କେନ୍ଦ୍ର ଆଦିବସୀ ବ୍ୟାପାର ମନ୍ତ୍ରୀ, ଭାରତ ସରକାର ଏବଂ ଶ୍ରୀମତୀ ରାଜଶ୍ରୀ ଜୀ ବିର୍ଲା, ଚେୟାରପର୍ସନ ଆଦିତ୍ୟ ବିର୍ଲା ସେଣ୍ଟର ଫର କମ୍ୟୁନିଟି ଇନିସିଏଟିଭ୍ ଆଣ୍ଡ ରୁରାଲ ଡେଭଲପମେଣ୍ଟଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା । ଲେମନ୍ ଗ୍ରାସ ଚାଷ ଦ୍ବାରା ପତିତ ଜମିର ବିକାଶ ନିମନ୍ତେ ଉଦ୍ଦିଷ୍ଟ ସୁଗନ୍ଧା, ଯାହା ସ୍ଥାନୀୟ ଚାଷୀଙ୍କ ଆୟ ତିନିଗୁଣ ବୃଦ୍ଧି କରିଛି ଏବଂ ସେମାନଙ୍କୁ ଏକ ଲାଭପ୍ରଦ ଅର୍ଥକାରୀ ଚାଷ ନିମନ୍ତେ ପ୍ରେରିତ କରିଛି ତାହାକୁ ପୁରସ୍କୃତ କରାଯାଇଥିଲା। ଶ୍ରୀ ମଜହର ବେଗ୍‌, ୟୁନିଟ ହେଡ ଏବଂ ପ୍ରେସିଡେଣ୍ଟ ଉତ୍କଳ ଆଲୁମିନା, ଡଃ. ଲୋପାମୁଦ୍ରା ପ୍ରିୟଦର୍ଶିନୀ, ହେଡ୍ ସିଏସ୍‌ର, ସିଆର ଆଣ୍ଡ ସଷ୍ଟେନେବିଲିଟି, ଶ୍ରୀ ମନୋଜ ଦାସ, ସିଏସ୍ଆର ମାଇନ୍ସ ଏହି ପୁରସ୍କାର ଗ୍ରହଣ କରିଥିଲେ। ଗ୍ରୁପ୍ ଏକ୍‌ଜିକ୍ୟୁଟିଭ ପ୍ରେସିଡେଣ୍ଟ ସିସ୍ର ଆଦିତ୍ୟ ବିର୍ଲା ଗ୍ରୁପ୍ ଡଃ ପ୍ରଜ୍ଞାନ ରାମ ଏହି ଅବସରରେ ଉପସ୍ଥିତ ରହିବା ସହିତ ଟିମକୁ ଉତ୍ସାହିତ କରିଥିଲେ । ଏହିକ୍ରମରେ ୨୦୨୨ ଡିସେମ୍ବର ୮ ତାରିଖରେ ସିଏସଆର ଟାଇମ୍ସ ପୁରସ୍କାର ୨୦୨୨ ଉତ୍କଳ ଆଲୁମିନାକୁ ନୂଆଦିଲ୍ଲୀଠାରେ ଆୟୋଜିତ ସିଏସ୍ଆର ସମ୍ମାଟ ଅବସରରେ ପ୍ରଦାନ କରାଯାଇଥିଲା। ଏହି ପୁରସ୍କାର ପ୍ରୋଜେକ୍ଟ ୟୁଏଏନଏଟି (ଉତ୍କଳସ୍ ଆକ୍ସନ ଫର ଏଗ୍ରିକଲ୍‌ଚରାଲ ଟ୍ରାନ୍ସଫର୍ମେସନ) ନିମନ୍ତେ ଜୀବିକା ଉପାର୍ଜନ ବର୍ଗରେ ପ୍ରଦାନ କରାଯାଇଥିଲା। ୟୁଏଏନ୍ଏଟି ଏକ ପରିବ୍ୟାପ୍ତ ବହୁ କ୍ଷେତ୍ରୀ ଜୀବିକା ଉପାର୍ଜନକାରୀ ପ୍ରକଳ୍ପ ଯାହା ଉତ୍କଳ ଆଲୁମିନାର ସିଆର୍ ଆଣ୍ଡ ସଷ୍ଟେନେବିଲିଟି ଶ୍ରେଣୀ ଅଧୀନରେ କାର୍ଯ୍ୟକାରୀ କରାଯାଉଛି। ଏହି ପୁରସ୍କାର ଶ୍ରୀ ଜନାର୍ଦ୍ଦନ ସିଙ୍ଗ୍ରୱାଲ, ସମ୍ମାନନୀୟ ଲୋକସଭା ସଦସ୍ୟ, ଶ୍ରୀ ଏସ. ରବିଶଙ୍କର, ଏକ୍ଜିକ୍ୟୁଟିଭ କମିଟି ସଦସ୍ୟ ସିଏସ୍‌ର ଟାଇମ୍ସ ଏବଂ ଶ୍ରୀ ଏଚ.ଇ.ସିନିସା ପାଭିକ, ସର୍ବିୟା ରାଷ୍ଟ୍ରଦୂତଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା । ଉତ୍କଳର ସିଏସ୍‌ର ବିଭାଗର ଭବିଷ୍ୟ ସାମାଜିକ ବିକାଶ ଶାଖା ସଷ୍ଟେନେବିଲିଟି ଏବଂ ସିଆର୍ କାର୍ଯ୍ୟକଳାପର ନେତୃତ୍ବ ନେଉଥିବା ଶ୍ରୀ ତନ୍ମୟ ମହାନ୍ତି ପୁରସ୍କାର ଗ୍ରହଣ କରିଥିଲେ।

Udyog Nursery
Udyogi Nursery

ପୁନଶ୍ଚ ୨୦୨୨ ନଭେମ୍ବର ୮ରେ ଉତ୍କଳ ଆଲୁମିନା ୟୁବିଏସ୍ ନିକଟରୁ କର୍ପୋରେଟ ସୋସିଆଲ ରେସ୍‌ପନ୍ସିବିଲିଟି ସମ୍ମାଟ ଆଣ୍ଡ ଆୱାର୍ଡସ୍ ୨୦୨୨ର ଷଷ୍ଠ ସଂସ୍କରଣରେ ଶ୍ରେଷ୍ଠ ନବସୃଜନକାରୀ ସିଏସ୍ଆର ପ୍ରକଳ୍ପ ପୁରସ୍କାର ହାସଲ କରିଥିଲା। ଗ୍ରାମାଞ୍ଚଳ ଭିତ୍ତିଭୂମି, ସ୍ବାସ୍ଥ୍ୟଯତ୍ନ, ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ଏବଂ ଶିକ୍ଷା ଆଦି କ୍ଷେତ୍ରରେ ଉତ୍କଳର ସିଏସ୍ର ଏବଂ ସଷ୍ଟେନେବିଲିଟି କାର୍ଯ୍ୟକୁ ସ୍ବୀକୃତି ପ୍ରଦାନ ସ୍ବରୂପ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଗୋଷ୍ଠୀଭିତିକ ଆବଶ୍ୟକତା ଆକଳନ କରିଆରେ ବିଜ୍ଞାନସମ୍ମତ ଉପାୟରେ ଚିହ୍ନଟ କରାଯାଇଥିବା ଜନସାଧାରଣଙ୍କ ଆବଶ୍ୟକତା ପ୍ରତି ଦୃଷ୍ଟି ଦେବାକୁ ଏହି କାର୍ଯ୍ୟକ୍ରମଗୁଡିକ ସୃଷ୍ଟି କରାଯାଇଛି । ଉତ୍କଳ ବିକାଶ ନିମନ୍ତେ ରଣକୌଶଳାତ୍ମକ ଆଭିମୁଖ୍ୟ ଏବଂ ଲକ୍ଷ୍ୟ ଆଧାରରେ କାର୍ଯ୍ୟ କରୁଥିବାବେଳେ ସେହି ସମୟରେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ଅବଦାନ ରଖୁଛି | ଉତ୍କଳ ଏହାର ବ୍ୟବସାୟିକ କାର୍ଯ୍ୟକଳାପ ରହିଥିବା କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ସାମଗ୍ରିକ ଏବଂ ଦୀର୍ଘସ୍ଥାୟୀ ଗୋଷ୍ଠୀ ବିକାଶ ଆଣିବା ଦିଗରେ କାର୍ଯ୍ୟ କରୁଛି ।ବାଙ୍ଗାଲୋରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଖଣିରେ ସିଏସ୍‌ର କାର୍ଯ୍ୟକ୍ରମର ନେତୃତ୍ବ ନେଉଥିବା ଶ୍ରୀ ମନୋଜ ଦାସ ଏହି ପୁରସ୍କାର ଗ୍ରହଣ କରିଥିଲେ।

ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ୟୁଏଆଇଏଲ୍ ରାୟଗଡ଼ା ଓ କଳାହାଣ୍ଡି ଦୁଇ ଜିଲ୍ଲାରେ ତାହାର ସିଏସଆର ଆଣ୍ଡ୍ ସିଆର ଆଣ୍ଡ ସଷ୍ଟେନେବିଲିଟି ପ୍ରୟାସସମୂହ ଅଧୀନରେ ପାରିପାର୍ଶ୍ବକ ବିକାଶ କାର୍ଯ୍ୟଗୁଡିକ କାର୍ଯ୍ୟକାରୀ କରିବାରେ ଗଭୀର ଭାବରେ ନିୟୋଜିତ ରହିଛି ଏବଂ ଏହା ଏହି ଦୁଇ ଜିଲ୍ଲାର ଦୁଇଟି ବ୍ଳକରେ କାର୍ଯ୍ୟ କରୁଛି, ଯେଉଁଥିରେ ୧୨ଟି ଗ୍ରାମପଞ୍ଚାୟତର ୨୩୨ ଗ୍ରାମ ରହିଛି। ଏବିଜିର ୫ ସୂତ୍ରୀ ପ୍ରୟାସ ଯଥା: ଶିକ୍ଷା, ସ୍ବାସ୍ଥ୍ୟଯତ୍ବ ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମି ସହିତ ସାମାଜିକ ପ୍ରସଙ୍ଗଗୁଡିକ ପ୍ରତି ଦୃଷ୍ଟିଦେବା ଭଳି ପଦକ୍ଷେପ ଅଧୀନରେ ୟୁଏଆଇଏଲ୍ ମୋଟ ଉପରେ ୨ଲକ୍ଷରୁ ଅଧିକ ସଂଖ୍ୟକ ଲୋକଙ୍କ ଜୀବନକୁ ସ୍ପର୍ଶ କରୁଛି । ୟୁଏଆଇଏଲ୍‌ର ଅନନ୍ୟ ବହୁ-ସହଭାଗୀ ଆଧାରିତ ପ୍ରୟାସଗୁଡିକ ଆଜକୁ ଦୁଇ ଦଶନ୍ଧିରୁ ଅଧିକ କାଳ ଧରି ଜନଜୀବନକୁ ସମୃଦ୍ଧ କରିଆସୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.