ଧର୍ମପରାୟଣା ମହିଳା ଖିରବାଳା ଦେବୀଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା):  ୪୨ମୌଜା ଝାରକଟା ଗ୍ରାମ ନିବାସୀ ସ୍ବର୍ଗତ କଣ୍ଡୁରୀ ବେହେରାଙ୍କ ଧର୍ମପତ୍ନୀ ଖିରବାଳା ଦେବୀଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ସେ ଜଣେ ଶାନ୍ତ, ସରଳ, ମିଷ୍ଟଭାଷୀ, ବନ୍ଧୁ ବତ୍ସଳ, ପରୋପକାରୀ ତଥା ଧର୍ମ ପରାୟଣା ମହିଳା ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ, ଭାଇ ସୁନାକର ବେହେରା, ପୂର୍ଣ୍ଣଚନ୍ଦ୍ର ବେହେରା, ବେନୁ ବେହେରା, କାହ୍ନୁ ବେହେରା, ପୁତ୍ର ବ୍ରଜକିଶୋର, ରାଜକିଶୋର, ମଧୁସୂଦନ, ପ୍ରଭାତ, କନିଷ୍ଠ ପୁତ୍ର ୪୨ମୌଜା ଯାଦବ ମହାସଭା ସମ୍ପାଦକ ପ୍ରସନ୍ନ କୁମାର, ଦେବର ପ୍ରାଣକୃଷ୍ଣ ବେହେରା, ପୁତୁରା ପ୍ରମୋଦ, ଗୋବିନ୍ଦ, ୪ ଝିଅ ଜ୍ବାଇଁ, ସମସ୍ତ ବୋହୁ, ନାତୁଣୀ ବୋହୁ, ନାତିମାନେ, ଜ୍ଞାତି କୁଟୁମ୍ବ, ଦୋଳଗୋବିନ୍ଦ ବେହେରା, ଅଲେଖ ବେହେରା, ଭିକାରୀ ବେହେରା, ବଗୁଲି ବେହେରା, ଶିବ ବେହେରା, ବାବୁଲି ବେହେରା, ଯଚିନ୍ଦ୍ର ବେହେରା, ନଟବର ବେହେରା, ଆତ୍ମୀୟ ସ୍ୱଜନ ଓ ବନ୍ଧୁ ପରିଜନ ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କ ଅନ୍ତିମ ସଂସ୍କାର ନିମନ୍ତେ ଭବ୍ୟ ଶୋଭା ଯାତ୍ରାରେ ଗ୍ରାମ୍ୟ ମୂରବୀ, ଗ୍ରାମ୍ୟ କମିଟି ସଦସ୍ୟ, ଗ୍ରାମ୍ୟ ଯୁବ ପ୍ରତିନିଧି , ଅଖିଳ ଭାରତବର୍ଷିୟ ଯାଦବ ମହାସଭାର ରାଷ୍ଟ୍ରୀୟ ଯୁବ ଅଧ୍ୟକ୍ଷ ଇ° ପ୍ରଦୀପ କୁମାର ବେହେରା, ଉତ୍କଳ ଯାଦବ ମହାସଭା ଅବଜର୍ଭର ତୀର୍ଥବାସୀ ବେହେରା, କଟକ ଜିଲ୍ଲା ବିଜେଡ଼ି ଯୁବ ଉପ ସଭାପତି ଚିତ୍ତରଞ୍ଜନ ବେହେରା, କଟକ ଜିଲ୍ଲା ଯାଦବ ମହାସଭା ମିଡିଆ ରିପୋର୍ଟର ପ୍ରିତିରଞ୍ଜନ କାଠୁଆ, ୪୨ମୌଜା ଯାଦବ ମହାସଭା ସଭାପତି ବୁଲେଇ ବେହେରା, ସଦସ୍ୟ ଶଙ୍କର ବେହେରା, ସାଗର ବେହେରା, ଆଶିଷ ବେହେରା, ଲକ୍ଷ୍ମୀଧର ବେହେରା, ପ୍ରଶାନ୍ତ ପଲେଇ, ସ୍ୱପ୍ନେଶ୍ୱର ବେହେରା, ମନୋଜ ବେହେରା, ନବୀନ ପଲେଇ, ଲିଙ୍ଗରାଜ ବେହେରା, ରବୀନ୍ଦ୍ର ବେହେରା, ସନାତନ ବେହେରା, ଅଜୟ ବେହେରା, ସଞ୍ଜୟ ବେହେରା ଓ ସାମ୍ବାଦିକ ପର୍ଶୁରାମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଗ୍ରାମ ଶ୍ମଶାନରେ ପୂର୍ଣ୍ଣ ମର୍ଯ୍ୟାଦା ସହ ତାଙ୍କର ଅନ୍ତିମ ସଂସ୍କାର ହୋଇଥିଲା। ଜ୍ୟେଷ୍ଠ ପୁତ୍ର ବ୍ରଜକିଶୋର ମୁଖାଗ୍ନି ଦେଇଥିଲେ। ଉତ୍କଳ ଯାଦବ ମହାସଭା କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ବେହେରା, ସାଧାରଣ ସମ୍ପାଦକ (ପ୍ରଶାସନ) ପ୍ରଦୀପ ବେହେରା, କଟକ ଯୁବ ଯାଦବ ମହାସଭା ସଭାପତି ବିନୋଦ କୁମାର ବେହେରା, ସଂଯୋଜକ ତରୁଣ ବେହେରା, କଟକ ସଦର ଯୁବ ଯାଦବ ମହାସଭା ସଭାପତି ତଥା କର୍ପୋରେଟର ଜନାର୍ଦ୍ଦନ ପରିଡ଼ା, ବାଙ୍କୀ ବ୍ଲକ୍ ଯାଦବ ସଭାପତି ପିଣ୍ଟୁ ପରିଡ଼ା ପ୍ରମୁଖ ସ୍ଵର୍ଗତ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ପ୍ରଦାନ କରି ଶୋକ ବାର୍ତ୍ତାମାନ ପଠାଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.