କେବେ ସୁଧୁରିବ କମର୍ଦ୍ଧା-ନର୍ଲା ରାସ୍ତା?

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କମର୍ଦ୍ଧା ଠାରୁ ନର୍ଲାକୁ ସଂଯୋଗ କରୁଥିବା ରାସ୍ତା ଖାଳଖମା ଯୋଗୁଁ ମରଣାଯନ୍ତା ପାଲଟିଛି। ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିଥିବାରୁ ଗମନାଗମନ କରୁଥିବା ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରତିଦିନ ଯାନବାହାନ ଓ ସାଧାରଣ ଜନତା ଯାତାୟାତ କରୁଥିଲେ ସୁଦ୍ଧା ଏହି ରାସ୍ତାର ଉତ୍ତମ ନିର୍ମାଣ ନେଇ ସରକାର କିମ୍ବା ପ୍ରଶାସନର କୃପା ଦୃଷ୍ଟି ପଡ଼ିନାହିଁ। ସରକାର ପ୍ରତ୍ୟେକ ସହରାଞ୍ଚଳରୁ ଗ୍ରାମାଞ୍ଚଳକୁ ରାସ୍ତା ସଂଯୋଗ ସକାଶେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସତ କିନ୍ତୁ ଉପାନ୍ତ ଅଞ୍ଚଳ ଗୁଡ଼ିକରେ ସ୍ଥାନୀୟ ପ୍ରଶାସନର ଅବହେଳା ପାଇଁ ଯନ୍ତ୍ରୀ ଏବଂ ଠିକାଦାରଙ୍କର ମଧୁଚନ୍ଦ୍ରିକାରେ କାର୍ଯ୍ୟ ଯୋଗୁଁ ଠିକାଦାର ମାନେ ମନମୁଖୀ ନିମ୍ନ ମାନର କାମ କରୁଥିବା ଚିତ୍ର ସାମ୍ନାକୁ ଆସିଛି। କମର୍ଦ୍ଧା ଠାରୁ ନର୍ଲାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ନିମ୍ନମାନର କାମ ଯୋଗୁଁ ଏବେ ମରଣଯନ୍ତା ପାଲଟିଛି। ଏହି ରାସ୍ତା ଦେଇ ଅନେକ ଲୋକେ ଡାକ୍ତରଖାନା, ବ୍ୟାଙ୍କ, ସ୍କୁଲ, କଲେଜ ଓ ଅଫିସ ଯାଇଥାନ୍ତି କିନ୍ତୁ ରାସ୍ତା ଅତି ଶୋଚନୀୟ ଥିବାରୁ ନାହିଁନଥିବା ଅସୁବିଧା ଭୋଗୁଛନ୍ତି। ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଏଥିପ୍ରତି ପ୍ରଶାସନରର ଦୃଷ୍ଟି ପଡିନଥିଲା। ଦୀର୍ଘ ବର୍ଷ ପରେ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା କଳେବଳେ କୌଶଳେ ନିର୍ମାଣ ହେଲା ସତ କିନ୍ତୁ ଉକ୍ତ ରାସ୍ତା ନିମ୍ନ ମାନର କାମ ଯୋଗୁଁ ଏବେ ଯମ ଦଣ୍ଡ ଭୋଗୁଛନ୍ତି ଲୋକେ। ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣାରେ ଶିକାର ହେଉଥିବା ବେଳେ ଏଥିପ୍ରତି ପ୍ରଶାସନ ତୁରନ୍ତ ଉଚିତ ତଦନ୍ତ କରି ଉକ୍ତ ରାସ୍ତାର ମରାମତି କରିବାକୁ ସାଧାରଣରେ ଦାବି ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.