ବିଧାୟକ ମହୋଷଧି ବାଗଙ୍କ ଗୋତମୁଣ୍ଡା-ଦହିମାଲ ରାସ୍ତା ପରିଦର୍ଶନ 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଧର୍ମଗଡ଼ ବିଧାୟକ ମହୋଷଧି ବାଗ ଗତମୁଣ୍ଡା-ଦହିମାଲ ରାସ୍ତା ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାକୁ ସଂଯୋଗ କରୁଥିବା ଏହି ରାସ୍ତା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇଛନ୍ତି ଧର୍ମଗଡ଼ ବିଧାୟକ। ତାଙ୍କ ପ୍ରଚେଷ୍ଟାରେ ପ୍ରାୟ ୪କିମି ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଆଉ ୩.କିମି ପାଖାପାଖି ରାସ୍ତା ଅଟକି ରହିଛି। ଏହି ଅବସରରେ ଧର୍ମଗଡ଼ ବିଧାୟକ ଶ୍ରୀ ବାଗ ଦୁଇ ଜିଲ୍ଲାର ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଗୋତମୁଣ୍ଡା-ଡାହିମାଲ ରାସ୍ତା ପରିଦର୍ଶନ କରିବାସହ ନିର୍ମାଣ କାର୍ଯ୍ୟ କିପରି ସମ୍ପୂର୍ଣ୍ଣ ହେବ ସେନେଇ ଆଲୋଚନା କରିଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ, ଧର୍ମଗଡ଼ ବିଧାୟକ ମୌଷଧି ବାଗ ଓ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀଙ୍କ ପ୍ରଚେଷ୍ଟାରେ ଏହି ରାସ୍ତା ସମ୍ପୂର୍ଣ୍ଣ ହେବାକୁ ଯାଉଛି। ଏଣୁ ଅଞ୍ଚଳବାସୀ ସ୍ଥାନୀୟ ବିଧାୟକ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଧାୟକ ଶ୍ରୀ ବାଗଙ୍କ ଏହି ଗ୍ରସ୍ତ ସମୟରେ କୋକସରା ତହସିଲଦାର ଦେବବ୍ରତ କରାଟି, ରେଞ୍ଜ ଅଫିସର ଭବାନୀ ଶଙ୍କର କହଁର, ଆମପାଣି ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଗୋତମୁଣ୍ଡା ରାଜସ୍ୱ ନିରୀକ୍ଷକ ଜିତେନ୍ଦ୍ର ନାଏକ, ବେହେରା ଫରେଷ୍ଟର ଫାଲଗୁନି ମେହେର, ଝରିଗାଁ ବ୍ଳକ ଅଧ୍ୟକ୍ଷ ଦୁର୍ଗା ମାଝୀ, ବିଭାଗୀୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳ ବାସୀ ପୂର୍ଣ୍ଣ ଚନ୍ଦ୍ର ନାଏକ, ହେମାନ ପୁଝାରୀ, ପାର୍ଥବ ମାଝୀ, ତ୍ରିନାଥ ପୋଟା, ବିଭୁତି ପୋଟା ପ୍ରମୁଖ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.