କଳାହାଣ୍ଡି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ : ଶେଷରେ ଗିରଫ ହେଲେ ଅଭିଯୁକ୍ତ ଶିକ୍ଷକ ଅରୁଣ ନାଏକ

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ଦୁର୍ଗା କୀର୍ତ୍ତି): ଓ୍ବାର୍ଡସଭ୍ୟ ମାନଙ୍କୁ ମରଣାନ୍ତକ ଆକ୍ରମଣ କରିବାସହ ଅନେକ ଘଟଣାର ଅଭିଯୁକ୍ତ ଶିକ୍ଷକ ଅରୁଣ ନାଏକ ଗିରଫ ହେବାପରେ ଆସ୍ବସ୍ଥି ଲାଭ କରିଛନ୍ତି ଥୁଆମୂଳ ରାମପୁର ଅଞ୍ଚଳବାସୀ। ପ୍ରାପ୍ତ ସୂଚନା ଅନୁସାରେ ଗତ ୨୦୨୨ ମସିହା ନଭେମ୍ବର ୨୯ ତାରିଖରେ ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମାଳିଗାଁ ଗ୍ରାମପଞ୍ଚାୟତରେ ବୈଠକ ସାରି ଓ୍ବାର୍ଡ ସଭ୍ୟମାନେ ଫେରିବା ସମୟରେ ଶିକ୍ଷକ ଅରୁଣ ନାଏକ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଥିଲା। ସେହି ସମୟରୁ ଅଭିଯୁକ୍ତ ଶିକ୍ଷକ ଫେରାର ହୋଇଥିଲେ। ପରବର୍ତ୍ତୀ ସମୟରେ ଲୋକେ ବାରମ୍ବାର ପୋଲିସର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ପୋଲିସ ତାଙ୍କୁ ଗିରଫ୍ କରିବାରେ ଅସମର୍ଥ ହୋଇଥିଲା। ଏହାକୁ ନେଇ ଗ୍ରାମପଞ୍ଚାୟତର ୧୧ ଖଣ୍ତ ଗ୍ରାମର ଲୋକେ ଗତ ଜାନୁଆରୀ ୫ରେ କଳାହାଣ୍ଡି ଜିଲ୍ଳାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ପାଖରେ ସଂପୃକ୍ତ ଶିକ୍ଷକ ନାମରେ ଅଭିଯୋଗ କରିଥିଲେ। ଏହାକୁ ଗୁରୁତର ସହ ନେଇ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଜୟପାଟଣା ପୋଲିସ୍ ଏବଂ ଥୁଆମୂଳ ରାମପୁର ଥାନାକୁ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ଅନୁଯାଇ ସେହି ଦିନ ହିଁ ଜୟପାଟଣା ପୋଲିସ ଓ ଥୁଆମୂଳ ରାମପୁର ପୋଲିସର ମିଳିତ ସହଯୋଗରେ ସଂପୃକ୍ତ ଶିକ୍ଷକଙ୍କୁ ତାଙ୍କ ବାସ ଭବନ ଖାତିଗୁଡା ଠାରୁ ଗିରଫ କରି ଜୟପାଟଣା ଥାନା ପୋଲିସ ଥୁଆମୂଳ ରାମପୁର ଥାନାକୁ ହସ୍ତାନ୍ତର କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଥୁଆମୂଳ ରାମପୁର ଥାନା ଅଧିକାରୀ କେସ, ନଂ ୧୯୩-/୨୦୨୨ ଭିତ୍ତିକରି ଭାରତୀୟ ପିଙ୍ଗଲ କୋଡ ୩୪୧, ୩୨୪, ୩୨୬, ୫୦୬/୩୪ ଆଇପିସିରେ କେସ ରୁଜୁ କରି କୋର୍ଟକୁ ପଠାଯାଇଥିଲା। ତେବେ ମାଜିଷ୍ଟ୍ରେଟ ଜାମିନ୍ ନାମଞ୍ଜୁର କରିବାରୁ ବିଚାର ବିଭାଗୀୟ ହାଜତ ଭବାନୀପାଟଣାକୁ ପଠାଯାଇଥିଲା। ଅଭିଯୁକ୍ତ ଅରୁଣ ନାଏକ (ଶିକ୍ଷକ)ଙ୍କ ନାମରେ ମାରପିଟ, ଜୀବନରେ ମାରିଦେବା ପାଇଁ ଧମକ ଦେବା, ଗୁଣ୍ତା ଲଗେଇ ମାରିଦେବା, ଅସଭ୍ଯ ଭାଷାରେ ଗାଳି ଦେବା, ରକ୍ତାକ୍ତ କରି ପିଟିବା, ସରକାରୀ ଅର୍ଥକୁ ଆତ୍ମସାତ କରିବା, ହିଂସା କରିବା ଭିଳି ଅନେକ ସଙ୍ଗୀନ ଦଫା ପୃଥକ ପୃଥକ ଭାବରେ ୮ ରୁ ଅଧିକ ମାମଲା ଥୁଆମୂଳ ରାମପୁର ଥାନରୁ ରୁଜୁ ହୋଇଥିବା ଜଣାପଡିଛି। ଉକ୍ତ ଶିକ୍ଷକଙ୍କ ନାମରେ ଏତେ ଗୁଡାଏ ସଙ୍ଗୀନ ଦଫା ଲାଗିଥିବା ସତ୍ତ୍ୱେ ପୋଲିସ ନିଷ୍କ୍ରିୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଏହାକୁ ନେଇ ବ୍ଳକ ଶିକ୍ଷାଅଧିକାରୀ ଲୋକନାଥ ବେହେରାଙ୍କୁ ମଧ୍ୟ ବାରମ୍ବାର ଯୋଗାଯୋଗ କରାଯାଇଥିବା ସତ୍ତ୍ୱେ ସେ କୌଣସି ପ୍ରକାରେ ସନ୍ତୋଷ ଜନକ ଉତ୍ତର ଦେଇନଥିଲେ। ଅନ୍ଯପକ୍ଷରେ ବର୍ତ୍ତମାନ ସଂପୃକ୍ତ ଶିକ୍ଷକଙ୍କୁ କୋର୍ଟ ଚାଲାଣ ହୋଇଥିବାରୁ ଅଞ୍ଚଳବାସୀ ଟିକେ ଆସ୍ବସ୍ଥି ମନେ କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରଶଂସା କରିଥିବା ସହ ଧନ୍ୟବାଦ ଦେଇଥିବା ଜଣାପଡ଼ିଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.