ସରକାରୀ ଅଫିସ ହେଉ ବା ବେସରକାରୀ, ପ୍ରତ୍ୟେକ ମହିଳାଙ୍କୁ ମାତୃତ୍ଵକାଳୀନ ଅବକାଶ ଦିଆଯାଇଥାଏ । ସାଧାରଣତଃ ମାତୃତ୍ୱକାଳୀନ ଅବକାଶ ୬ ମାସ ମିଳିଥାଏ । ତେବେ ଏହି ଅବକାଶ କେବଳ ମା’ ମାନଙ୍କ ପାଇଁ । ଖୁସିର କଥା, ଏଣିକି ବାପାମାନଙ୍କୁ ବି ମିଳିବ ଏମିତି ସୁବିଧା । ଏହି ସୁବିଧା ଯୋଗାଇ ଦେବାକୁ ଘୋଷଣା କରିଛି ଭାରତର ଏକ କମ୍ପାନୀ । କମ୍ପାନୀ ତା’ର ପୁରୁଷ କର୍ମଚାରୀଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛି | ପ୍ରସିଦ୍ଧ ଫାର୍ମା କମ୍ପାନୀ ଫାଇଜର ଇଣ୍ଡିଆ ବର୍ତ୍ତମାନ ପିତା ହେବାପରେ ପୁରୁଷ କର୍ମଚାରୀଙ୍କୁ ପିତୃତ୍ୱକାଳୀନ ଛୁଟି ଦେବାକୁ ନିଷ୍ପତ୍ତି ନେଇଛି | ଫାଇଜର ଇଣ୍ଡିଆରକୌଣସି ପୁରୁଷ କର୍ମଚାରୀ ପିତା ହେଲେ ୧୨ ସପ୍ତାହ ପିତୃତ୍ୱକାଳୀନ ଛୁଟି ନେଇପାରିବେ । କମ୍ପାନୀ ପକ୍ଷରୁ କୁହାଯାଇଛି, ପିତା ହେବା ପରେ କର୍ମଚାରୀମାନେ ଏହି ଛୁଟିକୁ ୨ ବର୍ଷ ମଧ୍ୟରେ ବ୍ୟବହାର କରିପାରିବେ । କମ୍ପାନୀର ଏହି ନୂଆ ନୀତି ଜାନୁଆରୀ ୨୦୨୩ରୁ କାର୍ଯ୍ୟକାରୀ ହୋଇଛି |
ସବୁଠାରୁ ବଡ଼କଥା ହେଉଛି ଯଦି କେହି ପୋଷ୍ୟ ସନ୍ତାନ ଯଦି ଗ୍ରହଣ କରନ୍ତି ସେମାନଙ୍କ ପାଇଁ ବି ଏହି ନିୟମ ଲାଗୁ ହେବ | କମ୍ପାନୀର ନୂତନ ନୀତି ଅନୁଯାୟୀ ବାପା ହେବା ପରେ କର୍ମଚାରୀମାନେ ୨ ବର୍ଷ ମଧ୍ୟରେ ପିତୃତ୍ୱକାଳୀନ ଛୁଟି ନେଇପାରିବେ | ଏହି ସମୟରେ ନବଜାତକମାନଙ୍କର ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖା ଦେଇଥାଏ । ଯଦି କୌଣସି ପ୍ରକାରର ଡାକ୍ତରୀ ଜରୁରୀକାଳୀନ ପରିସ୍ଥିତି ଉପୁଜେ, କର୍ମଚାରୀମାନେ ଏହି ଛୁଟି ସହିତ କମ୍ପାନୀର ଛୁଟି ନିୟମ ଅନୁଯାୟୀ ଅନ୍ୟ ପ୍ରକାରର ଛୁଟି ପାଇଁ ମଧ୍ୟ ଆବେଦନ କରିପାରିବେ। ଏହା ଦ୍ୱାରା କର୍ମକ୍ଷେତ୍ରରେ ସମାନତା ଆସିବ ଏବଂ ଉଭୟ ପୁରୁଷ ଏବଂ ମହିଳା କର୍ମଚାରୀ ପରିବାର ସହିତ ସମୟ ଅତିବାହିତ କରିବାର ସୁଯୋଗ ପାଇବେ |