ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ପାଳିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଲପାଲି ପଞ୍ଚାୟତ ଡ଼ଙ୍ଗରୀଗୁଡା ଖେଳ ପଡିଆ ଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ପାଳିତ ହୋଇଛି। ଗ୍ରାମ୍ୟ ଇଷ୍ଟ ଦେବୀ ମା ବସୁନ୍ଧରୀଙ୍କ ପୀଠରୁ ବିରାଟ ପଟୁଆରରେ ଏକ ମଶାଲ ଯାତ୍ରା ବାହାରି ଖେଳ ପଡିଆରେ ସ୍ଥାପିତ ହୋଇଥିଲା। ସରପଞ୍ଚ ପଦ୍ମିନୀ ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ବିଜେପି ନେତା ତଥା ସମାଜସେବୀ ଜନାର୍ଦ୍ଦନ ପଣ୍ଡା, ମୁଖ୍ୟବକ୍ତା ଭାବେ ଶିଳ୍ପପତି ବିକ୍ରମ ଗୁପ୍ତା, ସମ୍ମାନିତ ଅଥିତି ଭାବେ ଯଶୋବନ୍ତ ନାଏକ, ଅନିରୁଦ୍ଧ ପାତ୍ର, ଜୟଲାଲ ନାଏକ, ବାହାଦୁର ମାଝୀ, ନାରାୟଣ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। ରେଙ୍ଗାଳପାଲି ପଞ୍ଚାୟତର ସମସ୍ତ ସ୍କୁଲ ଛାତ୍ରଛାତ୍ରୀମାନେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଡ଼ଙ୍ଗରୀଗୁଡା ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଧୀରେନ୍ଦ୍ର ପଣ୍ଡା, ଗ୍ରାମପଞ୍ଚାୟତଉଚ୍ଚ ବିଦ୍ୟାଳୟ ରେଙ୍ଗାଲପାଲିର ପ୍ରଧାନ ଶିକ୍ଷକ ଟିକେଶ୍ୱର ପୁଞ୍ଜି, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଡ଼ଙ୍ଗରୀଗୁଡାର ଶିକ୍ଷକ ଅରୁଣ ପୁରୋହିତ ବିଚାରକ ଭାବେ କାର୍ଯ୍ୟ ତୁଲେଇଥିଲେ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିରଞ୍ଚି ଖରସେଲ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ରାମକୃଷ୍ଣ ପଟ୍ଟନାୟକ ଓ ପ୍ରଦୀପ ପଟେଲ ପରିଚାଳନା କରିଥିଲେ। ବରିଷ୍ଠ ବୁଦ୍ଧିଜୀବୀ ଲକ୍ଷ୍ମୀକାନ୍ତ ପଟ୍ଟନାୟକ, କ୍ଷୀରୋଦ ନାଏକ, ମୁରଲୀ ପଟ୍ଟନାୟକ ସକ୍ରିୟ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.