ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ଅବିନାଶ ଠାକୁରଙ୍କୁ ଭାନପୁର ପଂଚାୟତରେ ଭବ୍ୟ ସ୍ୱଗାତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ଭାନପୁରକୁ ଗସ୍ତ କରି ଅଂଚଳର ବିଭିନ୍ନ ସମସ୍ୟା ପଚାରି ବୁଝିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ଅବିନାଶ ଠାକୁର । ଶ୍ରୀ ଠାକୁର ଆଜି ସୋମବାର ସକାଳ ୧୦.୩୦ରେ ଭାନପୁର ଗ୍ରାମ ପଂଚାୟତରେ ଆସି ପହଞ୍ଚିବା ପରେ ଭାନପୁର ସରପଞ୍ଚ ତଥା ନର୍ଲା ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀ, ସେରଗଡ଼ ଯୁବ ସରପଞ୍ଚ ରାହୁଲ ସାହୁ, ବାଗପୁର ସରପଞ୍ଚ ଗୋପାଳ ହାତୀ, ଗାଡେବନ୍ଧ କବିତା ବାଗ, ରୁପ୍ରା ସରପଞ୍ଚ ଡଲି ବେହେରା, ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରୀଆ, ରାକ୍ସି ସରପଞ୍ଚ ଯେମନ୍ତ ପୋଢ଼, ସର୍ଗିଗୁଡା ସରପଞ୍ଚଙ୍କ ପ୍ରତିନିଧି ବିଜୟ ବୁଦ୍ଧିଆ, ଶାନ୍ତପୁର ସରପଞ୍ଚ ରିତିକା କୁମାର, ବରିଷ୍ଠ ଚାଷୀ ଆଦିକନ୍ଦ ପଧାନ, ଯୁବନେତା ଖଲି ଖାଡଙ୍ଗା, ଭାନପୁର ପ୍ୟାକ୍ସ ସଭାପତି ଜାତୀନ୍ଦ୍ର ପଧାନ, ତେଜ ସାହୁ, ସୁନାର୍ଜନ ସରାଫଙ୍କ ସମେତ ଭାନପୁର ଏବଂ ଆଖ ପାଖର ଅନେକ ଲୋକଙ୍କ ଉପସ୍ଥିତିରେ ଶ୍ରୀ ଠାକୁରଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱଗାତ ସମ୍ବର୍ଦ୍ଧନା କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହାପରେ ଗ୍ରାମ ପଞ୍ଚାୟତ ଅଫିସରେ ସରପଞ୍ଚ ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସରପଞ୍ଚ ଶ୍ରୀ ମାଝୀ ସ୍ୱଗାତ ଭାଷଣ ପ୍ରଦାନ କରିବା ସହ ନର୍ଲା ଅଞ୍ଚଳର ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ । ଛାତ୍ର ଜୀବନରୁ ରାଜନୀତିକୁ ପ୍ରବେଶ କରି ପ୍ରଥମ କରି ସେ କଲେଜ ପଢ଼ୁଥିବା ସମୟରେ ସଭାପତି ହୋଇଥିଲେ । ଏହାପରେ ତାଙ୍କୁ ବିଜୁ ଛାତ୍ର ଜନତା ଜିଲ୍ଲା ସଭାପତି ଭାବରେ ଦାଇତ୍ୱ ମିଳିଥିଲା । ବର୍ତ୍ତମାନ ତାଙ୍କ ଉପରେ ଗଭୀର ଆସ୍ଥା ପ୍ରକଟ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାର ୯ ଜଣ ସଦସ୍ୟଙ୍କୁ ସଦସ୍ୟ ଭାବରେ ନେଇଥିବା ବେଳେ ତାଙ୍କୁ ମଧ୍ୟ ଜଣେ ସଦସ୍ୟ ଭାବରେ ଚୟନ କରିଥିବାରୁ ତାଙ୍କ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସେ କୃତଜ୍ଞତା ପ୍ରକାଶ କରିବା ସହ କଳାହାଣ୍ଡିର ସାମୁହିକ ବିକାଶ ପ୍ରତି ଗୁରୁତ୍ୱକୁ ପ୍ରାଥମିକତା ଦେବେ ବୋଲି କହିଥିଲେ । ନର୍ଲା ଅଞ୍ଚଳରେ ଯାହାକିଛି ସମସ୍ୟା ରହିଛି ତାଙ୍କୁ ସମସ୍ୟା ଗୁଡିକ ତାଲିକାଭୁକ୍ତ କରି ଲିଖିତ ଭାବରେ ଦେବାପାଇଁ ନର୍ଲା ସରପଞ୍ଚ ସଂଘକୁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସର୍ଗିଗୁଡା ସରପଞ୍ଚ ପ୍ରତିନିଧି ଶ୍ରୀ ବୁଦ୍ଧିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.