ଫାଶୀ ଲଗେଇ ମହିଳାଙ୍କ ଆତ୍ମହତ୍ୟା !

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ର ଶାନ୍ତପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଶଙ୍କରମାଲ ଗ୍ରାମର ଜନୈକା ମହିଳା ରବିବାର ରାତିରେ ବେକରେ ଫାସୀ ଲଗେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଆତ୍ମହତ୍ୟା କରିଥିବା ଶଙ୍କରମାଲ ଗ୍ରାମର ମହିଳା ଜଣକ ହେଉଛନ୍ତି ଭୁମିକା ନିଆଲ । ବିବାହ ପରେ ନର୍ଲା ବ୍ଲକ ଅନ୍ତର୍ଗତ ଶଙ୍କରମାଲ ଗାଁରେ ସ୍ୱାମୀ ଦଶରଥ ସୁନାଙ୍କ ସହ ରହି ଅସୁଥିଲେ ବୋଲି ସୂଚନା ମିଳିଛି । ଗତ କାଲି ରବିବାର ଦିନ ୧୧ ଟା ସମୟର ତାଙ୍କ ମାଁଙ୍କୁ ଫୋନ କରିଥିଲେ ହେଲେ କିଛି କଥା ନ ହେଇ ଫୋନ କାଟି ଦେଇଥିଲେ । କୌଣସି କାରଣକୁ ନେଇ ପିନ୍ଧା ଲୁଗାକୁ ରସିଭଳି ବେକରେ ଲଗେଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ରାତିରେ ପରିବାର ଲୋକେ ମହିଳାଙ୍କୁ ନର୍ଲା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ପରେ ଡ଼କ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ । ଗତ କାଲି ରବିବାର ରାତି ୧୧ ଟା ୩୦ ମିନିଟ ସମୟରେ ମହିଳାଙ୍କର ପରିବାର ବର୍ଗ ଥାନାକୁ ଯାଇ ଏତଲା ଦାୟର କରିଥଲେ । ଏତଲା ଦାୟର କରାଯିବା ପରେ ନର୍ଲା ପୋଲିସ୍ ସୋମବାର ସକାଳେ ଘଟଣା ସ୍ଥଳକୁ ଯାଇ କେସର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ମୃତକ ମହିଳାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ଭବାନୀପାଟଣା ପଠାଯାଇଥିବା ଜଣାପଡ଼ିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.