ରାୟଗଡା ଜିଲ୍ଳା ବିଜେପିର ଜିଲ୍ଳା କାର୍ଯ୍ୟକାରିଣୀ ବୈଠକ

• କେନ୍ଦ୍ର ସରକାର ପଠାଉଥିବା ଅର୍ଥର ବାଟମାରଣା କରୁଛି ଜିଲ୍ଳା ପ୍ରଶାସନ

• ୧୬ଟି ଚିଠା ପ୍ରସ୍ତାବ ଉପରେ ବୈଠକରେ ଆଲୋଚନା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ନୀତି ଆୟୋଗ ଦ୍ୱାରା ନିରୁପିତ ଆକାଂକ୍ଷୀ ଜିଲ୍ଳା ମଧ୍ୟରୁ ଅନ୍ୟତମ ଏକ ଅନଗ୍ରସର ରାୟଗଡା ଜିଲ୍ଳାରେ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ସାଙ୍ଗକୁ ପ୍ରଶାସନିକ ପ୍ରତାରଣାମୂଳକ କାର୍ଯ୍ୟକଳାପ ଜିଲ୍ଳାବାସୀଙ୍କ ସର୍ବାଙ୍ଗୀନ ବିକାଶରେ ବାଧକ ସାଜିଛି ଯାହାକୁ ଭାରତୀୟ ଜନତା ପାର୍ଟି (ବିଜେପି) ତରଫରୁ ନିନ୍ଦା କରାଯାଇଛି । ରାୟଗଡା ଜିଲ୍ଳା ସଦର ମହକୁମା ସ୍ଥିତ ହୋଟେଲ ତେଜସ୍ୱୀ ସମ୍ମିଳନୀ କକ୍ଷ ଠାରେ ଆଜି ଆୟୋଜିତ ରାୟଗଡା ଜିଲ୍ଳା ଶାଖା ବିଜେପିର ଜିଲ୍ଳା କାର୍ଯ୍ୟକାରିଣୀ ବୈଠକରେ ପ୍ରଶାସନର ବୈମାତୃକ ସେବା ଭାବକୁ ନିନ୍ଦା କରାଯିବା ସହିତ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଜନହିତକର ଯୋଜନାଗୁଡିକୁ ସଠିକ୍ ଢଙ୍ଗରେ କାର୍ଯ୍ୟକାରୀ କରିବାକୁ ଦାବି ଉପସ୍ଥାପନା କରାଯାଇଥିଲା । ରାୟଗଡା ଜିଲ୍ଳା ଶାଖା ବିଜେପି ଜିଲ୍ଳା ସଭାପତି ଶିବ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ବିରଷ୍ଠ ନେତା ଐର ଖାରବେଳ ସ୍ୱାଇଁ ଏବଂ ରାଜ୍ୟ ଓବିସି ମୋର୍ଚ୍ଚାର ସଭାପତି ସୁରଥ ବିଶ୍ୱାଳ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରିୟ ଜନଜାତି ମୋର୍ଚ୍ଚା ସାଧାରଣ ସଂପାଦକ କାଳୀରାମ ମାଝି,ଜିଲ୍ଳା ପ୍ରଭାରୀ ଗୋବିନ୍ଦ ଜୈନ୍‌, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବ ଶଙ୍କର ଉଲାକା, ବସନ୍ତ ଉଲାକା, ହରେକୃଷ୍ଣ ପାଢୀ, ରାମଚନ୍ଦ୍ର ବେହେରା, ରମେଶ ସାମନ୍ତ ପ୍ରମୁଖ ମଂଚାସୀନ ହୋଇଥିଲେ । ଜିଲ୍ଳା ସାଧାରଣ ସଂପାଦକ କିଶୋର ଚନ୍ଦ୍ର ପଣ୍ଡା ଅତିଥି ପରିଚୟ ସାଙ୍ଗକୁ ବୈଠକର ଉଦ୍ଦେଶ୍ୟ ସଂପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିବା ବେଳେ ପଦ୍ମନାଭ ଦାଶ ସଂଯୋଜନା କରିଥିଲେ । ଆଗାମୀ ୨୦୧୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ କାର୍ଯ୍ୟକର୍ତା ତଥା କର୍ମୀମାନଙ୍କୁ କିପରି ଆହୁରି ସକ୍ରିୟ କରି ରଖିପାରିବୁ ଏବଂ ଦଳକୁ ତୃଣମୂଳସ୍ତରରେ କିପରି ଆହୁରି ସଂଗଠିତ କରିପାରିବୁ ସେ ନେଇ ଉପସ୍ଥିତ ପଦାଧିକାରୀଙ୍କୁ କର୍ଣ୍ଣମନ୍ତ୍ର ଦେଇଛୁ ବୋଲି ଶ୍ରୀ ସ୍ୱାଇଁ କହିବା ସହ ସହ ୨୨ବର୍ଷ ଶାସନରେ ଥିବା ବିଜେଡି ଦଳ କେବଳ ଭ୍ରଷ୍ଟାଚାର,ଦୁର୍ନିତୀ ଏବଂ ନାନା ପ୍ରକାର ମିଛ ପ୍ରତିଶୃତି ଦେଇ ଏହି ସରକାର ଚାଲିଛି ତେଣୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଭଳି ସଚ୍ଚୋଟ, ସାହସୀ, ନିଷ୍ପତି ନେଇ ପାରୁଥିବା ଲୋକଙ୍କ ଦଳ ଓଡିଶାରେ ସରକାର କରିବା ଉଚିତ ବୋଲି କହିଥିଲେ । ସେହିପରି ମୁଖ୍ୟବକ୍ତା ଶ୍ରୀ ବିଶ୍ୱାଳ ମଧ୍ୟ କେନ୍ଦ୍ର ସରକାରଙ୍କ ସମସ୍ତ ଗରୀବ କଲ୍ୟାଣ ଯୋଜନାକୁ ରାଜ୍ୟ ବିଜେଡି ସରକାର ଠିକଣା ଭାବେ କାର୍ଯ୍ୟାନ୍ୱୟ ନ କରିବାରୁ ଗରୀବ ଲୋକେ ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଗାଁ ଗାଁରେ ଝଗଡା କରିବାର ଦାୟିତ୍ୱ ନେଇଛନ୍ତି ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୮ଲକ୍ଷ ୫୯ହଜାର ଗୃହ ଆବଂଟନ ହୋଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଗରୀବ ତାଲିକା ଶେଷ ହେଉନାହିଁ । କେବଳ ଦଳୀୟ ଭିତରେ ସମସ୍ତ ଯୋଜନାକୁ ବଂଟନ କରି ଗରୀବ ଲୋକଙ୍କୁ ବଂଚିତ କରିବା ବିଜେଡିର ଅଭ୍ୟାସ ପାଲଟିଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବୈଠକରେ ଆସନ୍ତା ଗ୍ରୀଷ୍ଣଋତୁରେ ପାନୀୟ ଜଳ ସମସ୍ୟାର ନିରାକରଣ କରି ପ୍ରତ୍ୟେକ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା,ଆବାସ ଯୋଜନାରେ ବ୍ୟାପକ ଅନିୟମିତା, ଅବହେଳା ପ୍ରସଙ୍ଗ, ଅନିଶ୍ଚିତ ଖାଦ୍ୟ ସୁରକ୍ଷା ଯୋଜନା, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ର ସେବା, ଜଳସେଚନ ମରୀଚିକା, ଅବହେଳିତ ଶିକ୍ଷାବସ୍ଥା, ଆଇନ ଶୃଙ୍ଖଳା, ମହିଳା ସୁରକ୍ଷା ଦିଗରେ ବିପର୍ଯ୍ୟସ୍ତ ପୋଲିସ ସେବା ସାଙ୍ଗକୁ ଧାନ ବିକ୍ରି ପାଇଁ ମଣ୍ଡି ଏବଂ ଟୋକନ ବ୍ୟବସ୍ଥା ପହସନ ପାଲଟିଥିବା ସହ ଧାନ ଓ ମାଣ୍ଡିଆର ଅଭାବୀ ବିକ୍ରି ଚାଷୀମାନଙ୍କ ପାଇଁ ସହଚର ପାଲଟି ଯାଇଥିବା ଏବଂ ଅନଃହୀନ କୃଷି ଓ କୃଷକ ସମସ୍ୟା, ଜିଲ୍ଳା ଖଣିଜ ପାଣ୍ଠିର ଅପବ୍ୟବହାର, ଜଙ୍ଗଲ, ଜମି, ସ୍ୱତାଧିକାର ଏବଂ ଜଙ୍ଗଲ ସୁରକ୍ଷା, ବିଦ୍ୟୁତ ଦେୟ ସମସ୍ୟା, ଝୋଡିଆ , ଦୋରା, ଲୋହାର କନ୍ଧଙ୍କୁ ଜନଜାତିର ମାନ୍ୟତା,ଅନ୍ୟାନ୍ୟ ପଛୁଆ ବର୍ଗଙ୍କୁ ଉପେକ୍ଷା, ଗୁଣପୁର ଓ ଥେରୁବାଲି ରେଳପଥ ନିର୍ମାଣକୁ ଅଗ୍ରାଧିକାର ଦେବା, ପର୍ଯ୍ୟଟନ ଶିଳ୍ପର ବିକାଶ ଏବଂ ଡଙ୍ଗରିଆ କନ୍ଧଙ୍କ କାପଡାଗାନ୍ଦୀ ସାଲକୁ ଜି.ଆଇ. ଟ୍ୟାଗ ମାନ୍ୟତା ଭଳି ଦାବି ଏବଂ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା । ବିଶେଷ କରି ବୈଠକରେ ଜିଲ୍ଳା ଖଣିଜ ପାଣ୍ଡିର ଅପବ୍ୟବହାର, ଗୁଣପୁର ଥେରୁବାଲି ରେଳପଥ ନିର୍ମାଣରେ ରାଜ୍ୟ ସରକାରଙ୍କ ଉଦାସୀନତା, ଚାଷୀଙ୍କ ସମସ୍ୟା, ଝୋଡିଆଙ୍କୁ ଜନଜାତିର ମାନ୍ୟତା ଓ ଆବାସ ଯୋଜନା ଭଳି ପ୍ରସଙ୍ଗକୁ ନେଇ ପ୍ରଶାସନର ଅଣଦେଖା ନୀତିକୁ ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ଜମି, ଜଙ୍ଗଲ, ଜଳ ଏବଂ ଖଣିଜ ସଂପଦରେ ରାୟଗଡା ଜିଲ୍ଳା ପରିପୂର୍ଣ୍ଣ ଥିବା ବେଳେ ଜିଲ୍ଳାରେ ଦାରିଦ୍ର‌୍ୟ, ବେରୋଜଗାରୀ, ଦାଦନ ସମସ୍ୟା ବୃଦ୍ଧି ପାଉଛି । ଯାହା ପାଇଁ ରାଜ୍ୟ ତଥା ଜିଲ୍ଳା ପ୍ରଶାସନର ଅପାରଗତା, ଦୂରଦୃଷ୍ଟିର ଅଭାବ ରହିଛି । ଦୀର୍ଘ ୨ଦଶନ୍ଧିରୁ ଉର୍ଦ୍ଧ ବର୍ଷ ଧରି ବିଜେଡି ସରକାରଙ୍କ ପ୍ରୀୟାପ୍ରୀତି ତୋଷଣ, ଦୁର୍ନିତି, ଭ୍ରଷ୍ଟାଚାର ଚରମ ସୀମାରେ ପଂହଚିଛି ଏବଂ ଅମଲାତନ୍ତ୍ରର ଅଧିକାରୀ ଏବଂ ବିଜେଡି ଦଳର ର୍କମୀମାନଙ୍କ କବଜାରେ ସଂପୂର୍ଣ୍ଣ ଶାସନ ବ୍ୟବସ୍ଥା ରହିଥିବାରୁ ସାଧାରଣ ଲୋକେ ସାମାଜିକ ସୁବିଧାସୁଯୋଗରୁ ବଂଚିତ ହୋଇଛନ୍ତି ବୋଲି ଜିଲ୍ଳା ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ । କେନ୍ଦ୍ର ସରକାର ଅନେକ ଯୋଜନା ବାବଦକୁ ପ୍ରଚୁର ଅର୍ଥ ଯୋଗାଇ ଦେଇଥିଲେ ସୁଦ୍ଧା ସମ୍ବେଦନହୀନ ଦୁର୍ନିତୀଖୋର ଓ ପ୍ରଚାର ସର୍ବସ୍ୱ ଜିଲ୍ଳା ପ୍ରଶାସନ ସେଗୁଡିକୁ ବିଭିନ୍ନ ଉପାୟରେ ବାଟମାରଣା କରି ଚାଲିଛନ୍ତି ବୋଲି ରାଷ୍ଟ୍ରିୟ ଜନଜାତି ମୋର୍ଚ୍ଚା ସାଧାରଣ ସଂପାଦକ ଶ୍ରୀ ମାଝି ପ୍ରକାଶ କରିଥିଲେ । ଏହି ବୈଠକରେ ଜିଲ୍ଳା ପଦାଧିକାରୀ, ଜିଲ୍ଳାର ସମସ୍ତ ମୋର୍ଚ୍ଚାର ସଭାପତି, ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ, ୨୫ମଣ୍ଡଳ ସଭାପତି, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟବୃନ୍ଦ ଉପସ୍ଥିତ ରହିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.