ମୋହନଗିରୀରେ ମହାରାଜ କଂସଙ୍କ ରାଜୁତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଆଂଚଳିକ ବିକାଶ ଧାରା ଟ୍ରଷ୍ଟ ତରଫରୁ ଆୟୋଜିତ ହେଇଥିବା ମୋହନଗିରୀ ଧନୁଯାତ୍ରାର ତୃତୀୟ ସନ୍ଧ୍ୟାରେ କଂସଙ୍କ ରାଜୁତି ଚାଲିଥିବା ଦେଖାଯାଇଥିଲା। ଏହି ଦିବସରେ କଂସ ଦରବାରରେ ସ୍ୱତନ୍ତ୍ର ଅତିଥିଭାବରେ ଭାବରେ କଳାହାଣ୍ଡି ଜିଲ୍ଳା ସରପଂଚ ସଂଘ ସଭାପତି ସୁବୋଧ ରଣା ଓ ଜିଲ୍ଲା କଂଗ୍ରେସର ସାଧାରଣ ସଂପାଦକ ତଥା ପିସିସି ସଦସ୍ୟ ବିଭୂତି ଭୂଷଣ ମହାଖୁଡ଼ ଉପସ୍ଥିତ ରହିଥିବାବେଳେ ମୁଖ୍ୟ ଅତିଥି ଭାବରେ ଓଏସବିଏସ୍ ଅଧ୍ୟକ୍ଷ ମୋହନଗିରୀ ଦିବାକର ସାହୁ, ମୁଖ୍ୟବକ୍ତା ଧବଳେଶ୍ୱର ମହାବିଦ୍ୟାଳୟ ସଂପାଦକ ଶୁକଦେବ ସାହୁ, ଅଧ୍ୟାପକ ଲକ୍ଷ୍ମୀକାନ୍ତ ବେହେରା, ସମାଜସେବୀ ଅମୀୟ ପ୍ରଧାନ, ଅଧ୍ୟକ୍ଷ ଧବଳେଶ୍ୱର ଡ଼ିଗ୍ରୀ ମହାବିଦ୍ୟାଳୟ ଧ୍ରୃବ ଚରଣ ଗାନ୍ଧୀ, ଧବଳେଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ବିଭୂ ପୟର ପଟ୍ଟନାୟକ, ସଭାପତି ଧବଳେଶ୍ୱର ମନ୍ଦିର ପୂଜା କମିଟୀ ଶ୍ରୀପତି ଭୋଇ, ସଭାପତି ନବଜ୍ୟୋତି ଯୁବ ସଂଘ ମଦନ ମୋହନ ପ୍ରଧାନ, ସଂପାଦକ ପ୍ୟାକ୍ସ ବିଘ୍ନରାଜ ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ । ମଂଚ ପରିଚାଳନା କରିଥିଲେ ସାମ୍ବାଦିକ ଭୂପିନ୍ଦ୍ର ସାହୁ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଓଁ ଶ୍ରୀ ପୂଜା କମିଟୀର ସଭାପତି ଧର୍ମେନ୍ଦ୍ର ପ୍ରଧାନ, ସଂପାଦକ ଶଙ୍କର ଦଣ୍ଡିଆ, ବରିଷ୍ଠ ସଦସ୍ୟ ସୂର୍ଯ୍ୟ ନାରାୟଣ ସାହୁ, ଭୋଜରାଜ ଭୋଇ, ରବିନ୍ଦ୍ର ପରିଚ୍ଛା, ଚିତ୍ତରଂଜନ ସା, ସୁଶାନ୍ତ ବେହେରା, ମଣ୍ଟୁ ସାହୁ ପ୍ରମୁଖ ସହଯୋଗ କରୁଛନ୍ତି । ଦିନକୁ ଦିନ ଜନଗହଳି ବଢିବାରେ ଲାଗିଥିବାବେଳେ ମୀନାବଜାର ଓ କଂସ ଦରବାରରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.