ରାଜ୍ୟସ୍ତରୀୟ ସ୍ବପ୍ନମହଲ ଶିଶୁ ସାହିତ୍ୟ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ କଟକ : କୈବଲ୍ୟ ସାହିତ୍ୟ ସଂସଦ ପକ୍ଷରୁ ରାଜ୍ୟସ୍ତରୀୟ ସ୍ବପ୍ନମହଲ ଶିଶୁ ସାହିତ୍ୟ ସମ୍ମିଳନୀ ଏବଂ ସ୍ବପ୍ନମହଲ ସନ୍ଦେଶ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମ୍ମାନନୀୟ ନ୍ୟୟମୂର୍ତ୍ତି ଡ଼କ୍ଟର ଡି. ପି . ଚୌଧୁରୀ, ଅବସରପ୍ରାପ୍ତ ବିଚାରପତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କ ଚରିତ୍ର ଗଠନ ପାଇଁ ଶିଶୁ କବିତା ଏବଂ ଶିଶୁ ଗଳ୍ପର ଉପାଦେୟତା ବିଷୟରେ ଆଲୋକପାତ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ମୁଖ୍ୟବକ୍ତା ପ୍ରତିମା ରାଣୀ ମିଶ୍ର ଷଡ଼ଙ୍ଗୀ ଆଧ୍ୟାତ୍ମିକ ସ୍ଵରରେ ଶିଶୁ ମାନଙ୍କ ଚରିତ୍ର ଗଠନ ପାଇଁ ଉପାଦେୟ ପରାମର୍ଶ ପ୍ରଦାନ କରିଥିଲେ । ସମ୍ମାନିତ ବକ୍ତା ଭାବେ ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ କଟକ ଲଲାଟେନ୍ଦୁ ମହାପାତ୍ର ଶିଶୁ ମାନସିକତାକୁ ନେଇ ଅଧିକରୁ ଅଧିକ ସାହିତ୍ୟର ରଚନା ହେବା ଦରକାର ବୋଲି ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଶିଷ୍ଟ ବକ୍ତା ଭାବେ ଡ଼କ୍ଟର ଲକ୍ଷ୍ମଣ ସାହୁ, ଡ଼କ୍ଟର ବିରଞ୍ଚି କୁମାର ସାହୁ, ଡ଼କ୍ଟର ଅନିରୁଦ୍ଧ କୁରୁକୁରିଆ, ପଣ୍ଡିତ ନୀଳକଣ୍ଠ ରାଉତ (ଦାର୍ଶନିକ) ବିଶ୍ୱଜିତ୍ ସୂର୍ଯ୍ୟବଂଶୀ, ଡଃ ଦୀପାୟନ ପଟ୍ଟନାୟକ ଯୋଗଦେଇ ଶିଶୁ ମାନଙ୍କ ଜୀବନ ଦର୍ଶନ ଏବଂ ସୁନ୍ଦର ଶିଶୁ ସାହିତ୍ୟର ରଚନା ଉପରେ ଗୁରୁତ୍ୱାରୋପ କରିଥିଲେ ।

Udyog Nursery
Udyogi Nursery

କାର୍ଯ୍ୟକ୍ରମରେ କଟକ ଜିଲ୍ଲାର ଆଠଗୋଟି ବିଦ୍ୟାଳୟ ସ୍ଵାଗତ ସଙ୍ଗୀତ ଏବଂ ବେଦପାଠ କରିଥିଲେ । ଶହେ ଜଣ ଶିଶୁ ପ୍ରତିଭାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ସମସ୍ତେ ସ୍ବପ୍ନମହଲ ସନ୍ଦେଶ ଦେଇ ବଡ଼ ହେଲେ ବିଶିଷ୍ଟ ସାହିତ୍ୟିକ ହେବେ ବୋଲି ମତବ୍ୟକ୍ତ କରିଥିଲେ । କୈବଲ୍ୟ ଧର୍ମଚକ୍ର ସମ୍ମାନ ନ୍ୟାୟମୂର୍ତ୍ତୀ ଡ଼କ୍ଟର ଡି. ପି. ଚୌଧୁରୀ, ଅବସରପ୍ରାପ୍ତ ବିଚାରପତି ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କୁ ପ୍ରଦାନ କରାଯାଇଥିଲା । ରାଜ୍ୟର ସତୁରୀ ଜଣ ଶିକ୍ଷକଙ୍କୁ ରାଜ୍ୟସ୍ତରୀୟ ଶିକ୍ଷା ଗୌରବ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତେ ସ୍ବପ୍ନ ମହଲ ସନ୍ଦେଶ ଦେଇ ସେମାନଙ୍କର ଦାୟିତ୍ୱବୋଧ ଏବଂ କର୍ତ୍ତବ୍ୟର ସଂକଳ୍ପ ନେଇଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲାର ତିରିଶ ଜଣ କବି କବିତା ପାଠ କରିଥିଲେ ଏବଂ କୋଡିଏ କଣ ସାହିତ୍ୟିକ ଶିଶୁ ଗଳ୍ପ କଥନରେ ଭାଗ ନେଇଥିଲେ । ସ୍ୱପ୍ନମହଲ ସମ୍ମାନ ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ କଟକ ଲଲାଟେନ୍ଦୁ ମହାପାତ୍ର, ପ୍ରତିଭା ସାହୁ, ଗୋଲାପ ନନ୍ଦ, ଲଳିତେନ୍ଦୁ ପଲାଉରୀଙ୍କୁ ପ୍ରଦାନ କରାଯାଇଥିଲା ।

ଉକ୍ତ ଅବସରରେ କବୟିତ୍ରୀ ପ୍ରତିମା ରାଣୀ ମିଶ୍ର ଷଡ଼ଙ୍ଗୀଙ୍କ କୋକୁଆ, ଭାବ ପୀରତି ଏବଂ ଭକ୍ତି ଯୋଗର ଉପାଦେୟତା ଉନ୍ମୋଚିତ ହୋଇଥିଲା । କବୟିତ୍ରୀ ଗୀତା ଦାସଙ୍କ ଗୋଟିଏ ପୁସ୍ତକ ଗଳ୍ପ ସମ୍ଭାର ଉନ୍ମୋଚିତ ହୋଇଥିଲା । ଉକ୍ତ ସମ୍ମିଳନୀ ରେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଡଃ ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ବ କରିଥିଲେ । କାର୍ଯ୍ୟକ୍ରମରେ ସାଗର କୁମାର ପରିଡ଼ା, ଡଃ ସହଦେବ ବେହେରା, ସାଗର କୁମାର ସାମନ୍ତରାୟ, ସନ୍ତୋଷ କୁମାର ଖମାରୀ ଏବଂ ବିବେକାନନ୍ଦ ପଟ୍ଟନାୟକ ସହଯୋଗ କରିଥିଲେ । କବୟିତ୍ରୀ ସୁଦ୍ରୁମା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.