ଚେତାବନୀ ସାହିତ୍ୟ ସଂସଦର ୩୫ତମ ପୁଷପୁନି ଭେଟଘାଟ ଉଦଯାପିତ

● “ସାହିତ୍ୟ ହିଁ ମଣିଷର ଚେତନାକୁ ସକାରାତ୍ମକ କରେ”

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମନୁଷ୍ୟର ଚିନ୍ତା ଚେତନାକୁ ପରିଶୁଦ୍ଧ କରିବା ସହିତ ତାର ଚିନ୍ତାଧାରାକୁ ସକାରାତ୍ମକ କରି ସମାଜରେ ସଂସ୍କାର ଆଣିଥାଏ ସାହିତ୍ୟ ବୋଲି ଚେତାବନୀ ସାହିତ୍ୟ ସଂସଦର ୩୫ତମ ପୁଷପୁନି ଭେଟଘାଟ ଓ ରାଜ୍ୟସ୍ତରୀୟ ଲେଖକ ସମାବେଶରେ ଯୋଗ ଦେଇ ଓଡିଶା ସାହିତ୍ୟ ଏକାଡେମୀର ସଭାପତି ଡ. ହୃଷିକେଶ ମଲ୍ଲିକ ମତବ୍ୟକ୍ତ କରିଛନ୍ତି। କଳାହାଣ୍ଡିର କେସିଙ୍ଗାସ୍ଥିତ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଚେତାବନୀ ସାହିତ୍ୟ ସଂସଦର ୩୫ତମ ପୁଷପୁନି ଭେଟଘାଟ ଶିଳ୍ପୀ ସମ୍ବର୍ଦ୍ଧନା ସମାରୋହ ଓ ଲେଖକ ସମାବେଶକୁ ଉଦଘାଟନ କରି କଳାହାଣ୍ଡିକୁ କଳାର କଳସ ଭାବରେ ଅଭିବ୍ୟକ୍ତ କରି ଏହି ଜିଲ୍ଲାର ପ୍ରାଚୀନ କଳା ଓ ସଂସ୍କୃତି ଅତି ମହାନ ବୋଲି ବିଭିନ୍ନ ଦୃଷ୍ଟିରୁ ବ୍ୟାଖ୍ୟା କରିଥିଲେ। ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ କେସିଙ୍ଗା ପୌର ପରିଷଦର ନଗରପାଳ ନୃପରାଜ ଯାଦବ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ବରେଣ୍ୟ ଅତିଥି, ସମାଜସେଵୀ ରାମକୁମାର ଜୈନ ବିଶିଷ୍ଟ ଅତିଥି, ଶିକ୍ଷାବିତ ହରିଶଙ୍କର ଭୋଇ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଦ୍ୱିତୀୟ ଅଧିବେଶନର ରାଜ୍ୟସ୍ତରୀୟ କବିତା ପାଠରେ ପୂର୍ବତନ ସଭାପତି ବିପିନ ବିହାରୀ ବିଶିଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିଲା ଏଥିରେ ଅତିଥି ଭାବରେ ଯୋଗ ଦେଇ ଥିଲେ ବିଶିଷ୍ଟ ସମାଲୋଚକ ଡ. ଭରତ ବେହେରା, କବି ସୁଶାନ୍ତ ନାୟକ, କବି ନିରାକାର ଦାସ, କବି ନିରୋଜ ପଟ୍ଟନାୟକ ଓ ଭିକାରି ମିଶ୍ର। କବି ଅଙ୍ଗୁରବାଳା ପରିଡା, ରୁବି ଚୌଧୁରୀ, ଭାଗିରଥି ସିଂଙ୍କ ସଂଯୋଜନାରେ ରାଜ୍ୟର ପ୍ରାୟ ପଚାଶ ଜଣ କବି ସ୍ୱରଚିତ କବିତା ପାଠ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇ ଥିଲେ। ଉତ୍ସବର ଅନ୍ତିମ ପର୍ଯ୍ୟାୟରେ ରାଜ୍ୟସ୍ତରୀୟ ଶିଳ୍ପୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠାନର କେନ୍ଦ୍ରୀୟ ସଭାପତି ଡ. ସେନାପତି ପ୍ରଦ୍ୟୁମ୍ନ କେଶରୀଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ ରାସବିହାରୀ ବେହେରା, ବିଶିଷ୍ଟ ଅତିଥି ଓଡିଶା ସାହିତ୍ୟ ଏକାଡେମୀ ସଭାପତି ଡ. ହୃଷିକେଶ ମଲ୍ଲିକ, ବରେଣ୍ୟ ଅତିଥି ଡ. ଅପର୍ଣ୍ଣା ମହାନ୍ତି, ସ୍ୱତନ୍ତ୍ର ଅତିଥି ଡା. ହେମସାଗର ସାହା, ମୁଖ୍ୟବକ୍ତା ଭାବରେ କବି ରାଜୀବ ପାଣି ଯୋଗ ଦେଇ ଥିଲେ। ବିବରଣୀ ପାଠ କରିଥିଲେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଅଧ୍ୟାପକ ରଞ୍ଜନ ପଣ୍ଡା ଏବଂ ଡ. ଗୀତାଶ୍ରୀ ପ୍ରିୟମ୍ବଦା କାର୍ଯ୍ୟକ୍ରମକୁ ସଂଚାଲନ କରିଥିଲେ। ଏହି ଉତ୍ସବ ରେ ବିଗତ ୨୦୨୧ ମସିହା ନିମନ୍ତେ କଳାହାଣ୍ଡି ସାରସ୍ୱତ ସମ୍ମାନ ଡ. ହୃଷିକେଶ ମଲ୍ଲିକ, ଚେତାବନୀ ପ୍ରଜ୍ଞା ସମ୍ମାନ ପ୍ରବନ୍ଧ, କବିତା, ଗଳ୍ପ ପାଇଁ ଡ. ଭରତ ବେହେରା, ସୁଶାନ୍ତ ନାୟକ, ଡ. କବିତା ବାରିକ, କବି ନିରାକାର ଦାସଙ୍କୁ ଜ୍ୟୋତି ମିଶ୍ର କବିତା ସମ୍ମାନ, ଡ. ଦାଶରଥି ଆଚାର୍ଯ୍ୟଙ୍କୁ ଚେତାବନୀ ଶିକ୍ଷା ସମ୍ମାନ, ପାର୍ଥ ବିଶି କିଶୋର ସାହିତ୍ୟ ସମ୍ମାନ ନିମନ୍ତେ ସ୍ବର୍ଗତ ଡମ୍ବରୁଧର ପଟ୍ଟନାୟକ, ସୁଜିତ ସତପଥିଙ୍କୁ ଲଷ୍ମୀକାନ୍ତ ସାହା ସ୍ମୃତି ସମ୍ମାନ, ବନମାଳି ବେହେରାଙ୍କୁ ଚେତାବନୀ ସେବା ସମ୍ମାନ ପ୍ରଦାନ କରାଯାଇଥିଲା। ସେହି ପରି ୨୦୨୨ ମସିହା ପାଇଁ ବିଶିଷ୍ଟ କବି ଡ. ଅପର୍ଣ୍ଣା ମହାନ୍ତିଙ୍କୁ କଳାହାଣ୍ଡି ସାରସ୍ୱତ ସମ୍ମାନ, ଚେତାବନୀ ପ୍ରଜ୍ଞା ସମ୍ମାନ ପ୍ରବନ୍ଧ, କବିତା, ଗଳ୍ପ ପାଇଁ ଡ. ବେଣୁଧର ପାଢ଼ୀ, ସଂଜିତ ବଳ, ଅନିଲ ପାଢ଼ୀ, କବି ଅଙ୍ଗୁରବାଳା ପରିଡାଙ୍କୁ ଜ୍ୟୋତି ମିଶ୍ର କବିତା ସମ୍ମାନ, କାଳେନ୍ଦ୍ରୀ ନାଏକଙ୍କୁ ଚେତାବନୀ ଶିକ୍ଷା ସମ୍ମାନ, ବିରଞ୍ଚିନାରାୟଣ ଦାଶଙ୍କୁ ପାର୍ଥ ବିଶି କିଶୋର ସାହିତ୍ୟ ସମ୍ମାନ, ଅମରେନ୍ଦ୍ର ମାଧବ ଦାଶଙ୍କୁ ଲଷ୍ମୀକାନ୍ତ ସାହା ସ୍ମୃତି ସମ୍ମାନ, ସମାଜସେବୀ ମନୋଜ ପଟ୍ଟନାୟକଙ୍କୁ ଚେତାବନୀ ସେବା ସମ୍ମାନରେ ଭୂଷିତ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ‘ସାରସ୍ୱତ ସୌମ୍ୟା’ର ନୂତନ ସଂଖ୍ୟା ଉନ୍ମୋଚିତ ହୋଇଥିଲା। ମାନପତ୍ର ପାଠ କରିଥିଲେ ଯାଦବେନ୍ଦ୍ର ସାହା, ଗୋବିନ୍ଦ ବାଗ, ରମେଶ ଜେନା, ରୁବି ଚୌଧୁରୀ, ସଂଯୁକ୍ତା ପାଢ଼ୀ। ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ରାରମ୍ଭିକ ଓ ଉଦଯାପନୀ ସଂଗୀତ ଗାନ କରିଥିଲେ। ଅତିଥି ପରିଚୟ ପ୍ରଦାନ କରିଥିଲେ କବି ଯାଦବେନ୍ଦ୍ର ସାହା। ବିଭିନ୍ନ କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ କବି ନର୍ମଦା ନୀଳୋତପଳା, ବୈଷ୍ଣବ ଚରଣ ସାହା, ଡମ୍ବରୁଧର ଭୋଇ, ଜ୍ଞାନେନ୍ଦ୍ର ଭୋଇ, ମନୋଜ ବଗର୍ତି, ହିମାଞ୍ଚଳ ସାହୁ, ପଦ୍ମିନୀ ଶବର। ଶେଷରେ ଉପ ସଭାପତି ରମେଶ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.