ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଅଞ୍ଚଳରେ ଦିନ କୁ ଦିନ ଚୋରି ରାହାଜାନି ବଢ଼ି ବଢ଼ି ଚାଲିଥିବା ବେଳେ ଗତ ସୋମବାର ଦିନ ୧୧ ଟା ସମୟରେ ଥାନା ପରିସରରୁ ବଜାଜ ସିଟି ୧୦୦ ବାଇକ୍ କେହି ଜଣେ ଦୁର୍ବୁତ୍ତ ଚୋରି କରି ନେଇଥିବା ଘଟଣା ସମସ୍ତଙ୍କୁ ଚକିତ କରିଛି l ଗତ କିଛିଦିନ ତଳେ ନର୍ଲା ର ମନ ସାହୁଙ୍କ ଘରୁ ତାଙ୍କ ରୋୟାଲ ଏନଫିଲଡ଼ ମୋଟର ସାଇକେଲ କୁ ରାତି ଅଧିଆ ତାଙ୍କ ବାସ ଭବନରୁ ଦୁର୍ବୁତ୍ତ ଚୋରି କରି ନେଇଥିବା ଘଟଣା ନର୍ଲା ଥାନାରେ ଅଭିଯୋଗ ହେଇଥିଲା ହେଲେ ଆଜି ପର୍ଯ୍ୟନ୍ତ ତାର କୌଣସି ସୁରାଗ ନର୍ଲା ପୋଲିସ ପାଇ ପାରି ନ ଥିବା ବେଳେ ଗତ ସୋମବାର ଦିନ ଦ୍ବିପ୍ରହରେ ନର୍ଲା ଥାନା ପରିସରରୁ ନର୍ଲା ପୋଲିସ ପ୍ରଶାସନ ଆଖିରେ ଧୂଳି ଦେଇ ପୁଣି ଏକ ମୋଟର ସାଇକେଲ ଚୋରି ହେଇଥିବା ଅଭିଯୋଗ ହୋଇଛି l ଖବର ନେବାରୁ ଜଣା ପଡ଼ିଛି ବାଲସିଙ୍ଗା ଗ୍ରାମ ପଞ୍ଚାୟତ ବୋରିଙ୍ଗପଦର ଗ୍ରାମର ମକରନ୍ଦ ଗଡତିଆ ନାମକ ଜୈନିକ ବ୍ୟକ୍ତି ନର୍ଲା ଥାନାରେ ଗତ ସୋମବାର ୧୩ ତାରିଖ ରେ ଲିଖିତ ଅଭିଯୋଗ କରିଛନ୍ତି l ସୂଚନା ମୁତାବକ ସୋମବାର ଦିନ ୧୧ ଟା ସମୟରେ ବୋରିଙ୍ଗପଦର ଗ୍ରାମର ମକରନ୍ଦ ଗଡ଼ତିଆ ନାମକ ବ୍ୟକ୍ତି ଥାନା ପରିସର ଭିତରେ ଥିବା ନିମ୍ବ ଗଛ ନିକଟରେ ତାଙ୍କ ନୀଳରଙ୍ଗର ବଜାଜ ସିଟି ୧୦୦ ଗାଡି ନୁମ୍ବର ଓଡ଼ି ୦୮ କେ ୧୯୯୭ କୁ ରଖି ଦେଇ ଥାନା ସମୁଖରେ ରହିଥିବା ବ୍ୟାଙ୍କ ଅଫ ଇଣ୍ଡିଆକୁ କୌଣସି କାମରେ ଯାଇଥିଲେ l ଠିକ ଏହି ସମୟରେ କେହି ଜଣେ ଦୁର୍ବୁତ୍ତ ତାଙ୍କ ମୋଟର ସାଇକେଲ କୁ ଥାନା ପରିସରରୁ ଚୋରି କରି ନେଇଥିବା ଗତ ୧୩ ତାରିଖରେ ନର୍ଲା ଥାନାରେ ଅଭିଯୋଗ କରିଥିଲେ l ନର୍ଲା ରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟିଛି l ଯାହା କି ଅତି ଲଜ୍ୟା ଜନକ ଓ ଦୁର୍ଭାଗ୍ୟପୂର୍ଣ୍ଣ ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।
ନର୍ଲା ଥାନା ଭିତରେ ପୋଲିସ ଉପସ୍ଥିତି ଥାଇ , ଏବଂ ଥାନା ର ଚତୁର୍ପାଶ୍ୱ ରେ ସିସିଟିଭି କ୍ୟାମେରା ଲାଗିଥିବା ସତ୍ୱେ ଦୁର୍ବୁତ୍ତ ଏଭଳି ସାହାସ କିଭଳି କଲେ ବୋଲି ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି l ପୋଲିସ କୁ ଚ୍ୟାଲେଞ୍ଜ ଦେଇ ଚୋର ବାଇକ ଥାନା ପରିସର ଭିତରୁ ଗାଡ଼ି ଚୋରି କରି ନେଇଥିବା ବେଳେ ଆଜକୁ ୩ ଦିନ ବିତି ଯାଇଥିଲେ ସୁଦ୍ଧା ବାଇକ ଚୋରି କରି ନେଇଥିବା ଚୋରକୁ ନର୍ଲା ପୋଲିସ କାବୁ କରିବାରେ ବିଫଳ ରହିଥିବା ବାଇକ ମାଲିକ ଶ୍ରୀ ଗଡତିଆ ମତବ୍ୟକ୍ତ କରିଛନ୍ତି ।